Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ
ଜାତୀୟ ଖବର

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

May 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ
ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ: ଗତ କିଛିଦିନ ଧରି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏପରିକି ତାହା ଧିରେଧିରେ ଘନେଇବାରେ ମଧ୍ୟ ଲାଗିଛି। ଏପରି ଚର୍ଚ୍ଚାର ମୁଖ୍ୟ କାରଣ ହେଲା, ବର୍ତ୍ତମାନ ପୁରା ବିଜେପି ଟିମ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହିତ ବହୁ ମନ୍ତ୍ରୀ ଓ ବିଧାୟକ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ମେଳିକୁ ନେଇ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ବୋଲି ଚର୍ଚ୍ଚାକୁ ଖୋରାକ ଯୋଗାଇବାରେ ଲାଗିଛି।

ତେବେ ବିଶେଷ ସୁତ୍ର ଅନୁସାରେ ଏହି ଚର୍ଚ୍ଚା କୌଣସି ମିଛ କଥା ନୁହେଁ। ଆସନ୍ତା ଜୁନ 12 ତାରିଖରେ ମୋହନ ସରକାରଙ୍କୁ ଦୁଇ ବର୍ଷ ପୁରଣ ହେବ। ତାହାକୁ ପାଳନ କରିବା ପାଇଁ ରାଜ୍ୟ ବିଜେପି ତରଫରୁ ଜୋରଦାର ଉଦ୍ୟମ ଜାରୀ ରହିଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ସୂଚନା ମିଳିଛି। ତେବେ ଏହି ଉତ୍ସବ ପୂର୍ବରୁ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଏକ ନୂଆ ରୂପ ଦେବା ପାଇଁ ରାଷ୍ଟ୍ରୀୟ ବିଜେପି ନିଷ୍ପତି କରିଛି। ସେଥିପାଇଁ ପୁରା ବିଜେପି ଟିମ ଦିଲ୍ଲୀରେ ଡେରାପକାଇ ରହିଛନ୍ତି। ଯଦି ସବୁ ଠିକଠାକ ଚାଲେ ତେବେ ସେହି 12 ତାରିଖରେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ନେବେ ବୋଲି କୁହାଯାଉଛି।

ସେହି ସୁତ୍ର ଅନୁସାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ବିଭାଗ ଅଦଳବଦଳ ହେବ। କାରଣ ବହୁ ମନ୍ତ୍ରୀଙ୍କ ଉପରେ ରାଷ୍ଟ୍ରୀୟ ବିଜେପି ଖୁସି ନ ଥିବାର ଜଣାପଡିଛି। ତେଣୁ ସେମାନଙ୍କୁ ସେଠାରୁ ହଟାଇ ଦିଆଯାଇ ଅନ୍ୟ ବିଭାଗ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ ହୋଇଛି। ସେହିପରି ଧର୍ମେନ୍ଦ୍ର ଗୋଷ୍ଠୀଙ୍କୁ ବାଦ ଦିଆଯିବ ବୋଲି ଯେଉଁ ଆଲୋଚନା ଚାଲିଛି ସେଥିରେ ଭଟ୍ଟା ପଡିଛି। ଯାହା ଜଣାପଡିଛି କୌଣସି ଗୋଷ୍ଠୀ ନୁହେଁ ଦକ୍ଷତା ଭିତିରେ ମନ୍ତ୍ରୀପଦ ଦିଆଯିବ ବୋଲି କୁଆଡେ ବିଜେପିର ଶୀର୍ଷ ନେତୃତ୍ବ ରୋକଠୋକ କହିସାରିଛନ୍ତି। ଏପରି କଲେ ବାହାରେ ବଦନାମ ହେବା ଭୟ ଥିବାରୁ ସେହି ବାଦବିବାଦରୁ ମନ୍ତ୍ରୀ ମଣ୍ଡଳ ଚୟନ ବାଦ ପଡିଛି।

ତେବେ କେଉଁମାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ ସେ ନେଇ ସ୍ପଷ୍ଟ ସୂଚନା ମିଳି ନ ଥିଲେ ମଧ୍ୟ ଚର୍ଚ୍ଚା ଜୋରଦାର ଚାଲିଛି। ସେହି ଅନୁସାରେ ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ମାନସ ଦତ୍ତ, ସନ୍ତୋଷ ଖଟୁଆ, ଇରାଶିଷ ଆଚାର୍ଯ୍ୟ ଓ ଟଙ୍କଧର ତ୍ରିପାଠୀ ଅଛନ୍ତି। ସେହିପରି ଆକାଶ ଦାସ ନାୟକ, ଏକାମ୍ର ବିଧାୟକ ବାବୁ ସିଂଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଅନ୍ୟପଟେ ବିଧାୟକ ସିଦ୍ଧାନ୍ତ ମହାପାତ୍ର, ରଘୁରାମ ମାଛ ଓ ସରୋଜ ପ୍ରଧାନ ଏବଂ ମହିଳା ଚେହେରା ଭାବେ ବିଧାୟିକା ସଞ୍ଜଳି ମୁର୍ମୁ ଓ ଉପାସନା ମହାପାତ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ସୁତ୍ର ଅନୁସାରେ ଗତକାଲି ରାତିରେ କୁଆଡେ ନୂଆ ମନ୍ତ୍ରୀ ମଣ୍ଡଳର ରୂପରେଖ ଚୁଡାନ୍ତ ହୋଇସାରିଛି। ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କୁ ପରୋକ୍ଷରେ ଇଙ୍ଗିତ କରିଦିଆଯାଇଛି ବୋଲି ଜଣାପଡିଛି। ଫଳରେ ବର୍ତ୍ତମାନ ସମସ୍ତେ ପୃଥକ ପୃଥକ ଭାବେ ଦିଲ୍ଲୀରୁ ଫେରିବାରେ ଲାଗିଛନ୍ତି।

Ministry Reshuffle ମନମୋହନ ସାମଲ ମନ୍ତ୍ରୀମଣ୍ଡଳ ଅଦଳବଦଳ ମୋହନ ମାଝି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

Cyclone Threat: ବାତ୍ୟା ସମ୍ଭାବନା ଘନେଇଲା, ବିଭିିନ୍ନ ବିଦେଶୀ ସଂସ୍ଥାର ସ୍ପଷ୍ଟ ସୂଚନା

October 22, 2026

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026
Latest News

Cyclone Threat: ବାତ୍ୟା ସମ୍ଭାବନା ଘନେଇଲା, ବିଭିିନ୍ନ ବିଦେଶୀ ସଂସ୍ଥାର ସ୍ପଷ୍ଟ ସୂଚନା

October 22, 2026

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଗ୍ରାମପଞ୍ଚାୟତର ଉନ୍ନତିକରଣ ପାଇଁ ଯୁବକଙ୍କ ଆଲେଚନା ଚକ୍ର

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.