Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’- ଭାରତନେତ୍ରର ଶୁଭାରମ୍ଭ
ଆଜିର ଖବର

ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’- ଭାରତନେତ୍ରର ଶୁଭାରମ୍ଭ

August 23, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭାରତନେତ୍ରର ଶୁଭାରମ୍ଭ
ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’- ଭାରତନେତ୍ରର ଶୁଭାରମ୍ଭ

ଭୁବନେଶ୍ୱର; କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ‘ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’ (I-GFTCH) – ଭାରତନେତ୍ରର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟଓ୍ୱାର୍କ(ଜିଏଫଟିଏନ) ସହଯୋଗରେ ଭୁବନେଶ୍ୱରକୁ ବିଶ୍ୱ ଆର୍ଥିକ ଟେକ୍ନୋଲୋଜି ଏବଂ  ଇନସ୍ୟୁରଟେକ୍, ଇନୋଭେସନ ହବ୍ ରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ଜ୍ଞାନ ପରମ୍ପରା ଦୀର୍ଘ ଦିନରୁ ରହିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଆହ୍ୱାନ କରିଛନ୍ତି । ଏହି ସମୟରେ ୨୦୩୬ ସୁଦ୍ଧା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ଆଜିର ପଦକ୍ଷେପ ଆମ ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ  ଦ୍ୱାରା ପରିକଳ୍ପିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଆଉ ଏକ ପଦକ୍ଷେପ ।  ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’  ଡିଜିଟାଲ ନବସୃଜନକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର ଯୁବପିଢ଼ିଙ୍କୁ ବିଶେଷ ଭାବରେ ଫିନଟେକ୍ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ସୁଯୋଗକୁ ହାତଛଡା କରିବାକୁ ଦେବ ନାହିଁ । ଯୁବବର୍ଗଙ୍କୁ ଇନସ୍ୟୁରଟେକ୍, ଡିଜିଟାଲ ଫାଇନାନ୍ସ, ଏଆଇ, ବ୍ଲକ ଚେନ୍ ଏବଂ ଭବିଷ୍ୟତବାଦୀ ଦକ୍ଷତା କ୍ଷେତ୍ରରେ ଯୁବପିଢିଙ୍କୁ ଚାକିରି ପାଇଁ ଦକ୍ଷତା ପ୍ରଦାନ କରିବ ।  I-GFTCH ଏଠାରେ ଭୁବନେଶ୍ୱରରେ ସ୍ଥାନୀୟ ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ସୁଯୋଗ ଦେବା ପାଇଁ ସହଯୋଗୀ ଭାବରେ କାମ କରିବ । ଓଡ଼ିଶାକୁ ଏକ ଡିଜିଟାଲ-ଅ୍ରଣୀ ଅର୍ଥନୀତିରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବରୁ ଆୟୋଜିତ ଏକ ସାକ୍ଷାତକାରରେ ସିଙ୍ଗାପୁର ଜିଏଫଟିଏନର ଗ୍ରୁପ ସିଇଓ ଶ୍ରୀ ସୋପ୍ନେନ୍ଦୁ ମହାନ୍ତିଙ୍କ ସହ ବାର୍ତ୍ତାଳାପ କରିଥିଲେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ସିଙ୍ଗାପୁର ମଡେଲର କ୍ରିୟାନ୍ୱୟନ ନେଇ ଆସିଥିବା କଳ୍ପନା ସହ ଆର୍ଥିକ କ୍ଷେତ୍ରରେ ଭବିଷ୍ୟତକୁ ନୂଆ ଆକାର ଦେବା : ପ୍ରତିଭା, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନକୁ ରାସ୍ତା କଥାବସ୍ତୁ ଉପରେ ମତ ରଖିଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ସିଙ୍ଗାପୁର ଗସ୍ତରେ ଥିବା ବେଳେ ଜୁରଙ୍ଗ ଆଇଲ୍ୟାଣ୍ଡ ଭଳି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସମୟରେ ଓଡ଼ିଶାରେ ସିଙ୍ଗାପୁର ମଡେଲର କ୍ରିୟାନ୍ୱୟନ ମନରେ ଭାବନା ଆସିଥିଲା । ଓଡ଼ିଶାରେ ଅପାର ସମ୍ଭାବନା, ପ୍ରାକୃତିକ ସମ୍ବଳ, ସୁଦୀର୍ଘ ବେଳାଭୂମି, ଜଙ୍ଗଲ, ପ୍ରତିଭା ସମ୍ପଳ ମାନବ ସମ୍ବଳ ଅଛି । ଯଦି ଏଫଏମ କଲେଜରୁ ପାଠପଢି ସୋପ୍ନେନ୍ଦୁ ମହାନ୍ତିଙ୍କ ପରି ଟେକ୍ନୋକ୍ରାଟମାନେ ସିଙ୍ଗାପୁରରେ କାମ କରୁଛନ୍ତି ତେବେ ଓଡ଼ିଆ ପିଲାମାନେ କାହିଁକି ନୁହେଁ ? ସଠିକ୍ ସୁଯୋଗ ପ୍ରଦାନ କଲେ, ଓଡ଼ିଆ ପିଲାମାନେ ଯେକୌଣସି ବିଷୟ ହାସଲ କରିପାରିବେ । ବିଶେଷ ଭାବରେ ଓଡ଼ିଶାର ଯୁବ ପ୍ରତିଭାକୁ ଉପଯୋଗ କରିବା ଦିଗରେ ସିଙ୍ଗାପୁର ଭଳି ଇକୋସିଷ୍ଟମ ତିଆରି ହେବା ଦରକାର ।

