Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ମନ୍ତ୍ରୀ ମଣ୍ଡଳ ନେଇ ଆସିଲା ସୂଚନା, ସାମିଲ ହେବେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ବର: ମନ୍ତ୍ରୀମଣ୍ଡଳ ଅଦଳ ବଦଳ ନେଇ ଆସିଛି ନୂଆ ସୂଚନା। ସେହି ସୂଚନା ଅନୁସାରେ ନବୀନ କେବଳ ନୂଆ ତିନିଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇବେ। କାରଣ ମୁଖ୍ୟ ଶାସନ ସଚିବଙ୍କ ଜାରୀ କାର୍ଯ୍ୟ ସୂଚୀରୁ ଏହା ସ୍ପଷ୍ଟ ଜଣାପଡିଛି।

ଏଥିରେ ଉଲ୍ଲେଖ ରହିଛି ଯେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜିତ ହେବ। ଏଥିରେ ଥିବା ମଞ୍ଚ ଉପରେ କେବଳ ପାଞ୍ଚ ଜଣ ବସିବାର ବ୍ୟବସ୍ଥା ରହିବ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ତିନିଜଣ ନୂଆ ମନ୍ତ୍ରୀ ଏଥିରେ ସାମିଲ ହେବେ। କାରଣ ଗୋଟିଏ ଆସନରେ ରାଜ୍ୟପାଳ, ଆଉ ଏକ ଆସନରେ ମୁଖ୍ୟମନ୍ତ୍ରୀ ବସିବେ। ଆଉ ଯେଉଁ ତିନୋଟି ଆସନ ଖାଲି ରହିବ ସେଥିରେ ନୂଆମନ୍ତ୍ରୀ ବସିବେ ବୋଲି ସ୍ପଷ୍ଟ ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶପଥ ନେଇଥିବା ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଉପରେ ଜାଣନ୍ତୁ ଏହି ୧୦ଟି ରୋଚକ କଥା

ଭୁବନେଶ୍ବର: ଆଜି ଲୋକସେବା ଭବନର କନଭେନସନ ହଲରେ ନବୀନ ପଟ୍ଟନାୟକଙ୍କ ନୂଆ ଟିମ ଶପଥ ଗ୍ରହଣ କରିଛନ୍ତି। ଏଥିରେ ନବୀନ ୧୩ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇଛନ୍ତି। ତେବେ ଏଥିସହିତ ଏହି ମନ୍ତ୍ରୀ ମଣ୍ଡଳ ଉପରେ କିଛି ରୋଚକ କଥା ଅଛି, ଯାହା ଆପଣ ଜାଣିବା ନିହାତି ଆବଶ୍ୟକ। ସେଗୁଡିକ ହେଲା

୧- ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

୨-ନୂଆ ମନ୍ତ୍ରୀ ମଣ୍ଡଳରେ ନଅ ଜଣ ମନ୍ତ୍ରୀ ପୁଣି ଥରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ ହୋଇଛନ୍ତି। ଏମାନଙ୍କୁ ନବୀନଙ୍କ ନବରତ୍ନ ବୋଲି କୁହାଯିବ।

୩-ଏଥର ନବୀନ ପାଞ୍ଚ ଜଣ ମହିଳାଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରିଛନ୍ତି। ମହିଳା ସଂରକ୍ଷଣ କହୁଥିବା ନବୀନ ତାହା ନିଜେ କରି ଦେଖାଇଛନ୍ତି।

୪-ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ୬ ଜଣ ସ୍ନାତକୋତ୍ତର ଶିକ୍ଷାଗତ ଯୋଗ୍ୟତା ରହିଛି।

୫- ନବୀନଙ୍କ ନୂଆ ଟିମରେ ୩ ଜଣ ମନ୍ତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଇଂଜିନିୟରିଂ

୬-  ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀଙ୍କ ମଧ୍ୟରେ ୧୦ ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏସନ

୭- ନବୀନ ଯୁବ ଗୋଷ୍ଠୀକୁ ପ୍ରାଧାନ୍ୟ ଦେଉଥିବାରୁ ବର୍ତ୍ତମାନ ୯ ଜଣ ଏମିତି ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କର ବୟସ ୫୦ କିମ୍ବା ତାହାଠାରୁ କମ।

୮- ପ୍ରଥମ ଥର ପାଇଁ ନବୀନ ୬ ଜଣ ନୂଆ ମୁହଁଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରିଛନ୍ତି। ସେମାନେ ହେଲେ ରାଜେନ୍ଦ୍ର ଢୋଲକିଆ, ପ୍ରୀତିରଂଜନ ଘଡାଇ, ରୋହିତ ପୂଜାରୀ, ରୀତା ସାହୁ, ବାସନ୍ତି ହେମ୍ବ୍ରମ, ଶ୍ରୀକାନ୍ତ ସାହୁ।

୯- ଜଗନ୍ନାଥ ନାମିତ ଜଣେ ମନ୍ତ୍ରୀଙ୍କୁ ନବୀନ ନୂଆ ମନ୍ତ୍ରୀ ମଣ୍ଡଳର ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ନିଷ୍ପତି କରିଥିଲେ। ସେହି ଅନୁସାରେ ଜଗନ୍ନାଥ ସାରକା ଶପଥ ନେଇଥିଲେ।

୧୦- ପ୍ରଥମ ଥର ପାଇଁ ଶପଥ ଗ୍ରହଣ ଉତ୍ସବ ରାଜଭବନ ପରିବର୍ତ୍ତେ ଲୋକସେବା ଭବନରେ କରାଯାଇଥିଲା।  ୨୦୧୯ ରେ ମଧ୍ୟ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପ୍ରଦର୍ଶନୀ ପଡିଆରେ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଦ ପଡିବେ ଅଯୋଗ୍ୟ ତଥା ସରକାରଙ୍କୁ ଅଡୁଆ କରୁଥିବା ମନ୍ତ୍ରୀ, ଜାଣନ୍ତୁ କେଉଁମାନେ

ଭୁବନେଶ୍ବର: ଶେଷରେ ତାହା ହିଁ ହେଲା। ରାଜ୍ୟ ସରକାରଙ୍କୁ ଯେଉଁମାନେ ଅଡୁଆ ସୃଷ୍ଟି କରୁଥିଲେ ସେମାନଙ୍କୁ ନବୀନ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରୁଛନ୍ତି। ସମସ୍ତଙ୍କ ପରି ଏମାନଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ କୁହାଯାଇଥିଲା। ହେଲେ ଅନ୍ୟମାନଙ୍କୁ ଡକାଯାଇଥିବା ବେଳେ ପ୍ରାୟ ଦଶ ଜଣଙ୍କ ପାଖକୁ ଆଉ ଫୋନ କଲ ଯାଇ ନାହିଁ।

ସେହିପରି ନବୀନ ରିପୋର୍ଟ କାର୍ଡ ଆଧାରରେ କେତେକ ମନ୍ତ୍ରୀଙ୍କୁ ଆଉ ସାମିଲ କରାଉ ନାହାଁନ୍ତି। ଯେଉଁମାନେ ଏହି ବାଦ ତାଲିକାରେ ଅଛନ୍ତି ସେମାନେ ହେଲେ ପ୍ରତାପ ଜେନା , ପଦ୍ବିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାଶ, ଅରୁଣ ସାହୁ, ତୁ‌ଷାରକାନ୍ତି ବେହେରା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପଦ୍ମନାଭ ବେହେରା ଓ ବିକ୍ରମ କେଶରୀ ଆରୁଖ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ରହିବେ ୧୩ କ୍ୟାବିନେଟ ୮ ଜଣ ରାଷ୍ଟ୍ରମନ୍ତ୍ରୀ, କିଏ ସେମାନେ

ଭୁବନେଶ୍ବର: ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଆସନ୍ତାକାଲି ଶପଥ ନେବେ। ତେବେ ଏ ପର୍ଯ୍ୟନ୍ତ ନବୀନ ନିବାସରୁ କିମ୍ବା ବିଜେଡିରୁ କିଏ ମନ୍ତ୍ରୀ ହେବେ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ ନବୀନଙ୍କ ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି ।

ଏତିରେ ନୂଆ ପୁରଣା ଚେହେରାକୁ ସୁଯୋଗ ଦିଆଯାଇଛି। ତାଲିକାରେ ଯେଉଁମାନଙ୍କୁ କ୍ୟାବିନେଟ ଦିଆଯିବ ସେମାନେ ହେଲେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ ରହିଛନ୍ତି । ସେହିଭଳି ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଦୀପ କୁମାର ଅମାତ, ନବ କିଶୋର ଦାସ, ଅଶୋକଚନ୍ଦ୍ର ପଣ୍ଡା, ଟୁକୁନୀ ସାହୁ, ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ ମନ୍ତ୍ରୀ ହେବେ।

ଅନ୍ୟପକ୍ଷରେ ସମୀର ରଞ୍ଜନ ଦାସ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଢେଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରିତା ସାହୁ, ବାସନ୍ତୀ ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ମିଳିଛି ।

ଆସନ୍ତାକାଲି ରବିବାର ଦିନ ୧୧ଟା ୪୫ରେ ଏହି ନୂଆ ମନ୍ତ୍ରିମଣ୍ଡଳ ଲୋକସେବା ଭବନର କନଭେନସନ ସେଣ୍ଟରରେ ଶପଥ ନେବେ ବୋଲି ଜଣାପଡିଛି।