Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଧର୍ମେନ୍ଦ୍ର ହଟିବେ, ଚର୍ଚ୍ଚାରେ ଓଡିଶାର ଦୁଇ ସାଂସଦ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ କରିବେ। ଏ ନେଇ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଛି। ହେଲେ ଗତ କିଛିଦିନ ଧରି ଏହି ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ବିଶେଷ କରି ଜାତୀୟ ଗଣମାଧ୍ୟମରେ ମନ୍ତ୍ରୀ ମଣ୍ଡଳରେ କିଏ ଯିବ କିଏ ଆସିବ ସେ ନେଇ ଆଲୋଚନା ଚାଲିଛି।

ସେହି ଆଲୋଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମୌସୁମୀ ଅଧିବେସନ ପୂର୍ବରୁ ଏହି ଅଦଳବଦଳ କରିବେ। ଏହାର କାରଣରେ କୁହାଯାଇଛି ଯେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ଆଯୋଗ୍ୟ ମନ୍ତ୍ରୀଙ୍କୁ ବାହାର କରାଯିବ। ତାଙ୍କ ବଦଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକର ସାଂସଦଙ୍କୁ ମନ୍ତ୍ରୀ କରାଯିବ।

ତେବେ ଓଡିଶା ପ୍ରସଂଗରେ ଦେଖିବାକୁ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀ ପଦ ଚାଲିଯିବ ବୋଲି ଚର୍ଚ୍ଚା ଚାଲିଛି। ପୂର୍ବରୁ ସେ ବେଶ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ପରବର୍ତ୍ତି ସମୟରେ ସେଥିରୁ ଖସି ଶିକ୍ଷା ବିଭାଗକୁ ଆସିଲେ। ବର୍ତ୍ତମାନ ସେ ପୁରା ମନ୍ତ୍ରୀମଣ୍ଡଳରୁ ବିଦା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ରାଜନୈତିକ ଗୋଟିଚାଳନାକୁ ନେଇ କେନ୍ଦ୍ର ଖୁସି ନାହିଁ। ତାଙ୍କ ଦ୍ବାରା ଓଡିଶାରେ ସଂଗଠନ ହୋଇପାରିବ ନାହିଁ ବୋଲି ରାଷ୍ଟ୍ରୀୟ ନେତୃତ୍ବ ଅନୁଭବ କରିସାରିଲେଣି।

ସେହିପରି ଓଡିଶାରୁ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କ ପରିସ୍ଥିତ ମଧ୍ୟ ଭଲ ନାହିଁ। ହେଲେ ସେ ମନ୍ତ୍ରୀ ମଣ୍ଡଳରୁ ବିଦା ନ ହୋଇ ତାଙ୍କର ଗୁରୁତ୍ବପୂର୍ଣ୍ଣ ରେଳ ବିଭାଗ ବାହାର କରିନିଆଯିବ ବୋଲି କୁହାଯାଉଛି। କାରଣ ବାହାନଗା ରେଳ ଦୁର୍ଘଟଣା ପରେ ସେ ବିବାଦୀୟ ହୋଇପଡିଛନ୍ତି। ଅନ୍ୟପକ୍ଷରେ ଅଶ୍ବିନୀଙ୍କ କାର୍ଯ୍ୟଦକ୍ଷତା ଦଳୀୟ ରାଜନୀତି ପାଇଁ କୌଣସି କାମରେ ଆସିପାରୁ ନାହିଁ। ସେଥିପାଇଁ ତାଙ୍କୁ କମ ଗୁରୁତ୍ବ ଥିବା ବିଭାଗର ମନ୍ତ୍ରୀ କରାଯିବ ବୋଲି ଅନୁମାନ କରାଯାଉଛି।

ତେବେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦରୁ ଯିବା ପରେ ଆଉ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏଥିରେ ଦୁଇ ଜଣଙ୍କ ନାମ ବେଶ ଚର୍ଚ୍ଚାକୁ ଆସୁଛି। ସେମାନେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ଏହି ଦୁଇଜଣଙ୍କ ମଧ୍ୟରୁ ଜୁଏଲଙ୍କ ନାମ ଅଧିକ ଚର୍ଚ୍ଚା ଚାଲିଛି।

ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଅର୍ଥ, ଗୃହ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ବିଭାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିସହିତ ନୂଆ ଭାବେ ପ୍ରଫୁଲ ପଟେଲ ଏବଂ ଚିରାଗ ପାଶୱାନଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହି ନୂଆ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ କେତେକ ଦଳିୟ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଟାସ୍କ ଦିଆଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ଚର୍ଚ୍ଚା, ନିର୍ବାଚନ ପୂର୍ବରୁ ଦଳକୁ ସଶକ୍ତ କରିବେ ମୋଦି

ନୂଆଦିଲ୍ଲୀ: କିଛି ଦିନ ବିରାମ ପରେ ଏବେ ପୁଣି ଥରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ସାଧାରଣ ନିର୍ବାଚନ ହେବାକୁ ଆଉ କିଛି ମାସ ବାକି ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଦଳବଦଳ କରିବେ। ଜାତୀୟ ଗଣମାଧ୍ୟମ ଅନୁସାରେ ମୌସୁମୀ ଅଧିବେସନ ପୂର୍ବରୁ ଏହି ଅଦଳବଦଳ ହେବ ବୋଲି କୁହାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ ଗତ 2021 ମସିହାରେ ବଡ ଧରଣର ଅଦଳବଦଳ ହୋଇଥିଲା। ଏହାପରେ ଗତ ମାସରେ କିରଣ ରିଜୁଜୀଙ୍କୁ ଆଇନ ମନ୍ତ୍ରୀରୁ ହଟାଇ ନୂଆ ବିଭାଗ ଦେଇଥିଲେ। ଯାହା ଏକ ଛୋଟ ଅଦଳବଦଳ ବୋଲି କୁହାଯିବ। ହେଲେ ଏଥର ଯେଉଁ ଅଦଳବଦଳ ହେବ ତାହା ଏକ ବଡଧରଣର ହେବ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେଉଛି, “ଓଲଡ୍ ୱାଇନ୍ ଇନ୍ ନିୟୁ ବଟଲ୍‌” ସଦୃଶ, ବିଜେପି

ଭୁବନେଶ୍ୱର : ରାଜ୍ୟ ସରକାର ପୂର୍ବରୁ ଯେଉଁମାନଙ୍କୁ ମନ୍ତ୍ରୀମଣ୍ଡଳରୁ ଅପସାରଣ କରିଥିଲେ, ସେମାନଙ୍କୁ ପୁନଃର୍ବାର ଦକ୍ଷ ଓ ବରିଷ୍ଠ କହି ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ଆଜି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୩ଜଣ ମନ୍ତ୍ରୀ ପୂର୍ବରୁ ଦକ୍ଷ କିମ୍ବା ବରିଷ୍ଠ ନଥିଲେ କି?

ଯଦି ଦକ୍ଷ ଥିଲେ ତାହେଲେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ କାହିଁକି ଅନ୍ତର କରିଥିଲେ ଏବଂ ଆଜି ତାଙ୍କର କେଉଁ ଦକ୍ଷତା ବଳରେ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲା ? ଏହିପରି ପ୍ରଶ୍ନ କରିଛି ରାଜ୍ୟ ବିଜେପି।

ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଓଡ଼ିଶାରେ କିଭଳି ମନ୍ତ୍ରୀମାନେ କାର୍ଯ୍ୟ କରନ୍ତି ତାହା ଦିବାଲୋକ ପରି ସ୍ପଷ୍ଟ । ନୂତନ ଶିକ୍ଷା ବର୍ଷ ଆରମ୍ଭ ସମୟରେ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କୁ ରାତି ଅଧରେ ବିଜେଡି ସରକାର ବହିଷ୍କାର କରି ଛାତ୍ରଛାତୀଙ୍କ ଭବିଷ୍ୟତ ଓ ଶିକ୍ଷା ସହ ଖେଳ ଖେଳୁଛନ୍ତି ।