ଯୁବକଙ୍କ ରୋଜଗାର ସୃଷ୍ଟି କରିବା ଉପରେ ଶ୍ରୀ ପ୍ରଧାନ କହିଥିଲେ ବର୍ତ୍ତମାନ ସମୟରେ ଏଆଇ ଭଳି ଟେକ୍ନୋଲୋଜି ବଦଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଗ୍ରୀ ଅପେକ୍ଷା ଦକ୍ଷତାକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ନୂଆ ଜାତୀୟ ଶିକ୍ଷା ନୀତି  ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛି । ବର୍ତ୍ତମାନ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନାମଲେଖାରେ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ୨୦୩୦ ସୁଦ୍ଧା ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖାକୁ ୫୦ ପ୍ରତିଶତ  ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ।  ଭାରତ ସରକାର, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ମିଳିତ ଭାବରେ ଦକ୍ଷତା କ୍ଷେତ୍ରରେ ଆର୍କିଟେକ୍ଟ ନିର୍ମାଣ କରିବା ସହ ଉଦ୍ୟୋଗୀ ପରମ୍ପରାକୁ ପ୍ରୋତ୍ସାହନ ଦେବା ଦିଗରେ ଆଗେଇ ଆସିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରନ୍ତର ପ୍ରଚେଷ୍ଟା କାରଣରୁ ଇନୋଭେସନକୁ ଏକ ବ୍ରାଣ୍ଡରେ ପରିଣତ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଆମକୁ ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦେଇ ରାଜ୍ୟର ଯୁବବର୍ଗଙ୍କ ପାଇଁ ରୋଜଗାର ଆଧାରିତ ପରିସଂସ୍ଥାନ ତିଆରି କରିବା ଆବଶ୍ୟକ ।

