ଭୁବନେଶ୍ଵର: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) କୋଇଲ ମନ୍ତ୍ରାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ‘ଷ୍ଟାର ରେଟିଙ୍ଗ’ ପୁରସ୍କାରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୨୩–୨୪ ଅର୍ଥବର୍ଷ ପାଇଁ ଏମ୍ସିଏଲ୍ର ମୋଟ ୯ଟି କୋଇଲ ଖଣି ୫-ଷ୍ଟାର ରେଟିଙ୍ଗ ସମ୍ମାନରେ ଭୂଷିତ ହୋଇଛି। ଏଥିରେ ୨ଟି ଭୂଗର୍ଭ ଖଣି — ହିରାଖଣ୍ଡ-ବୁଣ୍ଡିଆ ଏବଂ ଓରିଏଣ୍ଟ କଲିୟେରି ଖଣି ସଂଖ୍ୟା ୧ ଓ ୨; ଏବଂ ୭ଟି ଖୋଲା ଖଣି — କୁଲ୍ଦା, ଅନନ୍ତ, ସମ୍ଲେଶ୍ୱରୀ, ଭୁବନେଶ୍ୱରୀ, ଲାଜକୁରା, ବେଲ୍ପହାର ଓ ଗୋପାଳଜୀ-କାଣିହା ବିସ୍ତାର ପ୍ରକଳ୍ପ ସମ୍ମିଳିତ।
ଏହି ସମ୍ମାନଗୁଡିକ ମୁମ୍ବାଇରେ ଆୟୋଜିତ ଏକ ଅନୁଷ୍ଠାନରେ କୋଇଲ ଓ ଖଣିଜ ମନ୍ତ୍ରୀ ଜି. କିଶନ ରେଡ୍ଡି, କୋଇଲ ଓ ଖଣିଜ ରାଜ୍ୟମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏବଂ କୋଇଲ ମନ୍ତ୍ରାଳୟ ସଚିବ ବିକ୍ରମ ଦେବ ଦତ୍ତ, IASଙ୍କ ହସ୍ତରେ ପ୍ରଦାନ କରାଗଲା। ଏହି ସୁଯୋଗରେ ଏମ୍ସିଏଲ୍ ର ଅଧ୍ୟକ୍ଷ-ସହ-ପରିଚାଳନା ନିର୍ଦ୍ଦେଶକ ଉଦୟ ଅନନ୍ତ କାଓଲେ ଓ ନିର୍ଦ୍ଦେଶକ (ଆର୍ଥିକ) ଏ. କେ. ବେହୁରା, ସହିତ ପୁରସ୍କୃତ ଖଣିମାନଙ୍କର କ୍ଷେତ୍ରୀୟ ସାଧାରଣ ପ୍ରବନ୍ଧକମାନେ ପୁରସ୍କାର ଗ୍ରହଣ କଲେ।