Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅପେରସନ”ଗରୁଡ଼”: ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ
ଆଜିର ଖବର

ଅପେରସନ”ଗରୁଡ଼”: ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ

August 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
odisha police
ଅପେରସନ"ଗରୁଡ଼": ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ 1 ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ”ଗରୁଡ଼” ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ଅଭିଯାନର ଦ୍ଵିତୀୟ ସପ୍ତାହ ଅର୍ଥାତ ଚଳିତ ଅଗଷ୍ଟ 16 ତାରିଖ ପର୍ଯ୍ୟନ୍ତ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅପରେସନର ଦ୍ଵିତୀୟ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି।

1. କାର୍ଯ୍ୟକାରୀ ହୋଇଥିବା NBW :- 3,643
2. ଅବକାରୀ ମାମଲା :- 1806 ମାମଲା, 47,105.56 ଲିଟର ମଦ ଏବଂ ନଗଦ 3,400 ଟଙ୍କା ଜବତ
3. ଜବତ ହୋଇଥିବା ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା :- 63 ଅସ୍ତ୍ରଶସ୍ତ୍ର, 95 ଗୁଳିଗୋଳା, 1,45,500 ଟଙ୍କା, 1ଟି କାର, ୩ଟି ବାଇକ୍ ଏବଂ ୦୨ଟି ଖାଲି ମାଗାଜିନ ଜବତ
4. ଗଞ୍ଜେଇ ଜବତ ସହିତ ଏନଡିପିଏସ୍ ମାମଲା:- 57ଟି ମାମଲା ସହିତ 3030.35 କିଲୋଗ୍ରାମ ଗଞ୍ଜେଇ ଏବଂ 664 ଗ୍ରାମ ବ୍ରାଉନସୁଗାର ଜବତ, (9 ଟି କାର, 12 ଟି ବାଇକ୍ ଏବଂ 89,520 ଟଙ୍କା)
5. ଜୁଆ ମାମଲା :- 70ଟି ମାମଲା, 6,28,725 ଟଙ୍କା , 3 ଟି କାର, 52 ଟି ମୋଟର ସାଇକେଲ ଏବଂ 47ଟି ମୋବାଇଲ୍ ଫୋନ୍
6. ଗିରଫ ହୋଇଥିବା ଅପରାଧୀଙ୍କ ସଂଖ୍ୟା:- 406
7. ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନା- 163 ମାମଲା, 163 ଯାନ ଜବତ

ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ପୋଲିସ ଜିଲ୍ଲା ସର୍ବାଧିକ 383 NBW କାର୍ଯ୍ୟକାରୀ କରିଥିବା ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ 11 ଟି ବନ୍ଧୁକ, 55 ଗୋଳାବାରୁଦ ଜବତ କରିବା ସହ 30 ଜଣଙ୍କୁ ଗିରଫ କରିଛି।

ସେହିପରି ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ସମ୍ବଲପୁର ପୋଲିସ ଜିଲ୍ଲା 10ଟି ମାମଲା, 31,760 ଟଙ୍କା , 3 ଟି ମୋଟର ସାଇକେଲ ଏବଂ 7 ଟି ମୋବାଇଲ୍ ଫୋନ୍ ଜବତ କରିବା ସହ 18 ଜଣଙ୍କୁ ଗିରଫ କରିଛି।

ସେହିପରି NDPS ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ 12 ମାମଲା ରୁଜୁ ହୋଇଥିବା ବେଳେ 50.58 କିଲୋଗ୍ରାମ ଗଞ୍ଜେଇ , 05 ମୋଟର ସାଇକେଲ, 2599 ବୋତଲ କଫ ସିରପ, 13.1 ଷ୍ଟ୍ରିପ୍ ନାଇଟ୍ରାଜେପାନ୍ ଟାବଲେଟ୍ ଏବଂ 20 ପକେଟ ଇଞ୍ଜେକ୍ସନ, 05 ମୋବାଇଲ୍ ଫୋନ୍ ଜବତ କରିବା ସହ 24 ଜଣଙ୍କୁ ଗିରଫ କରିଛି।

ଅବକାରୀ ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ 182ଟି ମାମଲା ରୁଜୁ କରିଥିବା ବେଳେ 1612 ଲିଟର ମଦ ଜବତ କରିବା ସହ 182 ଜଣଙ୍କୁ ଗିରଫ କରିଛି।

ସେହିପରି କନ୍ଧମାଳ ଜିଲ୍ଲା ପୋଲିସ 5 ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ 5 ଜଣଙ୍କୁ ଗିରଫ କରିଛି।

ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ। ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ” ଅପେରସନ ଗରୁଡ” ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଂଜୟ କୁମାର ସୂଚନା ଦେଇଛନ୍ତି।

NBW ଅପେରସନ"ଗରୁଡ଼ ଓଡିଶା ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ
Share. Facebook Twitter LinkedIn Email WhatsApp Copy Link

Related Posts

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

August 17, 2025

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

August 17, 2025

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025
Latest News

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

August 17, 2025

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

August 17, 2025

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.