ଭୁବନେଶ୍ବର: ଆଗ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବା ନା ନିଗମ ନିଯୁକ୍ତି କରାଯିବ। ଏହାକୁ ନେଇ ଦିଲ୍ଲୀରେ ରାଜ୍ୟ ବିଜେପି ଦ୍ବନ୍ଦରେ ପଡିଯାଇଛି। ନୂଆଦିଲ୍ଲୀରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ବିଭିନ୍ନ ବିଶେଷଜ୍ଞଙ୍କର ପରାମର୍ଶ ନେଉଛନ୍ତି। ଯଦି ସେମାନେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଆଗେ କଲେ ତେବେ ତାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇପାରେ। ଏହାପରେ ପରେ ନିଗମ ନିଯୁକ୍ତି କେଲେ ଏହି ଅସନ୍ତୋଷର ପରିମାଣ ବୃଦ୍ଧି ପାଇପାରେ।
ସେଥିପାଇଁ କେଉଁଟି ଆଗ କଲେ ପରିସ୍ଥିତି ଠିକରେ ମ୍ୟାନେଜ ହୋଇପାରିବ ତାହାକୁ ନେଇ ଚାଲିଛି ତର୍ଜମା। ବର୍ତ୍ତମାନ ମୋହନ ସରକାରଙ୍କୁ ପ୍ରାୟ 15 ମାସ ହୋଇଯାଇଥିଲେ ମଧ୍ୟ ନିଗମ ନିଯୁକ୍ତି ଆଦୌ କରିପାରି ନାହାଁନ୍ତି। ଆଶାୟୀଙ୍କ ସଂଖ୍ୟା ବଢିବା ଦ୍ବାରା କାହାକୁ ରଖିବେ କାହାକୁ କାଟିବେ ତାହା କରିବା କଷ୍ଟକର ହୋଇଯାଇଛି। ତେବେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ ଉଭୟ କିଛି ଚୁଡାନ୍ତ କରି ଭୁବନେଶ୍ବର ଫେରିବେ ବୋଲି ସ୍ପଷ୍ଟ ହୋଇଛି।
ତେବେ ଏହି ଗ୍ରହଣ ସପ୍ତାହ ପରେ ଓଡିଶା ମନ୍ତ୍ରୀ ମଣ୍ଡଳ ଅଦଳବଦଳ ସହିତ ନିଗମ ଅଧ୍ୟକ୍ଷ ଘୋଷଣା ହେବ ବୋଲି ଜଣାପଡିଛି।