Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ସଂସ୍କୃତି ଚର୍ଚ୍ଚା ସମାରୋହରେ ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର ଆଲୋଚନା
ଆଜିର ଖବର

ଏଥର ସଂସ୍କୃତି ଚର୍ଚ୍ଚା ସମାରୋହରେ ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର ଆଲୋଚନା

August 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଥର ସଂସ୍କୃତି ଚର୍ଚ୍ଚା
ଏଥର ସଂସ୍କୃତି ଚର୍ଚ୍ଚା ସମାରୋହରେ ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୬ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍‌, ସ୍ତମ୍ଭକାର ତଥା ନୂଆ ଦିଲ୍ଲିସ୍ଥିତ ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବୀ ଫୋରମ “ଦି ଇଣ୍ଟେଲେକ୍ଟସ୍‌’ ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ରନ ନାଥ ରାଉତ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଶା ଅଭିଲେଖାଗାରର ବୈଷୟିକ ସହାୟକ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା ।

ସମ୍ପାନର ମୁଖ୍ୟ ବକ୍ତା ପ୍ରଫେସର ଦେବେନ୍ଦ୍ର ନାଥ ରାଉତ “ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର’ ଶୀର୍ଷକରେ କହିଥିଲେ ଯେ ବିଶ୍ୱର ପ୍ରତ୍ୟେକ କୋଣରେ ରହୁଥିବା ଓଡ଼ିଆ ଯୁବ ଧ୍ୱଜା ଧାରକ ଓଡ଼ିଆ ଅସ୍ମିତା କଣ ବୁଝିବାକୁ ହେବ! ଓଡ଼ିଶୀ, ସମ୍ବଲପୁରୀ, ଛଉ ବା ଅନ୍ୟ ମନବିମୋହିତ କରିବାର କଳା ଓ ସଙ୍ଗୀତ ମଧ୍ୟରେ କେବଳ ଓଡ଼ିଆ ଅସ୍ମିତା ସୀମିତ ନୁହେଁ । ଓଡ଼ିଆ ଭାଷାର ପ୍ରାଚୀନତା, ଜଗନ୍ନାଥ ସଂସ୍କୃତିର ବିଶାଳତା, ଓଡ଼ିଆ ଶିଳ୍ପୀର ନିପୁଣତା, ହସ୍ତତନ୍ତର ବିଶ୍ୱବ୍ୟାପୀ ଗ୍ରହଣୀୟତା, କଳିଙ୍ଗ ଯୁଦ୍ଧରେ ମାଟି ପାଇଁ ଆତ୍ମତ୍ୟାଗର ଉଦାହରଣ, ମଧୁବାବୁଙ୍କ ସମର୍ପଣ, ଧର୍ମପଦର ଆଜନ୍ମ ପ୍ରଜ୍ଞା, ବାଜି ରାଉତଙ୍କର ଇଂରେଜ ନିର୍ଦ୍ଦେଶକୁ ଅବଜ୍ଞା, ବାଇମୁଣ୍ଡିର ପ୍ରଚେଷ୍ଟା, ଖାରବେଳଙ୍କ ନିଷ୍ଠା କପିଳେନ୍ଦ୍ର ଦେବଙ୍କ ଶାସନ, ପଠାଣି ସାମନ୍ତଙ୍କ ଜ୍ଞାନ, ଗୋପବନ୍ଧୁ ଚୌଧୁରୀଙ୍କ ତ୍ୟାଗ, ରମାଦେବୀଙ୍କ ସେବା, ବକ୍ସି ଜଗବନ୍ଧୁଙ୍କ ସାହସ, ସୁରେନ୍ଦ୍ର ସାଏଙ୍କ ଆତ୍ମବିଶ୍ୱାସ, ଚିଲିକାର ସୌନ୍ଦର୍ଯ୍ୟ, ଭୂତଳର ଐଶ୍ୱର୍ଯ୍ୟ, ଦେଓମାଳି ପାହାଡ଼ର ଆକର୍ଷଣ, ଜଗନ୍ନାଥଙ୍କ ପ୍ରତି ସମର୍ପଣ, ଚାଷୀ ଭାଇର ପ୍ରୟାସ, ଆଦିବାସୀଙ୍କ ବିଶ୍ୱାସ ଆଦିରେ ରହିଛି ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର ।

ଏହି ଚିର ପ୍ରବାହମାନ ଓଡ଼ିଆ ଅସ୍ମିତାର ଧାରାକୁ ଉତ୍ତର ପିଢ଼ି କେବଳ ଦର୍ଶନ, ଶ୍ରବଣ ବା ବିଶ୍ଳେଷଣରେ ସୀମିତ ନରଖି ନିଜ ଜୀବନରେ ପ୍ରତିଫଳନ କରିବାକୁ ପ୍ରୟାସ କରିବା ଆବଶ୍ୟକ । କ୍ରମ ବର୍ଦ୍ଧିଷ୍ଣୁ ଦାଦନ ସମସ୍ୟା, ଅବହେଳିତ କୃଷି କ୍ଷେତ୍ର ଅଣଦେଖା ପରମ୍ପରାଗତ ବୃତ୍ତି ଓ ସ୍ଥାପତ୍ୟ, ଅସହାୟ ଲୋକକଳା ଓ ସଂସ୍କୃତି, ବିଲୁପ୍ତ ପ୍ରାୟ ପଲ୍ଲୀ ଅର୍ଥନୀତି, ମାତୃଭାଷାଠୁଁ ଦୂରେଇବାର ପ୍ରବୃତ୍ତି, ସହିତ ଭ୍ରମିତ ଯୁବଶକ୍ତିକୁ ଅନୁଧ୍ୟାନ କଲେ ନିଶ୍ଚୟ ମନରେ ଭୟ ସୃଷ୍ଟି ହେଉଛି ଆମ ଅସ୍ମିତାର ସୁରକ୍ଷା ଆମ ଉତ୍ତର ପିଢ଼ି କରିବାର ସମର୍ଥ ତ?

ଆଜିର ଡିଜିଟାଲ ଯୁଗରେ ଓଡିଆ ଅସ୍ମିତା କେବଳ ପୁସ୍ତକରେ ନୁହେଁ ବରଂ ପ୍ରତ୍ୟେକ ଡିଭାଇସ୍‌, ପ୍ରତ୍ୟେକ ମନ, ପ୍ରତ୍ୟେକ ହୃଦୟରେ ସ୍ଥାନ ପାଇବା ଆବଶ୍ୟକ । ଭାଷା ବିନା ଅସ୍ମିତାର କଳ୍ପନା ଅସମ୍ଭବ । ଏଥିପାଇଁ ଓଡ଼ିଆ ଭାଷାକୁ ଯଥାଶୀଘ୍ର ପ୍ରଯୁକ୍ତିବିଦ୍ୟା ଉପଯୋଗୀ କରିବାକୁ ପଡିବ ଯଦ୍ୱାରା ଆଗାମୀ ପିଢ଼ି ଗର୍ବର ସହିତ ଓଡ଼ିଆରେ ଅଭିବ୍ୟକ୍ତି ରଖିବା ସହିତ ଓଡ଼ିଆ ଅସ୍ମିତାର ପ୍ରବାହମାନ ଧାରାକୁ ଆଗକୁ ନେବାର ଉତ୍ସାହ ପ୍ରକାଶ କରିବ ।

ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।

ସଂସ୍କୃତି ଚର୍ଚ୍ଚା:
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.