Categories
ଜାତୀୟ ଖବର ବିଶେଷ ଖବର

ନୂଆମନ୍ତ୍ରୀଙ୍କୁ ଶପଥ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଗଲା କ୍ଲାସ, ବାହାରକୁ ଆସିଲା ଫଟୋ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତ୍ରୀମଣ୍ଡଳର ଅଦଳବଦଳ କରୁଛନ୍ତି। ସେଥିପାଇଁ ଯେଉଁମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ମୋଦିଙ୍କ ସରକାରୀ ବାସଭବନକୁ ଡକାଯାଇଛି। ସେଠାରେ ସେମାନଙ୍କୁ କିପରି ନିଜର ବିଭାଗ ସମ୍ଭାଳିବ, ଦଳ ପାଇଁ କିପରି କାର୍ଯ୍ୟ କରି ସେ ନେଇ ଏକ କ୍ଲାସ କରାଯାଇଛି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ସମସ୍ତେ ରାଷ୍ଟ୍ରପତି ଭବନ ଯିବେ ବୋଲି ଜଣାପଡିଛି।

ଫଟୋରେ ପ୍ରଥମେ ଆରଏସପି ସିଂ, ତାଙ୍କ ପାଖକୁ ଜ୍ୟୋତିରଦିତ୍ୟ ସିନ୍ଧିଆ, ତାଙ୍କ ପାଖକୁ ପଶୁପତି ପାରଶ ଏବଂ ନାରାୟଣ ରାଣା ଦେଖାଯାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ଅପରାହ୍ନରେ 46 ଜଣ ମନ୍ତ୍ରୀ ନେବେ ଶପଥ, ତାଲିକା ହେଲା ପ୍ରସ୍ତୁତ

ନୂଆଦିଲ୍ଲୀ, ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ତଥା ଅଦଳବଦଳ କରୁଛନ୍ତି। ଏହି ମନ୍ତ୍ରୀମଣ୍ଡଳର ରୂପରେଖ କିପରି ହେବ ସେ ନେଇ ଚାଲିଛି କଳ୍ପନା ଜଳ୍ପନା।

ତେବେ ବିଶେଷ ସୁତ୍ରର ଖବର ଅନୁସାରେ ଆଜି 46 ଜଣ ମନ୍ତ୍ରୀ ଶପଥ ନେବେ। ଏଥିରେ ନୂଆ ଓ ପୁରୁଣା ରହିଛନ୍ତି। ଯେଉଁମାନେ ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି ସେମାନେ କ୍ୟାବିନେଟ ପାହ୍ୟାକୁ ପଦନ୍ନୋତି ପାଇବେ। ସେଥିପାଇଁ ସେମାନଙ୍କୁ ଶପଥ ନେବାକୁ ପଡିବ। ତେବେ ଏହି 46 ଜଣଙ୍କ ମଧ୍ୟରେ କେତେଜଣ ନୂଆ କେତେଜଣ ପୁରୁଣା ତାହା ଜଣାପଡି ନାହିଁ।