Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି
ଆଜିର ଖବର

ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି

August 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାୟପୁରରେ ମହାନଦୀ ଗୋଲ ଟେବୁଲ
ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି

The Samikhsya Desk: ଆଜି ଛତିଶଗଡର ରାୟପୁର ଠାରେ ଲୋକାୟନ ସଭାଗୃହ ରେ ମହାନଦୀର ସଙ୍କଟ ଓ ଜଳ ବିବାଦକୁ ନେଇ ଏକ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ, ନଦୀ ଘାଟି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜଳ ବିରାଦରି ର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି ବୈଠକରେ ଛତିଶଗଡ଼ ଓ ଓଡ଼ିଶାର ଅନେକ ନଦୀ ଆନ୍ଦୋଳନର ନେତୃତ୍ଵ ଯୋଗ ଦେଇଥିଲେ।

ଜଳ ମାନବ ଡ ରାଜେନ୍ଦ୍ର ସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକ ରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନିଆଯାଇଛି। 

ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ସହମତିକୁ ବୈଠକ ରେ ସ୍ବାଗତ କରାଯାଇଥିଲା। କିନ୍ତୁ ଆପୋଷ ଆଲୋଚନା କୁ ଯିବା ପୂର୍ବରୁ ଅଣ ମୌସୁମୀ ସମୟରେ ଯେତିକି ପାଣି ଓଡ଼ିଶାର ଆବଶ୍ୟକତା ରହିଛି ତାକୁ ଛାଡ଼ିବାକୁ ସର୍ତ୍ତ ରହିବା ଜରୁରୀ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା। ଦୁଇ ସରକାର ଭିତରେ ଆପୋଷ ସମାଧାନ କୁ ସୀମିତ ନରଖି ନଦୀ ସହିତ ସଂଶ୍ଳିଷ୍ଟ ଅଂଶୀଦାର ମାନଙ୍କୁ ଏଥିରେ ସାମିଲ କରିବା ପାଇଁ ଦୁଇ ରାଜ୍ୟ ସରକାରଙ୍କୁ ନିବେଦନ କରା ଯାଇଛି।

ମହାନଦୀ ଆଜି ସଙ୍କଟରେ ଏବଂ ଏହି ସଙ୍କଟ ରୁ ମୁକ୍ତି ପାଇଁ ଲୋକଙ୍କୁ ନଦୀ ସହିତ ଯୋଡିବା ଅବଶକ୍ୟ ବୋଲି ବିଚାର କରି ଆସନ୍ତା ବର୍ଷ ନୂଆ ବର୍ଷରେ ମହାନଦୀ ମହୋତ୍ସବ ଆୟୋଜନ କରିବାର ନିଷ୍ପତି ହୋଇଛି। ଏଥିରେ ଦୁଇ ରାଜ୍ୟର ସଂସ୍କୃତି, ସାହିତ୍ୟ, ଅର୍ଥନୀତି ଓ ସାମାଜିକ ଜୀବନ ସମ୍ପର୍କରେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ। ଏଥିପାଇଁ ସେପ୍ଟେମ୍ବର ମାସରେ ମହାନଦୀ ଚେତନା ଯାତ୍ରା ମଧ୍ୟ ଆୟୋଜିତ ହେଵ।

ମହାନଦୀ ଜଳ ବିବାଦର ଆପୋଷ ସମାଧାନ ସମ୍ପର୍କରେ ଦିଲ୍ଲୀ ଠାରେ ମହାନଦୀ ସଂସଦ ଅନୁଷ୍ଠିତ ହେବ ସେପ୍ଟେମ୍ବର ଶେଷ ସପ୍ତାହରେ। ଏଥିରେ ଓଡ଼ିଶା, ଛତିଶଗଡ ସମେତ ଦେଶର ନଦୀ ବିଶେଷଜ୍ଞ ମାନେ ଯୋଗ ଦେବେ। କେନ୍ଦ୍ର ତଥା ଦୁଇ ରାଜ୍ୟ ସରକାରଙ୍କ ପ୍ରତିନିଧି ମାନଙ୍କୁ ମଧ୍ୟ ଏହି ସଂସଦ କୁ ଆମନ୍ତ୍ରଣ କରାଯିବ।

ଆଜିର ଏହି ବୈଠକ ରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ, ନଦୀ ଘାଟି ମୋର୍ଚ୍ଚା ର ଆବାହକ ଗୌତମ ବନ୍ଦୋପାଦ୍ଦ୍ୟାୟ, ରାଷ୍ଟ୍ରୀୟ ଜଳ ବିରାଦରି ର ନିର୍ଦେଶକ ଡ ସଞ୍ଜୟ ସିଂହ ଆୟୋଜନ କରିଥିଲେ। ଓଡ଼ିଶାରୁ ଏଥିରେ ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ଅର୍ଜୁନ ସାମନ୍ତରାୟ, ଅଶୋକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଛତିଶଗଡ ର ବିଭିନ୍ନ ନଦୀ ଅବବାହିକା ରୁ ଅନେକ ସାମାଜିକ କର୍ମୀ, ଲୋକ ପ୍ରତିନିଧି, ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ମୁଖପାତ୍ର ପ୍ରସନ୍ନ ବିଷୋୟୀ ଗଣମାଧ୍ୟମକୁ କହିଛନ୍ତି।

Read English News- AIIMS Bhubaneswar Launches Neuromodulation Centre for Psychiatric Care

ଜଳ ମାନବ ଡ ରାଜେନ୍ଦ୍ର ସିଂହ ନଦୀ ଘାଟି ମୋର୍ଚ୍ଚା ମହାନଦୀ ବଞ୍ଚାଅ ଆନ୍ଦୋଳନ ରାୟପୁରରେ ମହାନଦୀ ଗୋଲ ଟେବୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026

Nalco Dividend: ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୧,୦୮୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ

September 29, 2026

ଆମେରିକାର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଗୋଲ୍ଡୀ ବ୍ରାର: ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲା FBI

September 29, 2026

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ: ଓଡ଼ିଶା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

September 29, 2026
Latest News

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026

Nalco Dividend: ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୧,୦୮୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ

September 29, 2026

ଆମେରିକାର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଗୋଲ୍ଡୀ ବ୍ରାର: ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲା FBI

September 29, 2026

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ: ଓଡ଼ିଶା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

September 29, 2026

ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.