Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଆଜିର ଖବର

ରାଜ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

August 23, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
High Level meeting
ରାଜ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଅଗଷ୍ଟ ୨୩ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିବା ଅବସରରେ ରାଜ୍ୟପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସମେତ ଉପରୋକ୍ତ ବିଭାଗମାନଙ୍କର ବରିଷ୍ଠ ଅଧିକାରୀ, ରାଜ୍ୟର ବିଭିନ୍ନ ଜିଲ୍ଲାର ଡିଏଫଓ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରଳକ୍ପ ପ୍ରଶାସକ, ଜିଲ୍ଲା କଲ୍ୟାଣ ଅଧିକାରୀ ତଥା ବିଭିନ୍ନ ପ୍ରକଳ୍ପର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଜନଜାତିମାନଙ୍କର କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଉପରୋକ୍ତ ଯୋଜନା ସମ୍ପର୍କରେ ସେମାନଙ୍କୁ ସଚେତନ କରାଇ ପାରିଲେ ଯୋଜନାର ସୁଫଳ ମିଳିବ ଏବଂ ସେମାନେ ଉପକୃତ ହୋଇ ପାରିବେ। ଏଣୁ ସମ୍ପୃକ୍ତ ବିଭାଗ ତରଫରୁ ବିଭିନ୍ନ ଯୋଜନା ସମ୍ପର୍କରେ ପୁସ୍ତିକା ପ୍ରସ୍ତୁତ କରି ଜନସାଧାରଣଙ୍କୁ ବଣ୍ଟନ କରିବା ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବଙ୍କୁ ରାଜ୍ୟପାଳ କହିଥିଲେ। ଏତତ ବ୍ୟତୀତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ କିପରି ଅଧିକ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ପାରିବେ ସେ ଦିଗରେ ସକାରାତ୍ମକ ମନୋଭାବ ନେଇ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ କହିଥିଲେ।

ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ଜନଜାତିବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଗୁଣାତ୍ମକ ଶିକ୍ଷା, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଛାତ୍ରବୃତ୍ତି, ଜନଜାତି ବର୍ଗଙ୍କ ଜୀବନ ଧାରଣ ମାନର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଫରେଷ୍ଟ ରାଇଟ ଆକ୍ଟ-୨୦୦୬ର କାର୍ଯ୍ୟକାରିତା, ଜଙ୍ଗଲଜାତ ଦ୍ରବ୍ୟର ବିପଣନ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ, ଆର୍ଟିକିଲ ୨୭୫(୧), ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଇତ୍ୟାଦି ଯୋଜନାର କାର୍ଯ୍ୟକାରିତା ଏବଂ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ରାଜ୍ୟପାଳ ସମୀକ୍ଷା କରିଥିଲେ।

ଫରେଷ୍ଟ ରାଇଟ ଆକ୍ଟ ଅଧୀନରେ ବିଭିନ୍ନ ଜିଲ୍ଲାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ବିଚାରାଧୀନ ଆବେଦନ ଗୁଡିକୁ ଆଗାମୀ ନବେ ଦିନ ମଧ୍ୟରେ ଫଇସଲା କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। କଲ୍ୟାଣ ବିଭାଗ ପରିଚାଳିତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ବିକାଶ ସହିତ ବିଦ୍ୟାଳୟମାନଙ୍କର ମାନ୍ୟତା ବୃଦ୍ଧି ଦିଗରେ ପଦକ୍ଷେପର ସମୀକ୍ଷା କରିଥିଲେ। ଏତତ ବ୍ୟତୀତ ନକଲି ଜାତି ପ୍ରମାଣ ପତ୍ର ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି ଏପରି ମାମଲାଗୁଡ଼ିକର ଯାଞ୍ଚ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ।

ଲଘୁ ଜଙ୍ଗଲଜାତ ଦ୍ରବ୍ୟର କ୍ରୟ ଏବଂ ନିଲାମ ପ୍ରସଙ୍ଗରେ ରାଜ୍ୟପାଳ ସମୀକ୍ଷା କରିଥିଲେ। ଲଘୁ ଜଙ୍ଗଲଜାତ ଦ୍ରବ୍ୟର ବିପଣନ ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ଜନଜାତିମାନେ ଯେପରି ଉଚିତ ମୂଲ୍ୟ ପାଇ ପାରିବେ ତାହା ସୁନିଶ୍ଚିତ କରିବା ଏବଂ ଏ କ୍ଷେତ୍ରରେ ମଧ୍ୟସ୍ଥିକୁ ଦୂର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଲଘୁ ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ ଏମଏସଏମଇ ସ୍ଥାପନ କରିବାକୁ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ। ଜନଜାତି ଅଧୁସିତ ଅଂଚଳରେ ଭିତ୍ତିଭୂମି ଓ ଯୋଗାଯୋଗ ଉପରେ ରାଜ୍ୟପାଳ ସମୀକ୍ଷା କରିଥିଲେ ଏବଂ ପ୍ରତି ଗ୍ରାମରେ ମୋବାଇଲ ନେଟୱାର୍କ ଉପଲବ୍ଧ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏତତ ବ୍ୟତୀତ ଲୋକମାନଙ୍କ ଘର ତଥା ଅନୁଷ୍ଠାନ ମାନଙ୍କରେ ସୌର ଶକ୍ତିର ବ୍ୟବହାର ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ଏତତ ବ୍ୟତୀତ ସିଏସଆର କାର୍ଯ୍ୟକ୍ରମ ସହଯୋଗରେ ବିଦ୍ୟାଳୟ ମାନଙ୍କରେ ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା କରିବା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।

ଉକ୍ତ ସମୀକ୍ଷା ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ,ପିସିସିଏଫ ଓଡିଶା ସୁରେଶ ପନ୍ତ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଏସ ଏନ ଗିରିଶ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ବି ପରମେଶ୍ୱରନ, ପିସିସିଏଫ (କେଏଲ) ଉମା ନନ୍ଦୁରୀ, ପିସିସିଏଫ (ଡବ୍ଲୁଏଲ) ପ୍ରେମ କୁମାର ଝା, ଷ୍ଟେଟ ନୋଡାଲ ଅଧିକାରୀ (ପିଡି, ଓଏଫଏସଡିପି) କେ ମୁରୁଗେସନ ପ୍ରମୁଖ ମଞ୍ଚାସୀନ ଥିଲେ।

ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଜନଜାତି ରାଜ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025
Latest News

ଅଗ୍ନିଶମ ବାହିନୀରେ ସାମିଲ ହେଲେ ୯୧୧ ଅଗ୍ନିଯୋଦ୍ଧା, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

August 23, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

August 23, 2025

କଟକ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

August 23, 2025

“ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି”: କେନ୍ଦ୍ର କୃଷି ମନ୍ତ୍ରୀ

August 23, 2025

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.