ଭୁବନେଶ୍ବର: ବିଜୁ ଜନତା ଦଳ ଆଉ ତିନିଟି ଜିଲ୍ଲାର ସଭାପତି ଓ ଉପସଭାପତିଙ୍କ ନାମ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସଭାପତିଙ୍କୁ ନିଯୁକ୍ତ କରିଛନ୍ତି। ତାଙ୍କ ଦସ୍ତଖତରେ ବିଜେଡି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ
ଢେଙ୍କାନାଳ- ନୃସିଂହ ଚରଣ ସାହୁ- ସଭାପତି, ସନ୍ଦିପ ଷଡଙ୍ଗୀ- କାର୍ଯ୍ୟକାରୀ ସଭାପତି
କୋରାପୁଟ– ଝିନ୍ ହିକାକା- ସଭାପତି, ଦୁର୍ଗା ମିଶ୍ର ଏବଂ ପ୍ରସାଦ ବିଡିକା- କାର୍ଯ୍ୟକାରୀ ସଭାପତି
ରାୟଗଡା- ଜଗନ୍ନାଥ ସାରକା- ସଭାପତି, ଗୟାଧର ପୁଆଳୋ ଏବଂ ରଂଜିତ ପାଣିଗ୍ରାହୀ- କାର୍ଯ୍ୟକାରୀ ସଭାପତି
ତେବେ ମୁଖ୍ୟତଃ ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲା ସଭାପତି କିଏ ହେବ ସେ ନେଇ ଦଳ ତରଫରୁ କୌଣସି ନିଷ୍ପତି ହୋଇପାରୁ ନାହିଁ। ଏହି ଜିଲ୍ଲାରେ ଛକାପଞ୍ଚା ଲାଗିରହିଥିବାରୁ ଦଳ କାହାକୁ ବାଛିବ ସେ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି।