Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା-ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି କୀର୍ତିରାଜି ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ
ଆଜିର ଖବର

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା-ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି କୀର୍ତିରାଜି ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ

July 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Rajarani Temple will open till 9.00am,Culture minister announced
Rajarani Temple will open till 9.00am,Culture minister announced

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱରସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତିରାଜି ସୂର୍ଯ୍ୟୋଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଘୋଷଣା କରିଛନ୍ତି । ଏସବୁ କୀର୍ତିରାଜିର ଭ୍ରମଣ ସମୟକୁ ବୃଦ୍ଧି କରାଯାଇଥିବା ସମ୍ପର୍କରେ ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ପୂର୍ବରୁ ଏସବୁ ଐତିହ୍ୟସ୍ଥଳୀ ସକାଳ ୯ଟାଠାରୁ ଅପରାହ୍ଣ ସାଢ଼େ ୫ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହୁଥିଲା । ଶ୍ରୀ ପଟେଲ କହିଛନ୍ତି ଯେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆଯାଇଛି, ସେମାନେ ଏହି ଐତିହ୍ୟସ୍ଥଳୀଗୁଡ଼ିକୁ ବୁଲିବା ଏବଂ ଏଗୁଡ଼ିକର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଅଧିକ ସମୟ ପାଇପାରିବେ ।
ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ଏହି ୧୦ଟି ଐତିହ୍ୟସ୍ଥଳୀ ସମେତ ଅନ୍ୟ ଐତିହାସିକ କୀର୍ତିରାଜିକୁ ଅଧିକ ସମୟ ଖୋଲା ରଖିବା ଲାଗି ବିଚାର କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଥିବା ୧୦ଟି ଐତିହ୍ୟସ୍ଥଳୀ ମଧ୍ୟରେ ରହିଛି : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ରାଜାରାଣୀ ମନ୍ଦିର ପରିସର, ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାଓ ଦୁହ୍ଲାଦେଓ ମନ୍ଦିର, ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧିସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁଁ ସମାଧିସ୍ଥଳ, କର୍ଣ୍ଣାଟକର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲସ୍ଥିତ କୀର୍ତିରାଜି, କର୍ଣ୍ଣାଟକ ବିଜୟପୁରାସ୍ଥିତ ଗୋଲ ଗୁମ୍ବଜ, ମହାରାଷ୍ଟ୍ର ଗଡ଼ଚିରୌଲି ଅନ୍ତର୍ଗତ ଛାମୁର୍ସି ମର୍କଣ୍ଡ ମନ୍ଦିରମାଳା, ଉତର ପ୍ରଦେଶ ବାରାଣସୀସ୍ଥିତ ବୈଧଶାଳା ମନମହଲ, ଗୁଜରାଟ ପଟନସ୍ଥିତ ରାଣୀ କି ଭାଓ ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ CCS ବୈଠକ: NSA ଡୋଭାଲ ମଧ୍ୟ ସାମିଲ

July 30, 2026

ଟିମ୍ ଇଣ୍ଡିଆର ନୂଆ ଜର୍ସି ଉପରେ ବିବାଦ: ରଙ୍ଗକୁ ନେଇ ସମାଲୋଚନା କଲେ ପୂର୍ବତନ ଅଧିନାୟକ

July 30, 2026

AIDMK ପରେ DMK କୁ ଝଟକା!: TVKରେ ଯୋଗଦେବେ ପନ୍ନିରସେଲଭମ?

July 30, 2026

ଆସାମ ବନ୍ୟାରେ ୭୮ ଜଣଙ୍କର ମୃତ୍ୟୁ: ସଙ୍କଟରେ ୩ ଲକ୍ଷ ଲୋକ 

July 30, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ CCS ବୈଠକ: NSA ଡୋଭାଲ ମଧ୍ୟ ସାମିଲ

July 30, 2026

ଟିମ୍ ଇଣ୍ଡିଆର ନୂଆ ଜର୍ସି ଉପରେ ବିବାଦ: ରଙ୍ଗକୁ ନେଇ ସମାଲୋଚନା କଲେ ପୂର୍ବତନ ଅଧିନାୟକ

July 30, 2026

AIDMK ପରେ DMK କୁ ଝଟକା!: TVKରେ ଯୋଗଦେବେ ପନ୍ନିରସେଲଭମ?

July 30, 2026

ଆସାମ ବନ୍ୟାରେ ୭୮ ଜଣଙ୍କର ମୃତ୍ୟୁ: ସଙ୍କଟରେ ୩ ଲକ୍ଷ ଲୋକ 

July 30, 2026

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.