Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସବୁ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଉ: ସମନ୍ୱୟ ସମିତି
ଆଜିର ଖବର

ସବୁ ବର୍ଗର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଉ: ସମନ୍ୱୟ ସମିତି

August 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମନ୍ୱୟ ସମିତି
ୟୁ.ଏ.ଏସ୍‌. ଲାଗୁ କରିବା ପୂର୍ବରୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଉ: ସମନ୍ୱୟ ସମିତି
ଭୁବନେଶ୍ୱର: ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଯେଉଁସବୁ ପଦକ୍ଷେପ ସରକାରଙ୍କ ତରଫରୁ ନିଆଯିବା ପାଇଁ ନିଷ୍ପତ୍ତି ହୋଇଛି ତାହାକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସ୍ୱାଗତ କରାଯାଇଛି। ସେହିପରି ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ସୁଦୃଢ଼ୀକରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ କହିଛନ୍ତି।
ସୂଚନାଥାଉକି, ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ସ୍କିମାଟିକ୍ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ଏକ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ। ସେହିପରି ସରକାର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏହି ବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ପ୍ରକାର ଶିକ୍ଷକ ଓ ଶିକ୍ଷାକର୍ମଚାରୀ ରହିଛନ୍ତି ଏବଂ ଅନେକ ପଦବୀ ଶୂନ୍ୟ ପଡ଼ିଛି। ୨୦୦୮ ଓ ୨୦୧୧ ମସିହାରେ ଅଷ୍ଟମ ଶ୍ରେଣୀ ସ୍ୱୀକୃତି  ପାଇଥିବା ଅନୁଦାନ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ସରକାର ଅନୁଦାନ ପ୍ରଦାନ କରନ୍ତୁ ଏବଂ ଅବସର ନେଇଥିବା ଓ ନେବାକୁଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଚାକିରିସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।
ସରକାର କ୍ରୀଡ଼ା, ବ୍ୟାୟାମ ଓ ଖେଳକୁଦକୁ ଗୁରୁତ୍ୱ ଦେଉଥିବା ବେଳେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରୁ ଏକମାତ୍ର କ୍ରୀଡ଼ା ଶିକ୍ଷକ ଅବସର ନେବା ପରେ ସେହି ସ୍ଥାନ ଶୂନ୍ୟ ପଡ଼ୁଛି। ତେଣୁ କ୍ରୀଡ଼ାଶିକ୍ଷକମାନଙ୍କୁ ମଧ୍ୟ ଅତିଥି ଶିକ୍ଷକ ଭାବରେ ନିଯୁକ୍ତି ପ୍ରଦାନ କରାଯିବା ପାଇଁ ସମନ୍ୱୟସମିତି ପକ୍ଷରୁ ଦାବି କରାଯାଇଛି। ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି  ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଶୂନ୍ୟପଡ଼ିଥିବା ଶିକ୍ଷକ ପଦବୀ ପୂରଣକରି ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଉ । ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ପ୍ରାଥମିକ ଠାରୁ ଉଚ୍ଚମାଧ୍ୟମିକ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ସହିତ ସମସ୍ତ ପ୍ରକାର ସୁବିଧା ଓ ସେଥିରେ ନିର୍ଦ୍ଧାରିତ ବ୍ୟୟ ଅଟକଳ ଯୋଗାଇ ଦିଆଯାଉ। ସରକାର ଯଦି ସବୁବର୍ଗର ବିଦ୍ୟାଳୟକୁ ସରକାରୀ ବିଦ୍ୟାଳୟରେ ପରିଣତ କରନ୍ତେ ତେବେ ଏହିସବୁ ସମସ୍ୟା ସମାଧାନ ହୋଇ ପାରନ୍ତା ବୋଲି ସମନ୍ୱୟ ସମିତି ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି।
ସରକାର ସବୁବର୍ଗର ବିଦ୍ୟାଳୟଗୁଡ଼ିକର ସମସ୍ୟାକୁ ଦୃଷ୍ଟିରେ ରଖି ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ନିମନ୍ତେ ଏକ ସ୍ଥାୟୀ ସମାଧାନର ପନ୍ଥା ଗ୍ରହଣ କରନ୍ତୁ, ଆଗରୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ ପାଳନ କରିବା ସହ ନିଜ କଥା ନିଜେ ରଖି ଅନୁଦାନ ଓ ପେନ୍‌ସନ୍ ପ୍ରଦାନ କରିବା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ରମାକାନ୍ତ ଲେଙ୍କା, ଗଦାଧର ଶତପଥି ଏବଂ ମଧୁସୂଦନ ଦେ ପ୍ରମୁଖ ଅନୁରୋଧ କରିଛନ୍ତି।
BJP Ads
ପ୍ରାଥମିକ ଶିକ୍ଷା ଶିକ୍ଷାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025
BJP Ads
Latest News

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.