Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ରେକର୍ଡ଼ ପରିମାଣର କୋଇଲା ପରିବହନ କରିଛି କୋଇଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: 2023-24 ଆର୍ଥିକ ବର୍ଷରେ, କୋଇଲା ମନ୍ତ୍ରଣାଳୟ ଗ୍ରାହକଙ୍କୁ1012 ନିୟୁତ ଟନ୍ (ଏମଟି) କୋଇଲା ଉତ୍ପାଦନ ଏବଂ ପଠାଇବା ପାଇଁ ଏକ ଲକ୍ଷ୍ୟସ୍ଥିର କରିଛି। ରେକର୍ଡ ଉଚ୍ଚ କାର୍ଯ୍ୟଦକ୍ଷତା ହାସଲ କରି ମନ୍ତ୍ରଣାଳୟ 17 ଅକ୍ଟୋବର2023 ସୁଦ୍ଧା 500 ଏମଟି କୋଇଲା ପଠାଇବାରେ ସକ୍ଷମ ହୋଇଛି। ବର୍ଷର ପ୍ରଥମାର୍ଦ୍ଧରେ ମୌସୁମୀ ଋତୁ ସତ୍ତ୍ବେ 200 ଦିନରେ 500 ଏମଟି କୋଇଲା ପଠାଇବାଏକ ଉଲ୍ଲେଖନୀୟ ସଫଳତା ଅଟେ।

ବର୍ଷର ଦ୍ବିତୀୟାର୍ଦ୍ଧରେ, ଉତ୍ପାଦନ ଏବଂ ପଠାଇବା ହାର ସାଧାରଣତଃ ବର୍ଷରପ୍ରଥମାର୍ଦ୍ଧ ଅପେକ୍ଷା ଅଧିକ। ତେଣୁ ଆଶା କରାଯାଉଛି ଯେ ଚଳିତ ବର୍ଷ କୋଇଲାପ୍ରେରଣ ଏକ ବିଲିୟନ ଟନ୍ ରୁ ଅଧିକ ହେବ। ଗତ ଆର୍ଥିକ ବର୍ଷରେ, 9 ନଭେମ୍ବର2022 ସୁଦ୍ଧା 500 ଏମଟି କୋଇଲା ପଠାଇବା ମାଇଲଖୁଣ୍ଟ ହାସଲ କରାଯାଇଛି। ଏହା ସହିତ , ଚଳିତ ବର୍ଷ, 500 ଏମଟି ପଠାଇବା ଲକ୍ଷ୍ୟ 23 ଦିନ ପୂର୍ବରୁ ହାସଲକରାଯାଇଛି।

ଏହା ଧ୍ୟାନ ଦେବା ଆବଶ୍ୟକ ଯେ 500 ମେଟ୍ରିକ ଟନ କୋଇଲାରେ 416.57 ମେଟ୍ରିକ ଟନ୍ କୋଇଲା ବିଦ୍ୟୁତ କ୍ଷେତ୍ର ପାଇଁ ଏବଂ 84.77 ମେଟ୍ରିକ ଟନ୍ ଅଣ-ନିୟାମକ କ୍ଷେତ୍ର ପାଇଁ ପଠା ଯାଇଛି। ବିଦ୍ୟୁତ କ୍ଷେତ୍ରରେ କୋଇଲା ପରିବହନରେ ବୃଦ୍ଧି ହାର ବର୍ଷ ପରେ ବର୍ଷ 7.27 ପ୍ରତିଶତ ରହିଛି ଏବଂ ଅଣ-ନିୟାମକ କ୍ଷେତ୍ରରେ ବର୍ଷ ପରେ ବର୍ଷ 38.02 ପ୍ରତିଶତ ରହିଛି। 31 ମାର୍ଚ୍ଚ, 2023 ସୁଦ୍ଧା 893.19 ମିଲିୟନ ଟନ୍ କୋଇଲା ପ୍ରେରଣ କରାଯାଇଥିଲା।

ଏହା ଧ୍ୟାନ ଦେବାର ବିଷୟ ଯେ କୋଇଲା ମନ୍ତ୍ରଣାଳୟ ଏହି ଐତିହାସିକ ଉପଲବ୍ଧିରେ କୋଲ୍ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍), ସିଙ୍ଗାରେନି କୋଲିଏରିଜ୍ କମ୍ପାନୀ ଲିମିଟେଡ୍‌ (ଏସସିସିଏଲ୍‌) ଏବଂ କ୍ୟାପଟିଭ୍/ ବାଣିଜ୍ୟିକ ଖଣିର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି।

