Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ମନ୍ତ୍ରୀ ମଣ୍ଡଳ ନେଇ ଆସିଲା ସୂଚନା, ସାମିଲ ହେବେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ବର: ମନ୍ତ୍ରୀମଣ୍ଡଳ ଅଦଳ ବଦଳ ନେଇ ଆସିଛି ନୂଆ ସୂଚନା। ସେହି ସୂଚନା ଅନୁସାରେ ନବୀନ କେବଳ ନୂଆ ତିନିଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇବେ। କାରଣ ମୁଖ୍ୟ ଶାସନ ସଚିବଙ୍କ ଜାରୀ କାର୍ଯ୍ୟ ସୂଚୀରୁ ଏହା ସ୍ପଷ୍ଟ ଜଣାପଡିଛି।

ଏଥିରେ ଉଲ୍ଲେଖ ରହିଛି ଯେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜିତ ହେବ। ଏଥିରେ ଥିବା ମଞ୍ଚ ଉପରେ କେବଳ ପାଞ୍ଚ ଜଣ ବସିବାର ବ୍ୟବସ୍ଥା ରହିବ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ତିନିଜଣ ନୂଆ ମନ୍ତ୍ରୀ ଏଥିରେ ସାମିଲ ହେବେ। କାରଣ ଗୋଟିଏ ଆସନରେ ରାଜ୍ୟପାଳ, ଆଉ ଏକ ଆସନରେ ମୁଖ୍ୟମନ୍ତ୍ରୀ ବସିବେ। ଆଉ ଯେଉଁ ତିନୋଟି ଆସନ ଖାଲି ରହିବ ସେଥିରେ ନୂଆମନ୍ତ୍ରୀ ବସିବେ ବୋଲି ସ୍ପଷ୍ଟ ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶପଥ ନେଇଥିବା ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଉପରେ ଜାଣନ୍ତୁ ଏହି ୧୦ଟି ରୋଚକ କଥା

ଭୁବନେଶ୍ବର: ଆଜି ଲୋକସେବା ଭବନର କନଭେନସନ ହଲରେ ନବୀନ ପଟ୍ଟନାୟକଙ୍କ ନୂଆ ଟିମ ଶପଥ ଗ୍ରହଣ କରିଛନ୍ତି। ଏଥିରେ ନବୀନ ୧୩ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇଛନ୍ତି। ତେବେ ଏଥିସହିତ ଏହି ମନ୍ତ୍ରୀ ମଣ୍ଡଳ ଉପରେ କିଛି ରୋଚକ କଥା ଅଛି, ଯାହା ଆପଣ ଜାଣିବା ନିହାତି ଆବଶ୍ୟକ। ସେଗୁଡିକ ହେଲା

୧- ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

୨-ନୂଆ ମନ୍ତ୍ରୀ ମଣ୍ଡଳରେ ନଅ ଜଣ ମନ୍ତ୍ରୀ ପୁଣି ଥରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ ହୋଇଛନ୍ତି। ଏମାନଙ୍କୁ ନବୀନଙ୍କ ନବରତ୍ନ ବୋଲି କୁହାଯିବ।

୩-ଏଥର ନବୀନ ପାଞ୍ଚ ଜଣ ମହିଳାଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରିଛନ୍ତି। ମହିଳା ସଂରକ୍ଷଣ କହୁଥିବା ନବୀନ ତାହା ନିଜେ କରି ଦେଖାଇଛନ୍ତି।

୪-ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ୬ ଜଣ ସ୍ନାତକୋତ୍ତର ଶିକ୍ଷାଗତ ଯୋଗ୍ୟତା ରହିଛି।

୫- ନବୀନଙ୍କ ନୂଆ ଟିମରେ ୩ ଜଣ ମନ୍ତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଇଂଜିନିୟରିଂ

୬-  ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀଙ୍କ ମଧ୍ୟରେ ୧୦ ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏସନ

୭- ନବୀନ ଯୁବ ଗୋଷ୍ଠୀକୁ ପ୍ରାଧାନ୍ୟ ଦେଉଥିବାରୁ ବର୍ତ୍ତମାନ ୯ ଜଣ ଏମିତି ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କର ବୟସ ୫୦ କିମ୍ବା ତାହାଠାରୁ କମ।

୮- ପ୍ରଥମ ଥର ପାଇଁ ନବୀନ ୬ ଜଣ ନୂଆ ମୁହଁଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରିଛନ୍ତି। ସେମାନେ ହେଲେ ରାଜେନ୍ଦ୍ର ଢୋଲକିଆ, ପ୍ରୀତିରଂଜନ ଘଡାଇ, ରୋହିତ ପୂଜାରୀ, ରୀତା ସାହୁ, ବାସନ୍ତି ହେମ୍ବ୍ରମ, ଶ୍ରୀକାନ୍ତ ସାହୁ।

