ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ରହିବେ ୧୩ କ୍ୟାବିନେଟ ୮ ଜଣ ରାଷ୍ଟ୍ରମନ୍ତ୍ରୀ, କିଏ ସେମାନେ

Published: Jun 4, 2022, 10:57 pm IST

ଭୁବନେଶ୍ବର: ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଆସନ୍ତାକାଲି ଶପଥ ନେବେ। ତେବେ ଏ ପର୍ଯ୍ୟନ୍ତ ନବୀନ ନିବାସରୁ କିମ୍ବା ବିଜେଡିରୁ କିଏ ମନ୍ତ୍ରୀ ହେବେ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ ନବୀନଙ୍କ ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି ।

ଏତିରେ ନୂଆ ପୁରଣା ଚେହେରାକୁ ସୁଯୋଗ ଦିଆଯାଇଛି। ତାଲିକାରେ ଯେଉଁମାନଙ୍କୁ କ୍ୟାବିନେଟ ଦିଆଯିବ ସେମାନେ ହେଲେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ ରହିଛନ୍ତି । ସେହିଭଳି ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଦୀପ କୁମାର ଅମାତ, ନବ କିଶୋର ଦାସ, ଅଶୋକଚନ୍ଦ୍ର ପଣ୍ଡା, ଟୁକୁନୀ ସାହୁ, ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ ମନ୍ତ୍ରୀ ହେବେ।

ଅନ୍ୟପକ୍ଷରେ ସମୀର ରଞ୍ଜନ ଦାସ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଢେଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରିତା ସାହୁ, ବାସନ୍ତୀ ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ମିଳିଛି ।

ଆସନ୍ତାକାଲି ରବିବାର ଦିନ ୧୧ଟା ୪୫ରେ ଏହି ନୂଆ ମନ୍ତ୍ରିମଣ୍ଡଳ ଲୋକସେବା ଭବନର କନଭେନସନ ସେଣ୍ଟରରେ ଶପଥ ନେବେ ବୋଲି ଜଣାପଡିଛି।

Related posts