Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ଇଡି ଚଢାଉ ପରେ ବାହାରିଲା ୭୦୦୦୦୦୦୦ ଟଙ୍କାର କେବଳ ଗାଡି, ଆଉ…
ଆଜିର ଖବର

ଭୁବନେଶ୍ବରରେ ଇଡି ଚଢାଉ ପରେ ବାହାରିଲା ୭୦୦୦୦୦୦୦ ଟଙ୍କାର କେବଳ ଗାଡି, ଆଉ…

September 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଇଡି ଚଢାଉ
ଭୁବନେଶ୍ବରରେ ଇଡି ଚଢାଉ ପରେ ବାହାରିଲା ୭୦୦୦୦୦୦୦ ଟଙ୍କାର କେବଳ ଗାଡି

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଭୁବନେଶ୍ବରର ଜଣେ ଖଣି ବ୍ୟବସାୟୀଙ୍କ ଘରେ ଚଢାଉ କରି ଯାହା ପାଇଛି ତାହା ଦେଖି ମୁଣ୍ଡ ବୁଲାଇ ହୋଇଯାଇଛି। ତାଙ୍କର ଘରୁ ସବୁଠାରୁ ଅଧିକ ଦାମର କାର ଓ ମୋଟରସାଇକଲ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୭୦୦୦୦୦୦୦ ଟଙ୍କା ହେବ ବୋଲି ଇଡି ଆକଳନ କରିଛି। ସେତିକି ନୁହେଁ ତାଙ୍କ ଘରୁ ବାହାରିଛି ୧୦୦୦୦୦୦୦ ଟଙ୍କାର ସୁନା ଅଳଙ୍କାର।

ତାଙ୍କ ଘରୁ ମିଳିଥିବା ଗାଡି ମଧ୍ୟରେ ରହିଛି ୧୦ ଟି ଦାମୀ ଗାଡି, ୩ ଟି ଦାମୀ ସୁପର ବାଇକ। ସେହି ଗାଡି ଭିତରେ ରହିଛି ପୋର୍ସେ କାୟେନ୍ନେ, ମର୍ସିଡିସ ବେଞ୍ଜ ଜିଏଲସି, ବିଏମଡବ୍ଲୁ ଏକ୍ସ ୭, ଅଡି ଏ୩, ମିନି କୁପର ପରି ଦାମୀ ବା ଲକ୍ଜୁରିୟସ ଗାଡି। ସେହିପରି ହୋଣ୍ଡା ଗୋଲ୍ଡ ୱିଙ୍ଗ ପରି ସୁପର ବାଇକ ଇଡି ଜବତ କରିଛି। ତାଙ୍କର ଦୁଇଟି ବ୍ୟାଙ୍କ ଲକରକୁ ମଧ୍ୟ ଇଡି ଫ୍ରିଜ କରିଦେଇଛି।

ତେବେ ଯାହା ଘରୁ ଏତେ ସବୁ ଜିନିଷ ମିଳିଲା ସେହି ମହାନ ବ୍ୟକ୍ତି ହେଉଛନ୍ତି ଶକ୍ତି ରଂଜନ ଦାସ।  ଭୁବନେଶ୍ବର ନୟାପଲ୍ଲିରେ ଥିବା ତାଙ୍କର କଂପାନୀ ଅନମୋଲ ମାଇନସ ପ୍ରାଇଭେଟ ଲିମିଟେଡ, ଏମଏସ ଅନମୋଲ ରିସୋର୍ସେସ ଲିମିଟେଡ ଇଡି ରେଡ କରିଥିଲା। ଘଟଣାରୁ ଜଣାପଡିଛି ଯେ, ସିମିଲାର ଏକ କଂପାନୀ ବିଭିନ୍ନ ବ୍ୟବସାୟ କରୁଥିବାର ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ୧୩୯୬ କୋଟି ଟଙ୍କା ଋଣ ଆଣିବାରେ ସକ୍ଷମ ହୋଇଥିଲା।

ତେବେ ପରେ ଏହା ଏକ ଜାଲିଆ କଂପାନୀ ବୋଲି ଜଣାପଡିବା ପରେ ସିମିଲା ପୋଲିସରେ ବ୍ୟାଙ୍କ ତରଫରୁ ମାମଲା କରାଯାଇଥିଲା। ପରବର୍ତ୍ତି ସମୟରେ ଏହା ଇଡିକୁ ତଦନ୍ତ ଦାୟିତ୍ବ ନେଇଥିଲା। ଇଡି ତଦନ୍ତ କରିବା ପରେ ଜଣାପଡିଥିଲା ଯେ, ଋଣ ଟଙ୍କାରୁ ୫୯. ୮୦ କୋଟି ଟଙ୍କା ରଶ୍ମୀରଂଜନ କଂପାନୀକୁ ଆସିଛି। ଇଡି ଭୁବନେଶ୍ବର ଆସି ଖଳତାଡ କରିବା ପରେ ଜଣାପଡିଛି ଯେ, ସେହି ଟଙ୍କା ଶକ୍ତି ରଞ୍ଜନ ଖଣି ବ୍ୟବସାୟରେ ଲଗାଇଛି।

( ଏଥିରେ ଥିବା ଫଟୋ ବା ଦୁଇଟି କାରର ଫଟୋ ଇଡି ଦ୍ବାରା ପ୍ରକାଶ କରାଯାଇଛି। )

ଦାମୀ କାର ପୋର୍ସେ କାୟେନ୍ନେ ଭୁବନେଶ୍ବରରେ ଇଡି ଚଢାଉ ଶକ୍ତି ରଞ୍ଜନ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ସାର ଅଭାବ ପାଇଁ ଆନ୍ଦୋଳନ କରିବାକୁ ବିଜେଡି ଦେଲା ଧମକ

September 1, 2025

ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କଲେ ସରକାର

September 1, 2025

India Mobile Congress 2025 ଆପ୍ଲିକେସନକୁ ଉଦଘାଟନ କଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

September 1, 2025

ଜମ୍ମୁ ବନ୍ୟା ପ୍ରଭାବିତ ଅଞ୍ଚଳ ତଦାରଖ କଲେ ଗୃହମନ୍ତ୍ରୀ ଅମିତ ଶାହ

September 1, 2025
Latest News

ସାର ଅଭାବ ପାଇଁ ଆନ୍ଦୋଳନ କରିବାକୁ ବିଜେଡି ଦେଲା ଧମକ

September 1, 2025

ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କଲେ ସରକାର

September 1, 2025

India Mobile Congress 2025 ଆପ୍ଲିକେସନକୁ ଉଦଘାଟନ କଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

September 1, 2025

ଜମ୍ମୁ ବନ୍ୟା ପ୍ରଭାବିତ ଅଞ୍ଚଳ ତଦାରଖ କଲେ ଗୃହମନ୍ତ୍ରୀ ଅମିତ ଶାହ

September 1, 2025

ଭୁବନେଶ୍ବରରେ ଇଡି ଚଢାଉ ପରେ ବାହାରିଲା ୭୦୦୦୦୦୦୦ ଟଙ୍କାର କେବଳ ଗାଡି, ଆଉ…

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.