୯- ଜଗନ୍ନାଥ ନାମିତ ଜଣେ ମନ୍ତ୍ରୀଙ୍କୁ ନବୀନ ନୂଆ ମନ୍ତ୍ରୀ ମଣ୍ଡଳର ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ନିଷ୍ପତି କରିଥିଲେ। ସେହି ଅନୁସାରେ ଜଗନ୍ନାଥ ସାରକା ଶପଥ ନେଇଥିଲେ।

୧୦- ପ୍ରଥମ ଥର ପାଇଁ ଶପଥ ଗ୍ରହଣ ଉତ୍ସବ ରାଜଭବନ ପରିବର୍ତ୍ତେ ଲୋକସେବା ଭବନରେ କରାଯାଇଥିଲା।  ୨୦୧୯ ରେ ମଧ୍ୟ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପ୍ରଦର୍ଶନୀ ପଡିଆରେ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଏଥର ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ ପାଞ୍ଚ ମହିଳା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ଏଥିରେ ତେର ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ଆଠ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ତେବେ ନବୀନ ଏଥର ତାଙ୍କ ମନ୍ତ୍ରୀ ମଣ୍ଡଳରେ ପାଞ୍ଚ ଜଣ ମହିଳାଙ୍କୁ ସ୍ଥାନିତ କରିଛନ୍ତି। ସେମାନେ ହେଲେ

1- ପ୍ରମିଳା ମଲ୍ଲିକ

2-ଉଷା ଦେବୀ

3-ଟୁକୁନି ସାହୁ

4-ରିତା ସାହୁ

5- ବାସନ୍ତି ହେମ୍ବ୍ରମ

ଏମାନଙ୍କ ମଧ୍ୟରୁ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ବେଳେ ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ପାଞ୍ଚ ଜଣହ୍କ ମଧ୍ୟରୁ ରିତା ସାହୁ ଏବଂ ବାସନ୍ତି ହେମ୍ବ୍ରମ ପ୍ରଥମ ଥର ପାଇଁ ମନ୍ତ୍ରୀ ହେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ,ଏଥର ଏକ ନୂଆ ସ୍ଥାନରେ ହେବ ଉତ୍ସବ

ଭୁବନେଶ୍ବର : ଆଜି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ। ପୂର୍ବାହ୍ନ ପ୍ରାୟ ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ଶପଥପାଠ କରାଇବେ। ତେବେ ପୂର୍ବପରି ରାଜଭଭନରେ ଏହି ଉତ୍ସବ ହେବ ନାହିଁ। ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳ ଶପଥ ଉତ୍ସବ ଲୋକସେବା ଭବନ କନଭେନସନ ସେଣ୍ଚରରେ ଆୟୋଜିତ ହେବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ବାଚସ୍ପତିଙ୍କ ସମେତ ରାଜ୍ୟର ସମସ୍ତ ୨୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ଅନେକ ବିଧାୟକଙ୍କୁ ଯାଇଛି ଫୋନ୍ କଲ। ସେମାନେ ହେଲେ ନବ କିଶୋର ଦାସ, ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ପ୍ରତାପ ଦେବ, ଅତନୁ ସବ୍ୟସାଚି ନାୟକ ଏବଂ ରୋହିତ ପୂଜାରୀ।

ସେହିପରି ରାଜେନ୍ଦ୍ର ଢୋଲକିଆ, ପ୍ରମିଳା ମଲ୍ଲିକ, ଶ୍ରୀକାନ୍ତ ସାହୁ, ଅଶ୍ବିନୀ କୁମାର ପାତ୍ର,  ରୀତା ସାହୁ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଦୀପ ଅମାତ, ପ୍ରୀତିରଞ୍ଜନ ଘଡେଇ ଓ  ନିରଞ୍ଜନ ପୂଜାରୀ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଦ ପଡିବେ ଅଯୋଗ୍ୟ ତଥା ସରକାରଙ୍କୁ ଅଡୁଆ କରୁଥିବା ମନ୍ତ୍ରୀ, ଜାଣନ୍ତୁ କେଉଁମାନେ

ଭୁବନେଶ୍ବର: ଶେଷରେ ତାହା ହିଁ ହେଲା। ରାଜ୍ୟ ସରକାରଙ୍କୁ ଯେଉଁମାନେ ଅଡୁଆ ସୃଷ୍ଟି କରୁଥିଲେ ସେମାନଙ୍କୁ ନବୀନ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରୁଛନ୍ତି। ସମସ୍ତଙ୍କ ପରି ଏମାନଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ କୁହାଯାଇଥିଲା। ହେଲେ ଅନ୍ୟମାନଙ୍କୁ ଡକାଯାଇଥିବା ବେଳେ ପ୍ରାୟ ଦଶ ଜଣଙ୍କ ପାଖକୁ ଆଉ ଫୋନ କଲ ଯାଇ ନାହିଁ।

