ଭୁବନେଶ୍ଵର: ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଓଡିଶାର ବଡ଼ ରିୟାଲିଟି ଶୋ’ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍” ମଞ୍ଚରେ ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ତଥା ପ୍ରଖ୍ୟାତ ଖଳନାୟକ ରଞ୍ଜିତ ବେଦୀ ଅତିଥି ବିଚାରକ ଭାବେ ଯୋଗଦେଇଛନ୍ତି। ଓଡ଼ିଶାର ପ୍ରତି ଟି କୋଣ ଅନୁକୋଣରେ ଥିବା ଟ୍ୟାଲେଣ୍ଟେଡ କଳାକାର ସୃଷ୍ଟି କରିବା ପାଇଁ ଜୀ ସାର୍ଥକ ଯେଉଁ ପ୍ଲାଟଫର୍ମ ଯୋଗାଇଦେଉଛି ସେଥିପାଇଁ ଚ୍ୟାନେଲକୁ ସାଧୁବାଦ ଜଣାଇଥିଲେ ରଞ୍ଜିତ। ପରିଶ୍ରମ କଲେ ନିଶ୍ଚିତ ଭାବେ ଜଣେ ଜଣେ ସୁପ୍ରତିଷ୍ଠିତ କଳାକାର ହୋ ପାରିବେ ବୋଲି କହିଥିଲେ। ସାରା ଭାରତରେ ଚାଲିଥିବା ଅନେକ ରିୟାଲିଟି ଶୋ ଠାରୁ ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ କୌଣସି ଗୁଣ ବା ମାନରେ କମ୍ ନୁହେଁ ବୋଲି ମତ ଦେଇଥିଲେ। ଏହା ଦ୍ୱାରା ଯୁବପିଢ଼ି ମନୋରଞ୍ଜନ ଦୁନିଆ ପ୍ରତି ଆକର୍ଷିତ ହୋଇ ନିଜର କ୍ୟାରିୟର ଗଢିବାରେ ମଧ୍ୟ ଲାଗି ପଡ଼ୁଛନ୍ତି।
ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି। ସେହିପରି “ଓଡ଼ିଶାର ବେଷ୍ଟ ସିନେଷ୍ଟାରର ଖୋଜ” ହେଉଛି ଏକ ଅନନ୍ୟ ପ୍ରତିଭା ଖୋଜିବାର ପ୍ରୟାସ ଯାହା ଓଡ଼ିଶାର ପରବର୍ତ୍ତୀ ବଡ଼ ଅଭିନେତାକୁ ପରିଚୟ ଦେବ। ଏହି ରିଆଲିଟି ଶୋ ରେ ଆଶାୟୀ ଯୁବ ଅଭିନେତା ଓ ଅଭିନେତ୍ରୀମାନେ ସେମାନଙ୍କର ବହୁମୁଖୀ ଅଭିନୟ, ସ୍କ୍ରିନରେ ଉପସ୍ଥିତି ଏବଂ ଷ୍ଟାର ଶକ୍ତି ମାଧ୍ୟମରେ – ଠିକ୍ ବଡ ପରଦାରେ ପ୍ରକୃତ ନାୟକ ଏବଂ ନାୟିକାମାନଙ୍କ ପରି ବିଭିନ୍ନ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦୀତା କରି ଆଗାମୀ ସୁପରଷ୍ଟାର ହେବା ପାଇଁ ନିଜର ଦାବିଦାରି ଉପସ୍ଥାପନ କରୁଛନ୍ତି।
ଏହି ରିୟାଲିଟି ଶୋ ରେ ବିଭିନ୍ନ ନାଟକୀୟ ଦୃଶ୍ୟଠାରୁ ଆରମ୍ଭ କରି କମେଡି ଡ୍ରାମା ସହ ଆକ୍ସନ ସିକ୍ୱେନ୍ସ ପର୍ଯ୍ୟନ୍ତ, ନିଜର ପ୍ରତିଭା ଦ୍ୱାରା ଏହି ମଞ୍ଚକୁ ଜୀବନ୍ତ କରିବେ ପ୍ରତିଯୋଗୀ। ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗୀମାନେ ନିଜର କଳା ପ୍ରଦର୍ଶନ କରିବେ ଓ ଶେଷ ପର୍ଯ୍ୟାୟରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ ଜଣେ ଅଭିନେତା ଓ ଅଭିନେତ୍ରୀ ବିଜୟୀ ମୁକୁଟ ପିନ୍ଧିବେ ଯିଏ ପାଇବେ ବଡ ସ୍କ୍ରିନକୁ ପ୍ରବେଶ କରିବାର ବଡ ସୁଯୋଗ। ସେମାନଙ୍କୁ ଆଗାମୀ ଜୀ ସାର୍ଥକ ଫିଲ୍ମସ ଓ ମ୍ୟୁଜିକ ଭିଡିଓରେ ମୁଖ୍ୟ କଳାକାର ଭାବରେ ଲଞ୍ଚ ହେବେ।
ଏହି ରିୟାଲିଟି ଶୋ ରେ ବିଚାରକ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଶ୍ରୀତମ, ଲିପି ଏବଂ ନମ୍ରତା ଥାପ୍ପା ରହିଛନ୍ତି। ଉପସ୍ଥାପନା ଦାୟିତ୍ୱ ତୁଲାଉଛନ୍ତି ଅଭିନେତ୍ରୀ ଅନନ୍ୟା ଏବଂ ଅଭିନେତା ରଞ୍ଜନ। ଏହି ଶୋ ପ୍ରତ୍ୟେକ ଶନିବାର ଓ ରବିବାର, ରାତି ୯:୩୦ରୁ କେବଳ ଜୀ ସାର୍ଥକରେ ଦର୍ଶକ ଦେଖିପାରିବେ।
ଓଡ଼ିଶାର କଳା ଓ ସ୍ଥାପତ୍ୟ ଓ ଅଭିନୟକୁ ଆଗକୁ ନେବା ପାଇଁ ଜୀ ସାର୍ଥକ ସବୁବେଳେ ଚେଷ୍ଟାରତ, ତେଣୁ ଆମ ସହିତ ଯୋଡି ହୋଇ ରୁହନ୍ତୁ ଓ ଚ୍ୟାନେଲର ଏହି ପ୍ରୟାସକୁ ଆଉ ପାଦେ ଆଗକୁ ନେବା ପାଇଁ ଅନୁରୋଧ କରିଛନ୍ତି ଜୀ ସାର୍ଥକ ଚିଫ ଚ୍ୟାନେଲ ଅଫିସର ରାହୁଲ ରାଓ।