Categories
ଆଜିର ଖବର ଜାତୀୟ ଖବର

ସ୍ବଚ୍ଛତା ହିଁ ସେବା ଅଭିଯାନର ପ୍ରସ୍ତୁତିର ସମୀକ୍ଷା କଲେ କୋଇଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍ବଚ୍ଛତା ହିଁ ସେବାର ଅଂଶସ୍ବରୂପ କୋଇଲା ମନ୍ତ୍ରଣାଳୟ 2 ଅକ୍ଟୋବର 2023 ରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପାଇଁ 1 ଅକ୍ଟୋବରକୁ ଏକ ମହତ୍ତ୍ବପୂର୍ଣ୍ଣ ସ୍ବଚ୍ଛତା ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ରହିଛି।

ପ୍ରସ୍ତୁତି ପର୍ଯ୍ୟାୟ ସମୟରେ, ମନ୍ତ୍ରଣାଳୟ ଦ୍ବାରା ସାର୍ବଜନିକ କୋଇଲା ଉପକ୍ରମର ଅଧିକାରୀମାନଙ୍କ ସକ୍ରିୟ ଭାଗିଦାରୀ ସହିତ ଏକ ଭର୍ଚୁଆଲ୍ ମିଟିଂ ଡକା ଯାଇଥିଲା। ଏହି ବୈଠକ ସମୟରେ, ସ୍ବଚ୍ଛତା କାର୍ଯ୍ୟ ଯୋଜନା, ସର୍ବୋତ୍ତମ ପ୍ରଥାର ଆଦାନ ପ୍ରଦାନ ଏବଂ ଏପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟ ଉପରେ ବ୍ୟାପକ ସମୀକ୍ଷା କରାଯାଇଥିଲା। ଏହି ବୈଠକର ଉଦ୍ଦେଶ୍ୟ 1 ଅକ୍ଟୋବର 2023 ରୁ କାର୍ଯ୍ୟକାରୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି କରିବା।

ଏହା ବ୍ୟତୀତ ସ୍ବଚ୍ଛତା ହିଁ ସେବା ଅଭିଯାନ 2023 ଅନୁସାରେ ସ୍ବଚ୍ଛତା କାର୍ଯ୍ୟକୁ ଗୁରୁତ୍ବ ପ୍ରଦାନ କରୁଥିବା ବିସ୍ତୃତ ନିର୍ଦ୍ଦେଶାବଳୀକୁ ସାର୍ବଜନିକ କୋଇଲା ଉପକ୍ରମଗୁଡ଼ିକୁ ପଠାଇ ଦିଆଯାଇଛି। ସାର୍ବଜନିକ ସଚେତନତା ବୃଦ୍ଧି କରିବା ଓ ଭାଗିଦାରୀକୁ ଅଧିକରୁ ଅଧିକ କରିବା ପାଇଁ, କୋଇଲା ମନ୍ତ୍ରଣାଳୟ ଏକ ସଚେତନତା କାର୍ଯ୍ୟକ୍ରମର କରିଛି ଏବଂ ଏକ ମାନବ ଶୃଙ୍ଖଳର ଆୟୋଜନ ମଧ୍ୟ କରାଯାଇଛି।

ଏକ ପ୍ରମୁଖ କାର୍ଯ୍ୟକ୍ରମ ଅକ୍ଟୋବର 1 ତାରିଖ ସକାଳ 10:00 ରେ ଧାର୍ଯ୍ୟ କରାଯାଇଛି ଯେଉଁଠାରେ କୋଇଲା ମନ୍ତ୍ରଣାଳୟ ସ୍ବେଚ୍ଛାସେବୀମାନଙ୍କୁ ଏହି ଅଭିଯାନରେ ଏକ ଘଣ୍ଟା ‘ଶ୍ରମ ଦାନ’ କରିବାକୁ ଅନୁରୋଧ କରିଛି। ସଫା କରିବା ପାଇଁ ଅଧିକ ଧ୍ୟାନ ଆବର୍ଜନା-ଅସୁରକ୍ଷିତ ସ୍ଥାନ ଯଥା ରେଳ ଟ୍ରାକ୍, ରାସ୍ତା କଡ଼, ପୋଖରୀ, ବ୍ରିଜ୍ ତଳେ  ଥିବା ବସ୍ତି, ବଜାର ସ୍ଥାନ, ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନ ଉପରେ ରହିବ। ଆମର ଆଖପାଖର ପରିଷ୍କାର ପରିଚ୍ଛନ୍ନତାକୁ ଦୃଶ୍ୟମାନ କରିବା ହେଉଛି ମୂଳ ଉଦ୍ଦେଶ୍ୟ । ପ୍ରସ୍ତୁତି ପର୍ଯ୍ୟାୟରେ ଦେଶବ୍ୟାପୀ ପ୍ରଚେଷ୍ଟା ପ୍ରତି ଉତ୍ସାହ ଉଲ୍ଲେଖନୀୟ ରହିଛି ଯେଉଁଥିରେ ସାରା ଦେଶର ଲୋକମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି।

‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ଅଧୀନରେ 100 ରୁ ଅଧିକ ସ୍ଥାନ ସମସ୍ତ କୋଇଲା ପିଏସୟୁ ଏବଂ ସେମାନଙ୍କ କ୍ଷେତ୍ର କାର୍ଯ୍ୟାଳୟ ଦ୍ୱାରା ଚିହ୍ନଟ କରାଯାଇଛି, ଯେଉଁଠାରେ 1 ଅକ୍ଟୋବରରେ ସ୍ୱଚ୍ଛତା କାର୍ଯ୍ୟ କରାଯିବ।  ଏହି ବ୍ୟାପକ ଦେଶବ୍ୟାପୀ ପ୍ରଚେଷ୍ଟା ସାତଟି କୋଇଲା ବହୁଳ ରାଜ୍ୟକୁ ନିଜ ପରିସରରେ ସାମିଲ୍ କରିବ। କୋଇଲା ମନ୍ତ୍ରଣାଳୟ ଏହାର ପ୍ରଭାବୀ କାର୍ଯ୍ୟାନ୍ବୟନକୁ ସୁନିଶ୍ଚିତ କରିବା ପାଇଁ ଏହି ଦେଶବ୍ୟାପୀ ପ୍ରଚେଷ୍ଟାରେ ନିରନ୍ତର ଅନୁଧ୍ୟାନ ବଜାୟ ରଖିବ।

କୋଇଲା ମନ୍ତ୍ରଣାଳୟ ନାଗରିକମାନଙ୍କୁ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ  କରିବାକୁ ଉତ୍ସାହିତ କରେ, ଯାହାଦ୍ୱାରା ଏକ ସ୍ୱଚ୍ଛ ପରିବେଶ ପ୍ରତି ଆମର ସାମୂହିକ ପ୍ରତିବଦ୍ଧତା ପ୍ରଦର୍ଶିତ ହୋଇପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରିବ କୋଲ ଇଣ୍ଡିଆ ଲିମିଟେଡ୍

ଭୁବନେଶ୍ଵର: ଭାରତର କୋଇଲା କ୍ଷେତ୍ରକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ସକାଶେ କୋଇଲା ମନ୍ତ୍ରଣାଳୟ ସକ୍ରିୟ ଭାବରେ ସିପିଏସ୍ଇ ଗୁଡ଼ିକ ମଧ୍ୟରେ ବଡ ଧରଣର ବିବିଧକରଣକୁ ପ୍ରୋତ୍ସାହିତ କରୁଛି। ଏହା ସହିତ, ଏନଏଲସିଆଇଏଲ ଦ୍ୱାରା ଦୁଇଟି ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଛି। ଗୋଟିଏ କାନପୁର ନିକଟ ଘାଟମପୁର ଠାରେ ପ୍ରତିଷ୍ଠା ହେଉଛି ଯାହା ୧୯,୪୦୬ କୋଟି ଟଙ୍କା ବ୍ୟୟରେ ୩ x ୬୬୦ ମୋଗାୱାଟ ବିଜୁଳି ଉତ୍ପାଦନ କରିବ। ଏନଏଲସିଆଇଏଲ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ଉତ୍ତରପ୍ରଦେଶକୁ ୧୪୭୮.୨୮ ମେଗାୱାଟ ଏବଂ ଆସାମକୁ ୪୯୨.୭୨ ମେଗାୱାଟ ବିଜୁଳି ଯୋଗାଇବ। ଏହି ପ୍ରକଳ୍ପ ନିର୍ମାଣ ପର୍ଯ୍ୟାୟରେ ଅଛି ଏବଂ ଏହି କାରଖାନାର ପ୍ରଥମ ପର୍ଯ୍ୟାୟ ଚଳିତ ବର୍ଷ ଶେଷ ସୁଦ୍ଧା ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ କରିବ ବୋଲି ଆଶା କରାଯାଉଛି।

ଏଥିସହ, ଏଲସିଆଇଏଲ ଓଡିଶାର ତଲାବିରାରେ ୩ x ୮୦୦ ମେଗାୱାଟ ପିଟହେଡ ତାପଜ ବିଦ୍ୟୁତ୍ କେନ୍ଦ୍ର ର୍ନିମାଣ ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି ପ୍ରକଳ୍ପର ମୂଲ୍ୟ ୧୯,୪୨୨ କୋଟି ଟଙ୍କା ଆକଳନ କରାଯାଇଛି ଏବଂ ଏହା ତାମିଲନାଡୁକୁ ୧୪୫୦ ମେଗାୱାଟ ବିଦ୍ୟୁତ୍ ପୁଡୁଚେରୀକୁ ୧୦୦ ମେଗାୱାଟ ଏବଂ କେରଳକୁ ୪୦୦ ମେଗାୱାଟ ବିଦ୍ୟୁତ୍ ଯୋଗାଇବ। ଏହି ପ୍ରକଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ଏବଂ ୨୦୨୮-୨୯ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି।
କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ମଧ୍ୟ ଦୁଇଟି ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରକ୍ରିୟାରେ ଅଛି। ଗୋଟିଏ ଅମରକଣ୍ଟକ ନିକଟରେ ଅବସ୍ଥିତ ଯାହା ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମରେ ହେବ।

