Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ଓ ହିଂସାକାଣ୍ଡକୁ ନେଇ କଂଗ୍ରେସର ଦୃଢ ନିନ୍ଦା
ଆଜିର ଖବର

ବିହାର କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ଓ ହିଂସାକାଣ୍ଡକୁ ନେଇ କଂଗ୍ରେସର ଦୃଢ ନିନ୍ଦା

August 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିହାର କଂଗ୍ରେସ କାର୍ଯ୍ୟାଳୟ
ବିହାର କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ଓ ହିଂସାକାଣ୍ଡକୁ ନେଇ କଂଗ୍ରେସର ଦୃଢ ନିନ୍ଦା

ଭୁବନେଶ୍ବର: ଭୋଟ ଚୋରିର ପର୍ଦ୍ଦାଫାସ କରି ସାରା ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ବିହାରରେ “ ଭୋଟ ଅଧିକାର ଯାତ୍ରା ” ବର୍ତ୍ତମାନ ବିପୁଳ ଜନ ସମର୍ଥନ ହାସଲ କରୁଛି। ଏହି ପରିପ୍ରେଷୀରେ ଅସହିଷ୍ଣ୍ଣୁ ବିଜେପି ଦଳ ହୀନ ଚକ୍ରାନ୍ତ କରି ରାଜ୍ୟରେ ହିଂସାକାଣ୍ଡ ଭିଆଊଛି। ଯାହାର ଊଦାହରଣ ଆଜି ବିହାରରେ ଘଟିଥିବା ଘଟଣାରୁ ଜଣାଯାଊଛି ବୋଲି କହିଛି କଂଗ୍ରେସ। ଗତ ୨୭ ତାରିଖ ରାହୁଳ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରାକୁ ଭଣ୍ଡୁର କରିବା ପାଇଁ ବିହାରରେ ବିଜେପି ତାର ସଂଖ୍ୟାଲଘୁ ବିଭାଗର ଜଣେ କର୍ମୀଙ୍କୁ ନିୟୋଜିତ କରିଥିଲା ବୋଲି କଂଗ୍ରେସ କହିଛି।

ଊକ୍ତ କର୍ମୀ ପ୍ରଧାନମନ୍ତ୍ରୀଙ୍କର ସ୍ୱର୍ଗୀୟା ମାଆଙ୍କୁ ଗାଳି ଦେଇଥିଲା। ସଦାକତ ଆଶ୍ରମ ଯାହା କି ଏବେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଛି ଏବଂ ଉକ୍ତ ଆଶ୍ରମ ଏକଦା ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କର ବାସଭବନ ଥିଲା। ସେଠାରେ ଆଜି ବିଜେପିର ଗୁଣ୍ଡାବାହିନୀ ପ୍ରବେଶ କରି ବ୍ୟାପକ ହିଂସାକାଣ୍ଡ ଭିଆଇବା ସହ ଭଙ୍ଗାରୁଜା କରିଥିଲେ।।

ଏହି ଘଟଣାକୁ ପାଟନା ଗସ୍ତରେ ଥିବା ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଆଜି ପାଟନାଠାରେ ବରିଷ୍ଟ କଂଗ୍ରେସ ନେତୃବୃନ୍ଦଙ୍କ ଊପସ୍ଥିତିରେ ସାମ୍ବାଦିକ ସମ୍ମଳନୀରେ ଦୃଢ ନିନ୍ଦା କରିଛନ୍ତି। ସେ କହିଥିଲେ ଗତ ୨୭ ତାରିଖ ଦରଭଙ୍ଗାରେ ରାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ଉକ୍ତ ବିଜେପି କର୍ମୀ। ଏହି ସମୟରେ ରାହୁଲ ଗାନ୍ଧୀ ଉପସ୍ଥିତ ନ ଥିଲେ।

ସାଧାରଣ ଜନତା ଏଭଳି ଘଟଣାରେ କେବେ ବି ବିଜେପିକୁ କ୍ଷମା ଦେବେ ନାହିଁ। ବିଜେପିର ଏହି ହୀନ ଚକ୍ରାନ୍ତ ଆଜି ସମସ୍ତଙ୍କ ସାମନାକୁ ଚାଲି ଆସିଛି। ବିଜେପିର ଅସଲ ଚରିତ୍ର ଓ ଚେହେରା ଆଜି ଆଉ କାହାକୁ ଅଛପା ନାହିଁ। ବିଜେପି ସଂଙ୍ଖ୍ୟାଲଘୁ ସେଲର ଜଣେ କର୍ମୀଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରି ନିଜର ସ୍ବରୂପକୁ ପଦାରେ ପକାଇଛି। ସୋସିଆଲ ମିଡିଆରେ ବିଜେପି ସଂଙ୍ଖ୍ୟା ଲଗୁ ବିଭାଗର ସଂପୃକ୍ତ କର୍ମୀଙ୍କ ଫଟୋ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଅନ୍ୟ ବିଜେପି ନେତାମାନଙ୍କ ସହିତ ଘୂରିବୁଲୁଛି।

biharelection ବିହାର କଂଗ୍ରେସ କାର୍ଯ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026
Latest News

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026

ପ୍ରଥମ ଟି-୨୦ରେ ଇତିହାସ ରଚିବେ ବୈଭବ ସୂର୍ଯ୍ୟବଂଶୀ: ଡେବ୍ୟୁ ମ୍ୟାଚରେ କରିବେ ୬ଟି ବଡ଼ ରେକର୍ଡ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.