Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ
ଆଜିର ଖବର

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ
କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

ଭୁବନେଶ୍ୱର: ରାଜ୍ୟରେ ପୁରୀ ଓ ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ରେ ପିଜି ସିଟ ଥିବାବେଳେ ୧୯୭୮ମସିହାରେ ପ୍ରତିଷ୍ଠିତ ବ୍ରହ୍ମପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ବା କେ ଏ ଟି ଏସ ଆୟୁର୍ବେଦ ମହାବିଦ୍ୟାଳୟ କୁ ଉପେକ୍ଷା କରା ଯାଇଥିବା ବୋଲି ଅବିହିତ କରି ୨୦୨୧ ମସିହାରେ ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେଦ୍ର ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ,ଆୟୁଷ ବିଭାଗ ମନ୍ତ୍ରୀ, ସଚିବ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭିନ୍ନ ଅଧିକାରୀ ଙ୍କୁ କ୍ଷୋଭ ଭରା ପତ୍ର ଲେଖିବା ପରେ ତୁରଣ ୨୦୨୨ମସିହାରେ ଏହି ଖ୍ୟାତି ସମ୍ପର୍ଣ୍ଣ ଅନୁଷ୍ଠାନ ରେ ୪ଟି ପିଜି ସିଟ ଖୋଲିବା ପାଇଁ କେନ୍ଦ୍ର ଆୟୁଷ ବିଭାଗ ସ୍ୱୀକୃତି ପ୍ରଦାନ କରିଥିଲେ।

ସେଠାରେ ୨୦୨୩ ମସିହାରୁ ମାତ୍ର ୪ ଟି ସର୍ଜରୀ ରେ ପିଜି ପାଠ୍ୟକ୍ରମ ଆରମ୍ବ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ ପୋଷଣ ରୁ ଏହି ପିଜି ସିଟ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ। ଆୟୁଷ ବିଭାଗ ର କେନ୍ଦ୍ର ଅନୁଦାନ ଓ ଭିତ୍ତିଭୂମି ବିକାଶ ଥିଲେ ମଧ୍ୟ ରାଜ୍ୟ ସରକାର ମାନବ ସମ୍ବଳ ବିକାଶ( ବିଭିନ୍ନ ବିଭାଗରେ ସ୍ଥାୟୀ ପ୍ରଫେସର ନିଯୁକ୍ତି)ପାଇଁ କୋୖଣସି ପଦକ୍ଷେପ ନ ନେବା ଯୋଗୁଁ ସିଟ ସଂଖ୍ୟା ରେ ଉର୍ଣ୍ଣତି ପରିଲକ୍ଷିତ ହେଉନାହିଁ।
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ପ୍ରତି ବର୍ଷ ବିଭିନ୍ନ ବିଭାଗ ରେ ୧୯ଟି ଓ ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ମାତ୍ର ୮ଟି ରେ ପିଜି ସିଟ ପାଇଁ ବ୍ୟବସ୍ଥା ରହିଛି।

ମାତ୍ର ରାଜ୍ୟ ସରକାର ଘୋର ନୈରାଶ୍ୟ ମନୋଭାବ ଯୋଗୁଁ ଦକ୍ଷିଣ ଓଡ଼ିଶାର ଏହି ଖ୍ୟାତି ସମ୍ପର୍ଣ୍ଣ କେ ଏ ଟି ଏସ ଆୟୁର୍ବେଦ ମହାବିଦ୍ୟାଳୟ ରେ ସ୍ନାତକ ଶିକ୍ଷା ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ରେ ଘୋର ଅବନତି ପରିଲକ୍ଷିତ ହୋଇଛି।

ଏନେଇ ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ସଂପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା ଏକ ଦାବୀ ପତ୍ର ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାରଙ୍କ ଆୟୁଷ ବିଭାଗ ମନ୍ତ୍ରୀ,କେନ୍ଦ୍ର ଆୟୁଷ ସଚିବ, ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରୀୟ ଆୟୋଗ,ସେଣ୍ଟ୍ରାଲ କାଉନ୍ସିଲ ଅଫ ଇଣ୍ଡିଆନ ମେଡ଼ିସିନ ସଚିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ଶାସନ ସଚିବ,ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଡା ମୁକେଶ ମହଲିଙ୍ଗ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ, ରାଜ୍ୟ ଆୟୁଷ ନିର୍ଦେଶକ ଆଦି ସମସ୍ତ କେନ୍ଦ୍ର , ରାଜ୍ୟ ସରକାର ଓ ପଦସ୍ଥ ଅଧିକାରୀ ଙ୍କୁ ମେଲ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ତୁରନ୍ତ ପଦକ୍ଷେପ ଗ୍ରହଣ କରି ଏହି ପ୍ରତିଷ୍ଠିତ ମହାବିଦ୍ୟାଳୟ ରେ ଅତି କମରେ ୨୫ ଟି ପିଜି ସିଟ ବ୍ୟବସ୍ଥା କରିବାକୁ ଆୟୁଷ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି।

ଆୟୁର୍ବେଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହାତ୍ମା ଗାନ୍ଧୀ, ଲାଲବାହଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସାରା ଦେଶ

October 2, 2025

ଓଡ଼ିଶାରେ ଖୋଲିବ ୬ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025
Latest News

ଆଜି ମହାତ୍ମା ଗାନ୍ଧୀ, ଲାଲବାହଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସାରା ଦେଶ

October 2, 2025

ଡାଲି ଉତ୍ପାଦନ ବୃଦ୍ଧି ପାଇଁ ‘ଆତ୍ମନିର୍ଭରତା ମିଶନ’କୁ ମଞ୍ଜୁର କଲା କେନ୍ଦ୍ର, ୧୧,୪୪୦ କୋଟି ଟଙ୍କା ନିବେଶ ପ୍ରୋତ୍ସାହନ

October 2, 2025

ଓଡ଼ିଶାରେ ଖୋଲିବ ୬ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

October 2, 2025

ଦେଶରେ ପ୍ରତିଷ୍ଠା ହେବ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ଖର୍ଚ୍ଚ ହେବ ୫୮୬୨ କୋଟି ଟଙ୍କା

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.