ବଲାଙ୍ଗୀରି: ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜି ପାଳନ ହେଉଛି ନୂଆଁଖାଇ। ଏହି ପ୍ରସିଦ୍ଧ ପର୍ବରେ ଦେବା ଦେବୀଙ୍କ ପାଖରେ ଗୋଟିଏ ଦିନ ଆଗରୁ ପାହୁର ଭାର ପହଁଚିଲା ପରେ ନବାର୍ଣ୍ଣ ଲାଗି ହୋଇଥାଏ। ଚଳିତ ବର୍ଷର ଅମଳ ଧାନ ସହ ଇଷ୍ଟ ଦେବୀଙ୍କ ନିତ୍ୟ ବ୍ୟବହାର ସାମଗ୍ରୀ ମାଆଙ୍କ ପୀଠକୁ ଶୋଭାଯାତ୍ରାରେ ପଠାଇବା ହେଉଛି ପାହୁର ଯାତ୍ରା।
ବଲାଙ୍ଗୀରରେ କୋଶଲି ସଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗତକାଲି ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମା ପାଟଣେଶ୍ୱରୀ ଓ ମା ସମଲେଶ୍ୱରୀଙ୍କ ସମେତ ଅନ୍ୟ ଦେବଦେବୀମାନଙ୍କ ପୀଠରେ ନବାନ୍ନ ଲାଗି ଅବ୍ୟବହିତ ପୂର୍ବରୁ ନୂଆ ଧାନ, ପାତ୍ର, ସହ ବାସନ ଭୂଷଣ ସାମଗ୍ରୀ ପାହୁର ଯାତ୍ରାରେ ମନ୍ଦିରମାନଙ୍କୁ ନିଆଯାଇଥିଲା।