୨୦୨୪ରେ ସରକାର ଗଢ଼ିବ ବିଜେପି । ବିଜେଡି ସରକାରରେ ମନ୍ତ୍ରୀଙ୍କର କୈାଣସି କ୍ଷମତା କି ଅଧିକାର ନାହିଁ । ଧର୍ମକୁ ଆଖିଠାର ମାରିବା ଭଳି “ଓଲଡ୍ ୱାଇନ୍ ଇନ ନିୟୁ ବଟଲ” ନୀତି ଆପାଣାଇଛନ୍ତି ବିଜେଡି ସରକାର । ମନ୍ତ୍ରୀମଣ୍ଡଳ ପରିବର୍ତନ ବିଜେଡିର ଶାସନ ଶୈଳୀ ଉପରେ କିଛି ପ୍ରଭାବ ପଡିବ ନାହିଁ ।

ଓଡ଼ିଶାର ଶାସନରେ କିଛି ନୂତନତ୍ୱ ନାହିଁ । ପୂର୍ବରୁ ଯେଭଳି ସ୍ଥାଣୁ, ଅପରାଗ ହୋଇ ଚାଲିଥିଲା ସେଭଳି ଚାଲିବ । ଯେଉଁମାନଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ଥିଲା, ସେଇଭଳି ପୁରୁଣା ଲୋକଙ୍କୁ ନେଇ ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପବନ ବେଗରେ ଭୁବନେଶ୍ବର ଆସୁଛନ୍ତି ତିନି ଜଣ ନେତା, ହେବେ ମନ୍ତ୍ରୀ !!

ଭୁବନେଶ୍ବର: ପବନ ବେଗରେ ଗାଡି ଧରି ଭୁବନେଶ୍ବର ଆଡକୁ ମୁହାଁବାରେ ଲାଗିଛନ୍ତି ତିନିଜଣ ନେତା। ସେମାନେ ହେଲେ ଗଂଜାମର ବିକ୍ରମ ଆରୁଖ, ବରଗଡର ସୁଶାନ୍ତ ସିଂ ଏବଂ ସ୍ନେହାଙ୍ଗିନୀ ଛୁରିଆ। ଏମାନଙ୍କ ପାଖକୁ ନବୀନ ନିବାସରୁ ଫୋନ କଲ ଯାଇଥିଲା। ସେଥିପାଇଁ ସେମାନେ ଭୁବନେଶ୍ବର ଆସୁଛନ୍ତି ବୋଲି କୁହାଯାଉଛି।

ସୂଚନା ଅନୁସାରେ ନବୀନ ତିନି ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବେ। କାରଣ ବର୍ତ୍ତମାନ ତିନୋଟି ମନ୍ତ୍ରୀ ପଦ ଖାଲି ରହିଛି। ନବ ଦାସଙ୍କ ହତ୍ୟା ପରେ ସ୍ବାସ୍ଥ୍ୟ ବିଭାଗ, ସମୀର ଦାସଙ୍କ ଇସ୍ତଫା ପରେ ଗଣଶିକ୍ଷା ବିଭାଗ ଏବଂ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ଶ୍ରମ ବିଭାଗ ଖାଲି ଅଛି।

Categories
ବିଶେଷ ଖବର ରାଜ୍ୟ ଖବର

ଦୀପାଳି ଦାସଙ୍କୁ ମନ୍ତ୍ରୀ କରାଇବା ପାଇଁ ରାସ୍ତା ତିଆରି କଲେ କି ନବୀନ !!

ଭୁବନେଶ୍ବର: ରାଜ୍ୟମନ୍ତ୍ରୀ ମଣ୍ଡଳରୁ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ବର୍ତ୍ତମାନ କିଏ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଏଥର ନବୀନ ନୂଆ ମନ୍ତ୍ରୀ ମଣ୍ଡଳରେ ଗଂଜାମ ଜିଲ୍ଲାକୁ ବେଶୀ ପ୍ରାଧ୍ୟାନ୍ୟ ଦେବା ସହିତ ଯୁବ ବିଧାୟକଙ୍କୁ ସାମିଲି କରିବେ ବୋଲି ଆଶା କରାଯାଉଛି।

ତେବେ ସବୁଠାରୁ ଯାହାଙ୍କ ନାମ ବେଶୀ ଚର୍ଚ୍ଚା ହେଉଛି ସେ ହେଲେ ଦୀପାଳି ଦାସ। ଶନିବାର ଦିନ ଦୀପାଳି ଦାସ ଜିତିବା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ। ସେଥିପାଇଁ ନବୀନ ସେହି ଉପନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ଏପରି ଇସ୍ତଫା କରାଇଛନ୍ତି ବୋଲି କୁହାଯାଉଛି। ଦୀପାଳି ଜିତିବା ପ୍ରାୟ ନିଶ୍ଚିତ ଥିବାରୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ।