ସେହିପରି ନବୀନ ରିପୋର୍ଟ କାର୍ଡ ଆଧାରରେ କେତେକ ମନ୍ତ୍ରୀଙ୍କୁ ଆଉ ସାମିଲ କରାଉ ନାହାଁନ୍ତି। ଯେଉଁମାନେ ଏହି ବାଦ ତାଲିକାରେ ଅଛନ୍ତି ସେମାନେ ହେଲେ ପ୍ରତାପ ଜେନା , ପଦ୍ବିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାଶ, ଅରୁଣ ସାହୁ, ତୁ‌ଷାରକାନ୍ତି ବେହେରା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପଦ୍ମନାଭ ବେହେରା ଓ ବିକ୍ରମ କେଶରୀ ଆରୁଖ।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆମନ୍ତ୍ରୀ ମଣ୍ଡଳରେ କିଏ କିଏ ପାଇବେ ସ୍ଥାନ , ଜାଣନ୍ତୁ ନବୀନଙ୍କ ସାମ୍ଭବ୍ୟ ମନ୍ତ୍ରୀ ତାଲିକା

ଭୁବନେଶ୍ବର: ଆଜି ରାଜ୍ୟମନ୍ତ୍ରୀ ମଣ୍ଡଳରେ ଏକ ଭୂକମ୍ପ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ ନବୀନ ମନ୍ତ୍ରୀ ମଣ୍ଡଳର ସମସ୍ତଙ୍କୁ ଇସ୍ତଫା ପ୍ରଦାନ ପାଇଁ କୁହାଯାଇଛି। ସେହି ଅନୁସାରେ ସମସ୍ତେ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଯେତେ ଦୂର ସମ୍ଭବ ଆସନ୍ତାକାଲି ଏହି ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ।

ତେବେ ବର୍ତ୍ତମାନ ଚାରିଆଡେ ଗୋଟିଏ ପ୍ରଶ୍ନ ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କେଉଁମାନେ ସ୍ଥାନ ପାଇବେ। ସେ ନେଇ ଚର୍ଚ୍ଚାରେ ରହିଛନ୍ତି ବହୁ ବିଧାୟକ। ତେବେ ସେମାନଙ୍କ ମଧ୍ୟ ଯେଉଁମାନେ ଆଗରେ ଅଛନ୍ତି ସେମାନେ ହେଲେ

ନବୀନଙ୍କ ସାମ୍ଭବ୍ୟ ମନ୍ତ୍ରୀ ତାଲିକା

1-ଲତିକା ପ୍ରଧାନ

2-ରୀତା ସାହୁ

3-ଅଶ୍ବନୀ ପାତ୍ର

4-ପ୍ରଦୀପ ଅମାତ

5-ଅତନୁ ସବ୍ୟସାଚୀ ନାୟକ

6-ବଦ୍ରୀ ପାତ୍ର

7-ବାସନ୍ତି ହେମ୍ବ୍ରମ୍

8-ପ୍ରତାପ ଦେବ

9-ପ୍ରୀତିରଂଜନ ଘଡାଇ

10-ରୁଦ୍ର ମହାରାଥୀ

11-ରୋହିତ ପୂଜାରୀ

12-ବ୍ୟୋମକେଶ ରାୟ

13-ସୁଧୀର ସାମଲ

14- ସୁଶାନ୍ତ ରାଉତ

15-ପ୍ରଣବ ପ୍ରକାଶ ଦାସ

ଆସନ୍ତାକାଲି ରବିବାରରେ ଏହି ନୂଆମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ତେବେ ତା ପୂର୍ବରୁ ଏମାନଙ୍କ ନାମ ଘୋଷଣା ହେବ କି ନାହିଁ ତାହା ଜଣାପଡି ନାହିଁ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ସରକାରର ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା, ଆସନ୍ତାକାଲି ଗଠନ ହୋଇପାରେ ନୂଆ ମନ୍ତ୍ରୀମଣ୍ଡଳ

ଜୟପୁର: ରାଜସ୍ଥାନ ସରକାରଙ୍କ ସମସ୍ତ ମନ୍ତ୍ରୀ ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ସନ୍ଧ୍ୟାରେ ଜୟପୁରରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦର ବୈଠକରେ ସମସ୍ତ ମନ୍ତ୍ରୀ ଇସ୍ତଫା ପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟରେ ଦାଖଲ କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ଦଳର ସମସ୍ତ ନେତା ଓ ବିଧାୟକମାନେ ଅପରାହ୍ନ ୨ଟାରେ ଉପସ୍ଥିତ ରହିବେ। ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ସନ୍ଧ୍ୟା ଚାରିଟାରେ ଅନୁଷ୍ଠିତ ହେବ।