ଏହି କାରଖାନାର ପ୍ରସ୍ତାବିତ କ୍ଷମତା ୧ x ୬୬୦ ମେଗାୱାଟ ହେବ, ଯାହାର ଆନୁମାନିକ ମୂଲ୍ୟ ୫୬୦୦ କୋଟି ଟଙ୍କା ହେବ। ସମ୍ପ୍ରତି ଏହି ପ୍ରକଳ୍ପ ଅନୁମୋଦନ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ଅଛି ଏବଂ ଏସଇସିଏଲ୍ ର ଏକ ସହାୟକ କମ୍ପାନୀ ସିଆଇଏଲ୍ ଏଥିରେ ଅଂଶଧନ ଭାବେ ୮୫୭ କୋଟି ଟଙ୍କା ବିନିଯୋଗ କରିବ। ଏସ୍ଇସିଏଲ୍ ଏବଂ ମଧ୍ୟପ୍ରଦେଶ ପାୱାର୍ ଜେନେରେଟିଂ କମ୍ପାନୀ ଲିମିଟେଡ୍ ମଧ୍ୟରେ ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପର କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବବୋଲି ଆଶା କରାଯାଉଛି ଏବଂ ଏହାକୁ ୨୦୨୮ରେ ଶେଷ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମିର ବ୍ୟବସ୍ଥା ହୋଇ ସାରିଛି।

ଅଧିକନ୍ତୁ, ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍), ସିଆଇଏଲ ର ଅନ୍ୟ ଏକ ସହାୟକ କମ୍ପାନୀ, ମହାନଦୀ ବେସିନ୍ ପାୱାର୍ ଲିମିଟେଡ୍ କୁ ଏକ ସମ୍ପୂର୍ଣ୍ଣ ନିଜସ୍ୱ ସହାୟକ କମ୍ପାନୀ ଭାବରେ ସ୍ଥାପନ କରିଛି। ଏମସିଏଲ୍ ଏହାର ବସୁନ୍ଧରା ଖଣି ନିକଟରେ ୨ x ୮୦୦ ମେଗାୱାଟ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରିଛି। ଆନୁମାନିକ ୧୫,୯୪୭ କୋଟି ଟଙ୍କା ମୂଲ୍ୟଣ ଏହି ପିଟହେଡ୍ ପ୍ଲାଣ୍ଟ ପାଇଁ ୪୦୦୦ ମେଗାୱାଟରୁ ଅଧିକ ଶକ୍ତି କ୍ରୟ ଚୁକ୍ତିନାମା (ପିପିଏଏସ୍) ଲାଗି ବିଭିନ୍ନ ରାଜ୍ୟରୁ ଆଗ୍ରହ ପ୍ରକାଶ ପାଇଛି। ଏହି ପ୍ରକଳ୍ପର କାର୍ଯ୍ୟ ଆସନ୍ତା ବର୍ଷର ମଧ୍ୟଭାଗରେ ଆରମ୍ଭ ହେବ ଏବଂ ୨୦୨୮ ରେ ସମାପ୍ତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