ଦକ୍ଷତାର ସହ ଦୁଃସାହସୀ ହେବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ ଓଡ଼ିଶା ସମେତ ଭାରତ ସ୍ୱାଭାବିକ ଭାବରେ ଉଦ୍ୟୋଗୀ ସମାଜ । ନବସୃଜନ ଏବଂ ଉଦ୍ୟମିତା ଆମର ପିଲାମାନଙ୍କ ଡିଏନଏରେ ଅଛି । ଯୁବବର୍ଗଙ୍କୁ ରୋଜଗାର ଅନ୍ୱେଷଣ କରିବା ଅପେକ୍ଷା ରୋଜଗାରଦାତା ଉପରେ ଶ୍ରୀ ପ୍ରଧାନ ମତ ପ୍ରକାଶ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଏହି ସାକ୍ଷାତକାରରେ ଓଡ଼ିଆ ପିଲାମାନଙ୍କ ଦ୍ୱାରା ବିକଶିତ ଡ୍ରୋନ ଟେକ୍ନୋଲୋଜି , ଗୋଟ୍ ବ୍ୟାଙ୍କ୍, ଷ୍ଟେମ ଶିକ୍ଷାରେ ଛାତ୍ରୀଙ୍କ ଅଭୁତପୂର୍ବ ସଫଳତା, ବ୍ଲିଙ୍କ୍ ଇଟ୍ ଭଳି ଟେକ୍ନୋଲୋଜି ମାଧ୍ୟମରେ ଓଡ଼ିଶାର ମାତୃଶକ୍ତିଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିଶ୍ୱବଜାରରେ ପହଞ୍ଚାଇବା ଭଳି ଉଦ୍ୟମ ଉପରେ ଚର୍ଚ୍ଚା କରିଥିଲେ । ଓଡ଼ିଶାର ବୀରତ୍ୱ ଉପରେ ପ୍ରକାଶ କରିବା ସହ ଆମର ନୌବାଣିଜ୍ୟ, କଳିଙ୍ଗ ଯୁଦ୍ଧ ଏବଂ ବାଜି ରାଉତଙ୍କ କାହାଣୀ ଉପରେ ମଧ୍ୟ ସେ କହିଥିଲେ । ଓଡ଼ିଶା ସମ୍ଭାବନା ଏବଂ ଅସୀମ ପ୍ରତିଭାର ଭୂମି। ଓଡ଼ିଶାରେ ନିବେଶ କରିବାକୁ ଶ୍ରୀ ପ୍ରଧାନ ନିବେଶକଙ୍କୁ ନିମନ୍ତ୍ରଣ ଏବଂ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ଭାରତନେତ୍ର ହାକାଥନ ଓ୍ୱେବସାଇଟର ଶୁଭାରମ୍ଭ ସହ ଜିସିସି ପ୍ଲସ ଓଭରାଲ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସିଙ୍ଗାପୁର ଜିଏଫଟିଏନର ସିଇଓ ଶ୍ରୀ ସୋପ୍ନେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

I-GFTCH ଧର୍ମେନ୍ଦ୍ର ପ୍ରଧାନ ଫିନଟେକ୍ ଭାରତନେତ୍ର ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ସେମିକନ୍‌ ଇଣ୍ଡିଆ ୨୦୨୫ର ଚତୁର୍ଥ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 23, 2025

ମେଗା ଧାରାବାହିକ,’ସାଥୀ ସାତ ଜନ୍ମର’ ରେ ସମ୍ପର୍କର ଦୋଛକିରେ ଅର୍ଚ୍ଚନା

August 23, 2025

ଡ୍ରିମ୧୧ ସହିତ ବିସିସିଆଇର କୋଟି କୋଟି ଟଙ୍କାର ଚୁକ୍ତି ବର୍ବାଦ?: ଚିନ୍ତା ବଢାଇଲା ନୂଆ ଆଇନ

August 23, 2025

ବେଆଇନ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ନିର୍ଦ୍ଦେଶ ଦେଲେ ଡିଜିପ

August 23, 2025
Latest News

ସେମିକନ୍‌ ଇଣ୍ଡିଆ ୨୦୨୫ର ଚତୁର୍ଥ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 23, 2025

ମେଗା ଧାରାବାହିକ,’ସାଥୀ ସାତ ଜନ୍ମର’ ରେ ସମ୍ପର୍କର ଦୋଛକିରେ ଅର୍ଚ୍ଚନା

August 23, 2025

ଡ୍ରିମ୧୧ ସହିତ ବିସିସିଆଇର କୋଟି କୋଟି ଟଙ୍କାର ଚୁକ୍ତି ବର୍ବାଦ?: ଚିନ୍ତା ବଢାଇଲା ନୂଆ ଆଇନ

August 23, 2025

ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’- ଭାରତନେତ୍ରର ଶୁଭାରମ୍ଭ

August 23, 2025

୨୦୨୬ ଏପ୍ରିଲ ୧ ରୁ ଲାଗୁ ହେବ ନୂଆ ଆୟକର ଆଇନ, ଗେଜେଟ ବିଜ୍ଞପ୍ତି ପ୍ରକାଶିତ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.