Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଓଡିଶା ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ, ରାଜ୍ୟ ରାଜନୀତିରେ ଧଡକନ
ରାଜ୍ୟ ଖବର

ଓଡିଶା ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ, ରାଜ୍ୟ ରାଜନୀତିରେ ଧଡକନ

July 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Cabinet
ଓଡିଶା ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ, ରାଜ୍ୟ ରାଜନୀତିରେ ଧଡକନ

ଭୁବନେଶ୍ବର: ଖୁବ ଶିଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ। ଏ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ସଙ୍କେତ ଦେଇସାରିଲେଣି। ଫଳରେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଧଡକନ ହେବାରେ ଲାଗିଛି। ଲୋକସେବା ଭବନଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ଖଟିଗୁଡିକରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଏ ଯିବ କିଏ ରହିବ ଆଉ କିଏ ଆସିବ ସେ ନେଇ ମନ୍ତ୍ରୀ କରିଡୋରରେ ବେଶ ତର୍ଜ୍ଜମା ଚାଲିଛି। କେଉଁମନ୍ତ୍ରୀ ଅଯୋଗ୍ୟ କେଉଁ ମନ୍ତ୍ରୀ ଅମାନିଆ ସେ ନେଇ ସବୁ ହିସାବ ନିକାସ ଆରମ୍ଭ ହୋଇଯାଇଛି।

ବର୍ତ୍ତମାନ ଯାହା ସ୍ଥିତି ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 22 ଜଣ ମନ୍ତ୍ରୀ ମଣ୍ଡଳରେ ରହିପାରିବେ। ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କୁ ଛାଡିଦେଲେ ଆଉ 21 ଜଣ ମନ୍ତ୍ରୀ ସାମିଲ ହେବେ। ହେଲେ ବର୍ତ୍ତମାନ ରାଜ୍ୟରେ ମାତ୍ର 16 ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ ଆଉ 5 ଜଣ ନୂଆ ମୁହଁ ସାମିଲ ହେବେ। ହେଲେ ଯଦି କିଏ ମନ୍ତ୍ରୀ ମଣ୍ଡଳରୁ ଗଡିପଡେ ତେବେ ଏହି ନୂଆ ମୁହଁ ସଂଖ୍ୟା ବୃଦ୍ଧି ପାଇବ।

ତେବେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି କେଉଁ ଆଧାରରେ ମନ୍ତ୍ରୀ ବାଛିବେ ସେ ନେଇ ସେମାନେ ଅଡୁଆରେ ପଡିଯାଇଛନ୍ତି। କାରଣ ଯଦି ଲୋକସଭା ନିର୍ବାଚନ ମଣ୍ଡଳିରୁ ଜଣେ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରୀ କରିବେ ତେବେ ମୋଟ 21 ପଦବୀ ପାଇଁ 21 ଜଣ ରହିଯିବେ। ହେଲେ ଯଦି ଯୋଗ୍ୟତା ଆଧାରରେ କରିବେ ତେବେ ତାହା ଭିନ୍ନ କଥା।

ତେବେ ବିଶେଷ ସୁତ୍ର ଅନୁସାରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତି ଦିଲ୍ଲୀ ଅନୁମତିକୁ ଅପେକ୍ଷା କରିଛନ୍ତି। ସେମାନେ କେଉଁ ଆଧାରରେ ମନ୍ତ୍ରୀ ବଛାଯିବ ତାହାର ଫର୍ମୁଲା ମାଗିଛନ୍ତି। ତାହା ଆସିଯିବା ପରେ ସେହି ହିସାବରେ ମନ୍ତ୍ରୀ ବଛାଯିବ ବୋଲି ଜଣାପଡିଛି।

Cabinet Reshuffle ମନ୍ତ୍ରୀମଣ୍ଡଳ ଅଦଳବଦଳ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Latest News

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.