କୋଇଲା ମନ୍ତ୍ରଣାଳୟ ନୂତନ ପିଟହେଡ୍ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ପାଇଁ ଉପଯୁକ୍ତ ଅଣ କୋଇଲା ଜମି ଖୋଜିବା ପାଇଁ ସିଆଇଏଲ ର ସମସ୍ତ ସହାୟକ କମ୍ପାନୀମାନଙ୍କୁ ପରାମର୍ଶ ଦେଇଛି। ପିଟହେଡରେ ତାପଜ କେନ୍ଦ୍ର ସ୍ଥାପନ କରିବା ଅଧିକ ଶସ୍ତା ଅଟେ, ଯାହାର ୟୁନିଟ୍ ପିଛା ସ୍ଥିର ମୂଲ୍ୟ ହାରାହାରି ୨.୫ ଟଙ୍କା ଏବଂ ଏକ ପରିବର୍ତ୍ତନଶୀଳ ମୂଲ୍ୟ ପ୍ରାୟ ୧.୨୫ ଟଙ୍କା ରହିବ ଏବଂ ୟୁନିଟ୍ ପିଛା ୪ଟଙ୍କାରୁ କମ୍ ଦରରେ ବିଦ୍ୟୁତ୍ ଉତ୍ପାଦନ କରିବା ସମ୍ଭବ ଅଟେ। ଭବିଷ୍ୟତରେ କୋଇଲା ବଳକା ହେବ ବୋଲି ଆକଳନ କରାଯାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହା ନୂତନ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ ସହିତ ସିଆଏଲ୍ ଏବଂ ଏନଏଲସିଆଇଏଲ ପାଇଁ ପରିଚାଳନାରେ ସ୍ଥିରତା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଶକ୍ତି ମନ୍ତ୍ରଣାଳୟର ନୀତି ଅନୁଯାୟୀ, ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସହିତ ଆବଶ୍ୟକ ଅକ୍ଷୟ ଶକ୍ତି ଉତ୍ପାଦନ ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି ଯାହା ଦ୍ୱାରା ତାପଜ ଏବଂ ସୌର ଶକ୍ତି ମିଶ୍ରଣରେ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ହୋଇପାରିବ। ଏହା ଉପଭୋକ୍ତାଙ୍କୁ ଶସ୍ତାରେ ବିଦ୍ୟୁତ୍ ଯୋଗାଇବାରେ ସାହାଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର

ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ: କୋଇଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶର ଥର୍ମାଲ ପାୱାର ପ୍ଲାଣ୍ଟ (ଟିପିପି) ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ ଅଛି ବୋଲି କୋଇଲା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ୧୬ ଜୁଲାଇ ୨୦୨୩ ସୁଦ୍ଧା ତାପଜ ବିଦ୍ୟୁତ କେନ୍ଦ୍ରରେ ଶେଷ କୋଇଲା ଷ୍ଟକ୍ ୩୩.୪୬ ନିୟୁତ ଟନ୍ (ମେଟ୍ରିକ୍ ଟନ୍) ରହିଛି, ଯାହା କି ଗତ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ୨୮% ଅଧିକ। ଖଣି ଶେଷରେ ପିଟହେଡ୍ କୋଇଲା ଷ୍ଟକ୍, ଟ୍ରାନଜିଟ ଏବଂ ଟିପିପି ସମେତ ସମସ୍ତ ସ୍ଥାନରେ କୋଇଲା ଉପଲବ୍ଧତା ୧୦୩ ମେଟ୍ରିକ୍ ଟନ୍ ରହିଛି, ଯାହା ଗତବର୍ଷ ୭୬.୮୫ ମେଟ୍ରିକ୍ ଟନ୍ ଥିଲା, ଯାହା କି ୩୪% ଅଧିକ। ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ରୀୟ ଜେନକୋ ଏବଂ ରାଜ୍ୟ ଜେନକୋ ସହିତ ମଧ୍ୟ ଘନିଷ୍ଠ ସମନ୍ୱୟ ରଖିଛି ଏବଂ ଶକ୍ତି କ୍ଷେତ୍ର ପାଇଁ କୋଇଲାର କୌଣସି ଅଭାବ ନାହିଁ।

କୋଇଲା ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଜୁଲାଇ, ୨୦୨୩ରେ ଉତ୍ପାଦନ ଗତ ବର୍ଷର ସମାନ ସମୟ ତୁଳନାରେ ବହୁତ ଅଧିକ ହୋଇଛି। ବାସ୍ତବରେ ବର୍ଷା ଯୋଗୁଁ କୋଇଲା ଉତ୍ପାଦନ ଅତ୍ୟନ୍ତ ପ୍ରଭାବିତ ହୋଇଛି। ମୌସୁମୀ ଋତୁ ପାଇଁ ଖଣିଭିତ୍ତିକ ଆଗୁଆ ଯୋଜନା ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। ବଡ଼ ଖଣିରୁ ନିରବଚ୍ଛିନ୍ନ ନିଷ୍କାସନ ପାଇଁ କୋଇଲା କଂପାନିଗୁଡ଼ିକ ସିମେଣ୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି। ଯାନ୍ତ୍ରିକ କୋଇଲା ପରିଚାଳନା କାରଖାନା ମାଧ୍ୟମରେ ୯ଟି କୋଇଲା ଖଣିରୁ ରେଳ ସାଇଡିଂକୁ ପରିବହନ ଆରମ୍ଭ ହୋଇଛି। କୋଇଲା କଂପାନିଗୁଡ଼ିକ ମଧ୍ୟ ଉପର ସିମରୁ କୋଇଲା ଉତ୍ତୋଳନ କରିବାକୁ ଯୋଜନା କରିଛନ୍ତି, ଫଳସ୍ୱରୂପ ୨୦୨୩ ଏପ୍ରିଲ ପହିଲାରୁ ଜୁଲାଇ ୧୬ ମଧ୍ୟରେ କୋଇଲା ଉତ୍ପାଦନ ୨୫୮.୫୭ ନିୟୁତ ଟନ୍ ହୋଇଛି, ଯାହା ଗତବର୍ଷ ୨୩୬.୬୯ ନିୟୁତ ଟନ୍ ଥିଲା।

