ନୂଆମନ୍ତ୍ରୀଙ୍କୁ ଶପଥ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଗଲା କ୍ଲାସ, ବାହାରକୁ ଆସିଲା ଫଟୋ

Published: Jul 7, 2021, 3:58 pm IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତ୍ରୀମଣ୍ଡଳର ଅଦଳବଦଳ କରୁଛନ୍ତି। ସେଥିପାଇଁ ଯେଉଁମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ମୋଦିଙ୍କ ସରକାରୀ ବାସଭବନକୁ ଡକାଯାଇଛି। ସେଠାରେ ସେମାନଙ୍କୁ କିପରି ନିଜର ବିଭାଗ ସମ୍ଭାଳିବ, ଦଳ ପାଇଁ କିପରି କାର୍ଯ୍ୟ କରି ସେ ନେଇ ଏକ କ୍ଲାସ କରାଯାଇଛି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ସମସ୍ତେ ରାଷ୍ଟ୍ରପତି ଭବନ ଯିବେ ବୋଲି ଜଣାପଡିଛି।

ଫଟୋରେ ପ୍ରଥମେ ଆରଏସପି ସିଂ, ତାଙ୍କ ପାଖକୁ ଜ୍ୟୋତିରଦିତ୍ୟ ସିନ୍ଧିଆ, ତାଙ୍କ ପାଖକୁ ପଶୁପତି ପାରଶ ଏବଂ ନାରାୟଣ ରାଣା ଦେଖାଯାଉଛନ୍ତି।

Related posts