ସ୍ବର୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ ଯେପରି ଜୋଶରେ ଝାରସୁଗୁଡାରେ ପ୍ରଚାର କଲେ ସେଥିରେ ଦଳ କାହିଁକି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁସି ଅଛନ୍ତି। ଏଥିସହିତ ତାଙ୍କ ବାପାଙ୍କ ହତ୍ୟାକାଣ୍ଡ ନେଇ ବିରୋଧୀ ଦଳ ଯେପରି କାଦୁଅ ଫିଙ୍ଗିଲେ ସେଥିରେ ବିଜେଡି ସେମାନଙ୍କୁ ପାନେ ଦେବା ପାଇଁ ଛକି ବସିଛି। ସେଥିପାଇଁ ଦୀପାଳି ଜିତିବା ମାତ୍ରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରାଯିବ।

ସେହିପରି ମନ୍ତ୍ରୀ ସମୀର ଦାସ ଏବଂ ଶ୍ରୀକାନ୍ତ ସାହୁ ଇସ୍ତଫା ପରେ ବର୍ତ୍ତମାନ ପୁରୀ ଏବଂ ଗଂଜାମ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇପଡିଛି। ନବୀନ ଏହି ଦୁଇ ଜିଲ୍ଲାରୁ କାହାକୁ ମନ୍ତ୍ରୀ କରିବେ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେହି ପରିପ୍ରେକ୍ଷୀରେ ଗଂଜାମର ଲତିକା ପ୍ରଧାନ ଏବଂ ବିକ୍ରମ ଆରୁଖଙ୍କୁ ମନ୍ତ୍ରୀ କରାଯିବ ବୋଲି ଅନୁମାନ କରାଯାଇଛି। ସେହିପରି ପୁରୀ ଜିଲ୍ଲାରୁ ରୁଦ୍ର ମହାରଥୀଙ୍କୁ ମନ୍ତ୍ରୀ କରାଯିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଏହି ତାଲିକାରେ ଆଉ କେତେଜଣଙ୍କ ନାମ ମଧ୍ୟ ବେଶ ଚର୍ଚ୍ଚାର ପରିସରକୁ ଆସୁଛି। ସେମାନେ ହେଲେ ନିକଟରେ ପଦ୍ମପୁର ଉପନିର୍ବାଚନରେ ଜିତିଥିବା ବର୍ଷା ସିଂ ବରିହାଙ୍କ ନାମ ମଧ୍ୟ ରହିଛି। ସେହିପରି ବ୍ରହ୍ମପୁରର ବିକ୍ରମ ପଣ୍ଡାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଯଦି ଲତିକାକୁ ମନ୍ତ୍ରୀ କରା ନ ଯାଏ ତେବେ ବିକ୍ରମଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଲେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ, ଇସ୍ତଫା ଦେଲେ ବାଚସ୍ପତି ସହ ଦୁଇ ମନ୍ତ୍ରୀ

ଭୁବନେଶ୍ବର: ଆଜି ହଠାତ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ହଲଚଲ। ପ୍ରଥମେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଉଭୟଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇ ଦେଇଛନ୍ତି।

ତେବେ ହଠାତ ଏପରି କାହିଁକି ଘଟିଲା ତାହା କେହି କିଛି ଜାଣିପାରୁ ନାହାଁନ୍ତି। ପ୍ରଥମେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ମୋତେ ଯାହା ଦିଆଯାଇଛି ତାହା କରିଛି। ବର୍ତ୍ତମାନ ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଲି। ତାଙ୍କର ଇସ୍ତଫା ପରେ ସେ ମନ୍ତ୍ରୀ ହେବେ ବୋଲି ସନ୍ଦେହ ପ୍ରକାଶ ପାଇଥିଲା।

ଏହାପରେ ପରେ ଗଣଶିକ୍ଷା ମନ୍ତ୍ରୀ ଏବଂ ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ପରେ ଏହି ସନ୍ଦେହ ଦୃଢିଭୂତ ହେବାରେ ଲାଗିଲା। ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସମୀର ରଂଜନ ଦାସ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ଦଳ ପାଇଁ କାମ କରିବି। ଜିଲ୍ଲାପରିଷଦରେ ହାରିବା ସହିତ ଇସ୍ତଫାର କୌଣସି ସଂପର୍କ ନାହିଁ। ସେହିପରି ଶ୍ରମ ମନ୍ତ୍ରୀ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ କହିବା ପରେ ଇସ୍ତଫା ଦେଲି।

ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଶନିବାର ଦିନ ଫେରିବେ। ଏହାପରେ ନୂଆ ମନ୍ତ୍ରୀ ମଣ୍ଡଳରେ କାହାକୁ ନିଆଯିବ ସେ ନେଇ ନିଷ୍ପତି ନେବେ। ତେବେ ବିଶେଷ ସୁତ୍ର ଅନୁସାରେ ନବୀନ ରବିବାର ଦିନ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

ଦୁଇମନ୍ତ୍ରୀଙ୍କ ସହିତ ବାଚସ୍ପତି ଇସ୍ତଫା ଦେବା ପରେ ବର୍ତ୍ତମାନ କିଏ ସେ ନୂଆ ମନ୍ତ୍ରୀ ହେବେ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ନବୀନ ନୂଆ ମନ୍ତ୍ରୀଙ୍କୁ ନେବେ ନା ଏହି ଦୁଇମନ୍ତ୍ରୀଙ୍କ ବିଭାଗ ଆଉ କାହାକୁ ଦେବେ ସେ ନେଇ କେହିକିଛି ଅନୁମାନ କରିପାରୁ ନାହାଁନ୍ତି। ତେବେ ମୁଖ୍ୟମନ୍ତ୍ରୀ ଶନିବାର ଦିନ ନୂଆଦିଲ୍ଲୀରୁ ଫେରିବା ପରେ ଏ ନେଇ କଣ ହେବ ତାହା ସ୍ପଷ୍ଟ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମନ୍ତ୍ରୀ ଭାବେ ଶପଥ ନେବାକୁ ଲୋକସେବା ଭବନରେ ପହଞ୍ଚିଲେ ଭାବି ମନ୍ତ୍ରୀଗଣ

ଭୁବନେଶ୍ୱର: ଆଉ କିଛି ସମୟ ପରେ ଲୋକସେବା ଭବନରେ ନବୀନଙ୍କ ନୂଆ ଟିମ ଶପଥ ନେବେ ।  ଏଥର ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ଓ  ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବା ସମ୍ଭାବନା ରହିଛି । ତେବେ ଏହାରି ଭିତରେ ଶପଥ ଉତ୍ସବ ଲାଗି ଭାବୀ ମନ୍ତ୍ରୀମାନେ ଲୋକସେବା ଭବନରେ ପହଞ୍ଚୁଥିବା ଜଣାଯାଇଛି ।

ବର୍ତ୍ତମାନ ଟୁକୁନି ସାହୁ, ଉଷା ଦେବୀ, ପ୍ରମିଳା ମଲ୍ଲିକ,  ପ୍ରଫୁଲ୍ଲ ମଲ୍ଲିକ, ରୋହିତ ପୂଜାରୀ, ଅତନୁ ସବ୍ୟସାଚୀ, ରାଜେନ୍ଦ୍ର ଢୋଲକିଆ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶ୍ୱିନୀ ପାତ୍ର, ଅଶୋକ ପଣ୍ଡା, ପ୍ରତାପ ଦେବ, ନବ ଦାସ ପ୍ରମୁଖ  ଲୋକସେବା ଭବନରେ ପହଞ୍ଚି ଥିବା ଜଣାଯାଇଛି । ସେମାନଙ୍କୁ ଶପଥ କରିବା ପାଇଁ ଖଣ୍ଡେ ଖଣ୍ଡେ କାଗଜ ଧରାଇ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ରହିବେ ୧୩ କ୍ୟାବିନେଟ ୮ ଜଣ ରାଷ୍ଟ୍ରମନ୍ତ୍ରୀ, କିଏ ସେମାନେ

ଭୁବନେଶ୍ବର: ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଆସନ୍ତାକାଲି ଶପଥ ନେବେ। ତେବେ ଏ ପର୍ଯ୍ୟନ୍ତ ନବୀନ ନିବାସରୁ କିମ୍ବା ବିଜେଡିରୁ କିଏ ମନ୍ତ୍ରୀ ହେବେ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ ନବୀନଙ୍କ ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି ।

ଏତିରେ ନୂଆ ପୁରଣା ଚେହେରାକୁ ସୁଯୋଗ ଦିଆଯାଇଛି। ତାଲିକାରେ ଯେଉଁମାନଙ୍କୁ କ୍ୟାବିନେଟ ଦିଆଯିବ ସେମାନେ ହେଲେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ ରହିଛନ୍ତି । ସେହିଭଳି ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଦୀପ କୁମାର ଅମାତ, ନବ କିଶୋର ଦାସ, ଅଶୋକଚନ୍ଦ୍ର ପଣ୍ଡା, ଟୁକୁନୀ ସାହୁ, ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ ମନ୍ତ୍ରୀ ହେବେ।

ଅନ୍ୟପକ୍ଷରେ ସମୀର ରଞ୍ଜନ ଦାସ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଢେଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରିତା ସାହୁ, ବାସନ୍ତୀ ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ମିଳିଛି ।

ଆସନ୍ତାକାଲି ରବିବାର ଦିନ ୧୧ଟା ୪୫ରେ ଏହି ନୂଆ ମନ୍ତ୍ରିମଣ୍ଡଳ ଲୋକସେବା ଭବନର କନଭେନସନ ସେଣ୍ଟରରେ ଶପଥ ନେବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ନୂଆମନ୍ତ୍ରୀଙ୍କୁ ଶପଥ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଗଲା କ୍ଲାସ, ବାହାରକୁ ଆସିଲା ଫଟୋ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତ୍ରୀମଣ୍ଡଳର ଅଦଳବଦଳ କରୁଛନ୍ତି। ସେଥିପାଇଁ ଯେଉଁମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ମୋଦିଙ୍କ ସରକାରୀ ବାସଭବନକୁ ଡକାଯାଇଛି। ସେଠାରେ ସେମାନଙ୍କୁ କିପରି ନିଜର ବିଭାଗ ସମ୍ଭାଳିବ, ଦଳ ପାଇଁ କିପରି କାର୍ଯ୍ୟ କରି ସେ ନେଇ ଏକ କ୍ଲାସ କରାଯାଇଛି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ସମସ୍ତେ ରାଷ୍ଟ୍ରପତି ଭବନ ଯିବେ ବୋଲି ଜଣାପଡିଛି।

ଫଟୋରେ ପ୍ରଥମେ ଆରଏସପି ସିଂ, ତାଙ୍କ ପାଖକୁ ଜ୍ୟୋତିରଦିତ୍ୟ ସିନ୍ଧିଆ, ତାଙ୍କ ପାଖକୁ ପଶୁପତି ପାରଶ ଏବଂ ନାରାୟଣ ରାଣା ଦେଖାଯାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ବାସ୍ଥ୍ୟ ମନ୍ତ୍ରୀ ଡ ହର୍ଷ ବର୍ଦ୍ଧନ ଦେଲେ ଇସ୍ତଫା, ମନ୍ତ୍ରୀ ମଣ୍ଡଳରୁ ହେବେ ବିଦା

ନୂଆଦିଲ୍ଲୀ, ସ୍ବାସ୍ଥ୍ୟ ପିରବାର କଲ୍ୟାଣ ଏବଂ ବିଜ୍ଞାନ ଓ କାରୀଗର ବିଭାଗର ମନ୍ତ୍ରୀ ଡ ହର୍ଷବର୍ଦ୍ଧନ ତାଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ମନ୍ତ୍ରୀ ମଣ୍ଡଳରେ ରହିବେ ନା ବିଦା ହେବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ତେବେ ବିଶେଷ ସୁତ୍ର ଅନୁସାରେ ଦିଲ୍ଲୀରୁ ମୀନାକ୍ଷି ଲେଖିଙ୍କୁ ବର୍ତ୍ତମାନ ମନ୍ତ୍ର ମଣ୍ଡଳରେ ସାମିଲ କରାଯିବ। ସେହି ଆଧାରରେ ଡ. ହର୍ଷବର୍ଦ୍ଧନଙ୍କୁ ଛୁଟି କାଯାଇଛି ବୋଲି କୁହାଯାଉଛି।