ସେହିପରି ଗତବର୍ଷ ୨୨୪ ମେଟ୍ରିକ୍ ଟନ୍ କୋଇଲା ଯୋଗାଣ ହୋଇଥିବା ବେଳେ ଚଳିତ ବର୍ଷ ଏହା ୨୩୩ ମେଟ୍ରିକ୍ ଟନ୍ ରହିଛି। ବାସ୍ତବରେ, ଯଥେଷ୍ଟ ଉପଲବ୍ଧତା କାରଣରୁ କୋଇଲା କମ୍ପାନୀଗୁଡିକ ଏହି ସମୟ ମଧ୍ୟରେ ଅଣ-ନିୟନ୍ତ୍ରିତ କ୍ଷେତ୍ରକୁ ବିପୁଳ ପରିମାଣର ଅତିରିକ୍ତ ପରିମାଣରେ ଯୋଗାଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ତାପଜ ବିଦ୍ୟୁତ ଉତ୍ପାଦନରେ ଅଭିବୃଦ୍ଧି ମାତ୍ର ୨.୦୪% ଥିବା ବେଳେ କୋଇଲା ଉତ୍ପାଦନରେ ଅଭିବୃଦ୍ଧି ୯% ରୁ ଅଧିକ ରହିଛି।

ରେଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସହାୟକ ସଂସ୍ଥା ପାଇଁ ପର୍ଯ୍ୟାପ୍ତ ରେକ୍ ଉପଲବ୍ଧ କରାଯାଉଛି, ଯାହା ଥର୍ମାଲ ପାୱାର ପ୍ଲାଣ୍ଟରେ ପର୍ଯ୍ୟାପ୍ତ ପରିମାଣରେ କୋଇଲା ମହଜୁଦ୍ ରହିବାର ବାଟ ଖୋଲିଛି। କୋଇଲା, ରେଳ ବାଇ ଏବଂ ଶକ୍ତି ମନ୍ତ୍ରଣାଳୟ ସମସ୍ତ ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି।

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି ଯେ କୋଇଲା ଉପଲବ୍ଧ ନଥିବାରୁ କୌଣସି ପାୱାର ପ୍ଲାଣ୍ଟ ବନ୍ଦ ହୋଇନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତର ସାମଗ୍ରିକ କୋଇଲା ଉତ୍ପାଦନରେ ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ଵର:ଭାରତର ସାମଗ୍ରିକ କୋଇଲା ଉତ୍ପାଦନ ୨୦୨୨-୨୩ ଆର୍ଥିକ ବର୍ଷରେ ୮୯୩.୦୮ ମିଲିୟନ ଟନ୍କୁ‌ ବୃଦ୍ଧି ପାଇଛି, ଯାହା କି ୨୦୧୮-୧୯ ଆର୍ଥିକ ବର୍ଷରେ ୭୨୮.୭୩ ମିଲିୟନ ଟନ୍ ତୁଳନାରେ ୨୩% ଅଧିକ ବୋଲି କୋଇଲା ମନ୍ତ୍ରଣାଳୟ ଟୁଇଟ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟୁଇଟ୍ କରି କହିଛନ୍ତି ଯେ,

‘ଏହି କ୍ଷେତ୍ର ତଥା ଭାରତର ସାମଗ୍ରିକ ଅର୍ଥନୈତିକ ପ୍ରଗତି ପାଇଁ ବହୁତ ଭଲ ଖବର’।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କଲା କୋଇଲା ମନ୍ତ୍ରଣାଳୟ

ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କରାଯାଇଛି। ଗତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ଦୁଇଟି ନିଲାମ ହୋଇଛି। ଏଥିମଧ୍ୟରୁ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବା ବେଳେ ଆଉ ଗୋଟିଏ ଏମଏମଡିଆର କୋଇଲା ଖଣି।

୫୦୦ ନିୟୁତ ଟନ୍‌ ଖଣିଜ ସମ୍ପଦ ଗଚ୍ଛିତ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍‌ ଲିମିଟେଡ ନିଲାମ ନେଇଛି। ଏହାବ୍ୟତୀତ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ୧,୧୫୨.୧୧ ନିୟୁତ ଟନ ଖଣିଜ ସମ୍ପଦ ଗଚ୍ଛିତ ଥିବା ବୈତରଣୀ ୱେଷ୍ଟ* ଖଣିରୁ ଉତ୍ତୋଳନ ଅଧିକାର ହାସଲ କରିଛି।