ମନ୍ତ୍ରୀ ପରିଷଦର ବୈଠକ ପରେ ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖଚରିୟାୱାସ ଏହି ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ପରିଷଦ ବୈଠକ ହୋଇଥିଲା, ଯେଉଁଥିରେ ସମସ୍ତ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିବାକୁ ପ୍ରସ୍ତାବ ପଠାଇଥିଲେ।

ରବିବାର ଅପରାହ୍ନ ୨ ଟାରେ କଂଗ୍ରେସ ବିଧାୟକମାନଙ୍କୁ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଡକାଯାଇଛି। ଏହା ପରେ ଗେହଲୋଟ୍ ଏବଂ ଦଳର ରାଜ୍ୟ ଦାୟିତ୍ୱରେ ଥିବା ଅଜୟ ମାକନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସ୍ଥିର ହେବ। ତେବେ ଆସନ୍ତାକାଲି ଅପରାହ୍ନ ୪ ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ। ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ସମ୍ବୋଧିତ କରି ଇସ୍ତଫା ଦିଆଯାଉଛି ବୋଲି ସେ କହିଛନ୍ତି। ଏହା ପରେ କ୍ୟାବିନେଟ୍ ପୁନର୍ଗଠନ ପ୍ରକ୍ରିୟା ହୁଏ। ଏଥିପାଇଁ ଦଳର ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟାସରା ଏକ ପ୍ରସ୍ତାବ ଦେଇଛନ୍ତି।

ଏହାପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନ କଂଗ୍ରେସର ଦାୟିତ୍ୱରେ ଥିବା ଅଜୟ ମାକେନ୍ ଜୟପୁରରେ ପହଞ୍ଚି ଗେହଲୋଟ୍ କ୍ୟାବିନେଟର ୩ ମନ୍ତ୍ରୀଙ୍କ ଇସ୍ତଫା ଘୋଷଣା କରିଥିଲେ। ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ହେଉଛନ୍ତି ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଡୋଟାସରା, ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଏବଂ ରାଜସ୍ୱ ମନ୍ତ୍ରୀ ହରିଶ ଚୌଧୁରୀ। ଦଳର ନେତୃତ୍ୱ ଏହି ତିନି ମନ୍ତ୍ରୀଙ୍କୁ ସଂଗଠନର କାର୍ଯ୍ୟରେ ନିୟୋଜିତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ନୂଆ ମନ୍ତ୍ରୀମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ସ୍ଵତନ୍ତ୍ର ପାଣ୍ଠିରୁ ରାଜ୍ୟଗୁଡିକୁ ଦିଆଯିବ ଆର୍ଥିକ ସହାୟତା

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ଆଜି ସନ୍ଧ୍ୟା ୫ ଟାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ କୃଷି ଭଳି ସ୍ୱାସ୍ଥ୍ୟ ଉପରେ ମଧ୍ୟ ବଡ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୩ ହଜାର କୋଟି ଟଙ୍କାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ତେବେ କରୋନା ଲଢେଇ ପାଇଁ ସ୍ଵତନ୍ତ୍ର ପାଣ୍ଠିରୁ ରାଜ୍ୟଗୁଡିକୁ ସହାୟତା ପ୍ରଦାନ କରାଯିବା ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି।

ନୂଆ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସାମ୍ବାଦିକ ସମ୍ମିଳନୀରେ ଏକ ବିବୃତ୍ତି ଦେଇଛନ୍ତି। କରୋନା ପ୍ୟାକେଜରେ ସଠିକ ଉପଯୋଗ ହୋଇଛି। ତୃତୀୟ ଲହରୀ ପାଇଁ କେନ୍ଦ୍ର ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ତୃତୀୟ ଲହରୀକୁ ଦେଖି ଦେଶରେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଛି। ଦେଶରେ ୨୦ ହଜାର ଆଇସିୟୁ ଶଯ୍ୟା ପାଇଁ ବ୍ୟବସ୍ଥା କରାଯାଉଛି। ଦେଶର ସବୁ ଜିଲ୍ଲାରେ ପିଏସୟୁ ରହିବ। ପ୍ରତ୍ୟେକ ଜିଲ୍ଲାରେ ୧୦ ହଜାର ଲିଟର ଅମ୍ଳଜାନ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ବିଶେଷ କରି ତୃତୀୟ ଲହରୀ ପାଇଁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି। ଏନେଇ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି।