Categories
ଜାତୀୟ ଖବର ବିଶେଷ ଖବର

ନୂଆମନ୍ତ୍ରୀଙ୍କୁ ଶପଥ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଗଲା କ୍ଲାସ, ବାହାରକୁ ଆସିଲା ଫଟୋ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତ୍ରୀମଣ୍ଡଳର ଅଦଳବଦଳ କରୁଛନ୍ତି। ସେଥିପାଇଁ ଯେଉଁମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ମୋଦିଙ୍କ ସରକାରୀ ବାସଭବନକୁ ଡକାଯାଇଛି। ସେଠାରେ ସେମାନଙ୍କୁ କିପରି ନିଜର ବିଭାଗ ସମ୍ଭାଳିବ, ଦଳ ପାଇଁ କିପରି କାର୍ଯ୍ୟ କରି ସେ ନେଇ ଏକ କ୍ଲାସ କରାଯାଇଛି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ସମସ୍ତେ ରାଷ୍ଟ୍ରପତି ଭବନ ଯିବେ ବୋଲି ଜଣାପଡିଛି।

ଫଟୋରେ ପ୍ରଥମେ ଆରଏସପି ସିଂ, ତାଙ୍କ ପାଖକୁ ଜ୍ୟୋତିରଦିତ୍ୟ ସିନ୍ଧିଆ, ତାଙ୍କ ପାଖକୁ ପଶୁପତି ପାରଶ ଏବଂ ନାରାୟଣ ରାଣା ଦେଖାଯାଉଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଅବ୍ କି ବାର ଓବିସି ସରକାର : ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଓବିସି ଜାତିର 27 ଜଣ ମନ୍ତ୍ରୀ ହେବେ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଯେଉଁ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିବାକୁ ଯାଉଛନ୍ତି ତାହାର ଏକ ସାମ୍ଭବ୍ୟ ରୂପରେଖ ପ୍ରକାଶ ପାଇଛି। ଜଣାପଡିଛି ଯେ, ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ 47 ଜଣ ଶପଥ ଗ୍ରହଣ କରିବେ। ତେବେ ଏହି 47 ଜଣଙ୍କ ମଧ୍ୟରୁ 27 ଜଣ ଓବିସି ଜାତିର ବୋଲି ଜଣାପଡିଛି। ଏମାନେ 15ଟି ରାଜ୍ୟର 19ଟି ଜାତିର ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରୁ 5 ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିପାରେ।

ସେହିପରି ରିପୋର୍ଟ ଅନୁସାରେ ନୂଆମନ୍ତ୍ରୀ ମଣ୍ଡଳରେ 12 ଜଣ ଅନୁସୂଚିତ ଜାତିର ଏବଂ 8 ଜଣ ଆଦିବାସୀ ଜାତିର ବୋଲି ଜଣାପଡିଛି। ଏଥିସହିତ ନୂଆ ମନ୍ତ୍ରୀ ମଣ୍ଡଳରେ ଜଣେ ମୁସଲମାନ, ଜଣେ ଶିଖ, ଜଣେ ଖ୍ରୀଷ୍ଟିଆନ ଏବଂ ଦୁଇ ଜଣ ବୈଦ୍ଧ ନେତା ସାମିଲ ହେବେ ବୋଲି ସୂଚନା ରହିଛି।