କଳାହାଣ୍ଡି: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଜୁନାଗଡଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇ ରାଜ୍ୟର ବିକାଶ ନିମନ୍ତେ ସରକାର ତତ୍ପରତା ଦେଖାଉଛନ୍ତି ବୋଲି କହିଛନ୍ତି । ତା ପୂର୍ବରୁ ଶ୍ରୀ ସାମଲ ଭବାନୀପାଟଣା ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିଛନ୍ତି। ଶ୍ରୀ ସାମଲ ଧର୍ମଗଡଠାରେ ମଧ୍ୟ ମିଶ୍ରଣ ପର୍ବରେ ଯୋଗ ଦେଇ କର୍ମୀମାନଙ୍କୁ ସ୍ୱାଗତ କରିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ମାଳବିକା ଦେବୀ, ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।