ଭୁବନେଶ୍ଵର: ଆଜି ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ୮୧ ତମ ଜନ୍ମ ବାର୍ଷିକ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ ଉତ୍ସବ -୨୦୨୫ ପାଳନ ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ NCC, NSS, Soute and guide ଏବଂ YRC ର ଯୋଗ୍ୟ ବିବେଚିତ ଅଫିସର୍ ମାନଙ୍କଙ୍କୁ ସମ୍ମାନିତ କରାଯାଇଛି।
ଏହି ଅବସରରେ YRC ପକ୍ଷରୁ ଯେଉଁ ୧୨ ଜଣଙ୍କୁ ସମ୍ମାନିତ କରାଯାଇଛି ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀସ୍ଥିତ ଦୁର୍ଗା ଚରଣ ଚିଲିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ରଞ୍ଜନ କୁମାର ମହପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସମ୍ମାନର ଶ୍ରେୟ ସେ ତାଙ୍କର କଲେଜର ଅଧ୍ୟକ୍ଷ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ସର୍ବୋପରି ତାଙ୍କର ପିତା ମାତାଙ୍କୁ ଅର୍ପଣ କରୁଛନ୍ତ।
ଏହି ସଭାରେ ଉପସ୍ଥିତ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ମୁଖ୍ୟ ବକ୍ତା Ex – Vice Chancellor ଫକିର ମୋହନ ବିଶ୍ଵବିଦ୍ୟାଳୟ ପ୍ରୋ. କୁମାର ବର ଦାସ ଏବଂ ଓଡ଼ିଶା ରାଜିବ ଗାନ୍ଧୀ ଛାତ୍ର ଫୋରମର ସତ୍ୟବ୍ରତ ନାୟକ ସଭା ପରିଚାଳନା କରିଥିଲେ।