Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ପିତାକୁ ୭ ବର୍ଷ କାରାଦଣ୍ଡାଦେଶ
ଆଜିର ଖବର

ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ପିତାକୁ ୭ ବର୍ଷ କାରାଦଣ୍ଡାଦେଶ

August 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Case of sexual exploitation of a minor girl
Case of sexual exploitation of a minor girl: Accused father sentenced to 7 years imprisonment

ଭୁବନେଶ୍ଵର: ବାଲେଶ୍ୱର ଜିଲ୍ଲା ପୋକ୍ସୋ ଅଦାଲତ ଜନୈକ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ପ୍ରକାଶ କରି ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପିତା ବାଦଲ ସିଂକୁ ୭ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି।

ମାମଲାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ବାସୁଖୁଣ୍ଟା ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ବାଦଲ ସିଂ ନିଜ ୧୦ ବର୍ଷର ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲା। ନାବାଳିକା ଜଣକ ବାପା ବାଦଲର ବ୍ୟବହାରରେ ଅତିଷ୍ଠ ହୋଇ ଘଟଣା ସଂକ୍ରାନ୍ତରେ ସମ୍ପର୍କୀୟ ମାଉସୀଙ୍କୁ କହିଥିଲେ। ପରେ ମାଉସୀ ଜଣକ ଗତ ଜାନୁୟାରୀ ୨ ତାରିଖରେ ରେମୁଣା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିଥିଲା। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପକ୍ଷରୁ ଡିଏନଏ ବିଶ୍ଳେଷଣ ଏବଂ ଫୋରେନସିକ୍ ପ୍ରମାଣ ଭଳି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳର ବ୍ୟବହାର କରାଯାଇଥିଲା।

ଶୁକ୍ରବାର କୋର୍ଟ ଏହି ରାୟ ପ୍ରକାଶ କରି, ଭାରତୀୟ ନ୍ୟାୟ ସଂହିତା (BNS) ତଥା ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଜରିମାନା ଦଣ୍ଡିତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡିକୁ ନିଜେ ଅନୁଧ୍ୟାନ କରୁଛନ୍ତି। ଏହା ସହ ଏଭଳି ସଙ୍ଗୀନ ମାମଲା ଗୁଡିକରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ତଦନ୍ତକାରୀ ଅଧିକାରୀ ମାନଙ୍କୁ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ଓ ଉପକରଣର ବ୍ୟବହାର କରି ତ୍ୱରିତ ବେଗରେ ତଦନ୍ତ କରି ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପୋଲିସର ତଦନ୍ତ ଶୈଳୀ, ବୃତ୍ତିଗତ ଦକ୍ଷତା, ପୀଡିତା ଏବଂ ସାକ୍ଷୀ ମାନଙ୍କ ବୟାନ ଯୋଗୁଁ ଏହି ମାମଲାରେ ପୋଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି। ରେମୁଣା ଥାନା ସବ ଇନ୍ସପେକ୍ଟର ସୁବାସ ଚନ୍ଦ୍ର ମଲ୍ଲିକ ଏହି ମାମଲାର ତଦନ୍ତ କରିଥିବା ବେଳେ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ଏହି ମାମଲାକୁ ପରିଚାଳନା କରିଥିଲେ।

ନାବାଳିକାଙ୍କୁ ଯୌନ ନିର୍ଯାତନା ପୋକ୍ସୋ ଅଦାଲତ ବାଲେଶ୍ୱର ଜିଲ୍ଲା ଯୌନ ନିର୍ଯାତନା ମାମଲା ରେମୁଣା ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଡିସେମ୍ବର ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଧନ ବର୍ଷା, ଜାଣନ୍ତୁ ଶୁକ୍ରବାରର ରାଶିଫଳ

December 19, 2025

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025

ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 18, 2025

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

December 18, 2025
Latest News

ଆଜି ଡିସେମ୍ବର ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଧନ ବର୍ଷା, ଜାଣନ୍ତୁ ଶୁକ୍ରବାରର ରାଶିଫଳ

December 19, 2025

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025

ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 18, 2025

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

December 18, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.