ଦୁଇଟି ଖଣିରେ ମୋଟ ୧୬୫୨ ନିୟୁତ ଟନ୍‌ କୋଇଲା ଗଚ୍ଛିତ ଥିବା ବେଳେ ବୈତରଟୀ ୱେଷ୍ଟ ଖଣିର ବାର୍ଷିକ ଉତ୍ତୋଳନ କ୍ଷମତା ୧୫ ନିୟୁତ ଟନ୍‌। ଏହି ଦୁଇଟି କୋଇଲା କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ସମ୍ଭାବନା ରହିଛି। ସେହିପରି ଏହାଦ୍ବାରା ୨୦ ହଜାର ୨୮୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ଅନ୍ୟପଟେ ବାର୍ଷିକ ୨ ହଜାର ୮୭୩ କୋଟି ଟଙ୍କାର ରାଜସ୍ବ ଆୟ ହେବାର ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩ ନଭେମ୍ବର ୨୦୨୨ ଠାରୁ ବାଣିଜ୍ୟିକ ଖନନ ପାଇଁ ଷଷ୍ଠ ପର୍ଯ୍ୟାୟ ଏବଂ ପଞ୍ଚମ ପର୍ଯ୍ୟାୟର ଦ୍ବିତୀୟ ପ୍ରୟାସ ଅଧୀନରେ କୋଇଲା ଖଣିଗୁଡ଼ିକର ନିଲାମୀ ଆରମ୍ଭ କରାଯାଇଥିଲା। ଏହି ନିଲାମୀ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ଦୁଇଟି ଖଣିର ନିଲାମୀ ସମ୍ପନ୍ନ ହୋଇଛି।

Categories
ବିଶେଷ ଖବର

ଭୁବନେଶ୍ବର ଠାରେ ପିଏମ ଗତିଶକ୍ତି: ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଆୟୋଜିତ

ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି (ବହୁମୁଖି ଯୋଗାଯୋଗ ନିମନ୍ତେ ଜାତୀୟ ମାଷ୍ଟର ପ୍ଲାନ) ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଭୁବନେଶ୍ବର ଠାରେ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମାରୋହକୁ ସମ୍ବୋଧିତ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଲଜିଷ୍ଟିକ୍ସ ହେଉଛି ଦେଶ ପାଇଁ ସବୁଠୁ ବଡ଼ ଆହ୍ବାନ। ପିଏମ ଗତିଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହାଦ୍ବାରା ପରିବହନ କ୍ଷେତ୍ରର ବିଭିନ୍ନ ବିଭାଗରେ ରହିଥିବା ବାଧକଗୁଡ଼ିକ ଦୂର କରିବାରେ ଦୀର୍ଘକାଳୀନ ଭିତ୍ତିରେ ସହାୟତା ମିଳିପାରିବ। ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ସହିତ ଏହା ସାରା ଦେଶରେ ବହୁ ପରିମାଣରେ ଖଣି ଓ ମାଲ ପରିବହନ ଦିଗରେ ସହାୟକ ହୋଇପାରିବ।

