ଭୁବନେଶ୍ବର: ପୁଣି ଥରେ ବାଣ ଫୁଟାଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ଏଥରେ ସେ ଯାହା କହିଛନ୍ତି ତାହା ବଡ ଚାଞ୍ଚଲ୍ୟକର କଥା। ତାହା ହେଉଛି ଯେ ନବୀନ ପଟ୍ଟନାୟକ ମୋତେ ହତ୍ୟା କରିବାକୁ ଚେଷ୍ଠା କରିଥିଲେ ବୋଲି କହିଛନ୍ତି। ତେବେ କେବେ କାହିଁକି ଏପରି ଷଢଯନ୍ତ୍ର କରାଯାଇଥିଲା ତାହା ସେ କହି ନ ଥିଲେ।
ସେହିପରି ସେ କହିଥିଲେ ଯେ, ମୁଁ ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ହସପିଟାଲ ଯିବି ନାହିଁ। କାରଣ ସେଠାକୁ ଗଲେ ପାଣ୍ଡିଆନ ତଡି ଦେଉଛନ୍ତି। ଏପରିକି ନବୀନ ନିବାସକୁ ମଧ୍ୟ ତାଙ୍କୁ ଦେଖିବା ପାଇଁ ଯିବି ନାହିଁ। କାରଣ ସେ ମୋତେ ହତ୍ୟା କରିବାକୁ ଷଢଯନ୍ତ୍ର କରିଥିଲେ ବୋଲି ଜୟନାରାୟଣ କହିଛନ୍ତି।
ସେ ପୁଣି କହିଛନ୍ତି ଯେ, ମୁଁ ନବୀନଙ୍କୁ ଦେଖିବାକୁ ଯିବି ନାହିଁ, ହେଲେ ତାଙ୍କର ଦୀର୍ଘାୟୁ କାମନା କରୁଛି। ସେ ଦୀର୍ଘ ବର୍ଷ ଧରି ବଞ୍ଚି ରହନ୍ତୁ ଏବଂ ଏମିତି ବାରମ୍ବାର ହାରିବା ଦେଖୁ ଥାଆନ୍ତୁ। ହସପିଟାଲରେ ପାଣ୍ଡିଆନ ନେତାଙ୍କୁ ପୁରାଇ ଦେଉ ନାହାଁନ୍ତି। ତାଙ୍କୁ ବାଡେଇ ବାହାର କରିଦେଉଛନ୍ତି ବୋଲି ସେ କହିଛନ୍ତି। ଜୟନାରାୟଣଙ୍କ ଏପରି ବକ୍ତବ୍ୟ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଉଛି।