ରାଜ୍ୟ ମନ୍ତ୍ରୀ ମଣ୍ଡଳ ନେଇ ଆସିଲା ସୂଚନା, ସାମିଲ ହେବେ ତିନି ନୂଆ ମନ୍ତ୍ରୀ

Published: May 21, 2023, 3:45 pm IST

ଭୁବନେଶ୍ବର: ମନ୍ତ୍ରୀମଣ୍ଡଳ ଅଦଳ ବଦଳ ନେଇ ଆସିଛି ନୂଆ ସୂଚନା। ସେହି ସୂଚନା ଅନୁସାରେ ନବୀନ କେବଳ ନୂଆ ତିନିଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇବେ। କାରଣ ମୁଖ୍ୟ ଶାସନ ସଚିବଙ୍କ ଜାରୀ କାର୍ଯ୍ୟ ସୂଚୀରୁ ଏହା ସ୍ପଷ୍ଟ ଜଣାପଡିଛି।

ଏଥିରେ ଉଲ୍ଲେଖ ରହିଛି ଯେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜିତ ହେବ। ଏଥିରେ ଥିବା ମଞ୍ଚ ଉପରେ କେବଳ ପାଞ୍ଚ ଜଣ ବସିବାର ବ୍ୟବସ୍ଥା ରହିବ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ତିନିଜଣ ନୂଆ ମନ୍ତ୍ରୀ ଏଥିରେ ସାମିଲ ହେବେ। କାରଣ ଗୋଟିଏ ଆସନରେ ରାଜ୍ୟପାଳ, ଆଉ ଏକ ଆସନରେ ମୁଖ୍ୟମନ୍ତ୍ରୀ ବସିବେ। ଆଉ ଯେଉଁ ତିନୋଟି ଆସନ ଖାଲି ରହିବ ସେଥିରେ ନୂଆମନ୍ତ୍ରୀ ବସିବେ ବୋଲି ସ୍ପଷ୍ଟ ହୋଇଛି।

Related posts