ଓଡ଼ିଶା ବିଷୟରେ ଉଲ୍ଲେଖ କରି ଶ୍ରୀ ମହାପାତ୍ର କହିଥିଲେ ଯେ, କେବଳ ଓଡ଼ିଶା ଦେଶର ୧୪ରୁ ୧୫ଟି ରାଜ୍ୟକୁ ତାପଜ କୋଇଲା ପରିବହନ କରୁଛି। ପୂର୍ବାଞ୍ଚଳ କ୍ଷେତ୍ରରେ ଲଜିଷ୍ଟିକ୍ସ ସୁବିଧାର ବିକାଶ ଆବଶ୍ୟକତା ଉପରେ ଆଲୋକପାତ କରି ଶ୍ରୀ ମହାପାତ୍ର କହିଥିଲେ ଯେ, ଏହି କ୍ଷେତ୍ର ଦେଶର ବିକାଶ ପାଇଁ ବାହକ ଶକ୍ତି ଭାବେ କାର୍ଯ୍ୟ କରିଥାଏ। ଏହି ପରିପ୍ରେକ୍ଷୀରେ, ସେ କହିଥିଲେ ଯେ, ଲଜିଷ୍ଟିକ୍ସ କ୍ଷେତ୍ରରେ ଦୃଢ଼ ଭବିଷ୍ୟୋନ୍ମୁଖି ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ନାଗେନ୍ଦ୍ର ନାଥ ସିହ୍ନା କହିଥିଲେ ଯେ, ଇସ୍ପାତ କ୍ଷେତ୍ର ପାଇଁ ଲଜିଷ୍ଟିକ୍ସ ଏକ ଜୀବନ ଓ ମୃତ୍ୟୁ ପରିସ୍ଥିତି ଭଳି। ଲଜିଷ୍ଟିକ୍ସର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରି ସେ କହିଥିଲେ ଯେ ଗୋଟିଏ ଟନ ଇସ୍ପାତ ଉତ୍ପାଦନ ଲାଗି ୪ ଟନ୍ ସାମଗ୍ରୀ ପରିବହନ କରିବାକୁ ପଡ଼ିଥାଏ। ତେଣୁ ୧୨୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲାଗି, ୬୦୦ ନିୟୁତ ଟନ ସାମଗ୍ରୀକୁ ସାରା ଦେଶରେ ପରିବହନ କରାଯିବାର ଆବଶ୍ୟକତା ରହିଛି। ଇସ୍ପାତ କ୍ଷେତ୍ରରେ ମୋଟ ଉତ୍ପାଦନ ଖର୍ଚ୍ଚର ପ୍ରାୟ ୨୮ ପ୍ରତିଶତ ଲଜିଷ୍ଟିକ୍ସ ବାବଦରେ ଖର୍ଚ୍ଚ ହୋଇଥାଏ। ଯଦି ଆମକୁ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାର ଆବଶ୍ୟକତା ରହିଛି, ଆମକୁ ଲଜିଷ୍ଟିକ୍ସ ଖର୍ଚ୍ଚ ମଧ୍ୟ କମାଇବାକୁ ପଡ଼ିବ, ଯାହାକି ପିଏମ ଗତିଶକ୍ତି ଯୋଜନାରେ ମଧ୍ୟ ପରିକଳ୍ପନା କରାଯାଇଛି ।

ଶ୍ରୀ ସିହ୍ନା କହିଥିଲେ ଯେ, ରେଳ, ସଡ଼କ ଓ ଜଳପଥ ଭଳି ବର୍ତ୍ତମାନର ପରିବହନ ମାଧ୍ୟମ ବ୍ୟତୀତ ଲଜିଷ୍ଟିକ୍ସ ସହାୟତାର ନୂଆ ମାଧ୍ୟମ ଓ ଢାଞ୍ଚା ବିଷୟରେ ଆମକୁ ଚିନ୍ତା କରିବାକୁ ହେବ ଯାହାଫଳରେ ଏହାର ଖର୍ଚ୍ଚ ହ୍ରାସ ପାଇବ। ଖର୍ଚ୍ଚ କମେଇବା ଓ ଦକ୍ଷତାରେ ସୁଧାର ଆଣିବା ଲାଗି ସାମଗ୍ରୀ ପରିବହନର ସଠିକ ମାଧ୍ୟମ ଉପରେ ସେ ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ର ଇସ୍ପାତ ସଚିବ କହିଥିଲେ ଯେ, ବିକଶିତ ରାଷ୍ଟ୍ରରେ ମୁଣ୍ଡପିଛା ଇସ୍ପାତ ଉପଯୋଗ ୭୦୦ କିଲୋଗ୍ରାମ ଥିବା ବେଳେ ଭାରତରେ ଏହା ୮୦ କିଲୋଗ୍ରାମ ରହିଛି। ଭାରତ ମଧ୍ୟମ ମାନ୍ୟତାପ୍ରାପ୍ତ ଦେଶରେ ସାମିଲ ହେଲେ ଲଜିଷ୍ଟିକ୍ସର ଚାହିଦା ବୃଦ୍ଧି ପାଇବ। ତେଣୁ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଜରୁରି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ଏମ ନାଗରାଜୁ କହିଥିଲେ ଯେ, ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ ନିହିତ ରହିଥିବା ସମନ୍ବୟ ଦୃଷ୍ଟିକୋଣ ଉତ୍ପାଦନ କ୍ଷମତା ବଢ଼ାଇବ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ। ଏଥିସହିତ ଭିତ୍ତିଭୂମି ନିର୍ମାଣରେ ବର୍ଜ୍ୟବସ୍ତୁ ପରିମାଣ ମଧ୍ୟ ହ୍ରାସ କରିବ। ଆଜିର ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଚାରିଟି ରାଜ୍ୟରେ ପ୍ରାକୃତିକ ସମ୍ବଳ ଭର୍ତ୍ତି ହୋଇ ରହିଛି ବୋଲି ଶ୍ରୀ ନାଗରାଜୁ କହିଥିଲେ। ସେ ଆହୁରି କହିଥିଲେ ଯେ, ଦେଶର ଶିଳ୍ପ ବିକାଶରେ ଏହିସବୁ ରାଜ୍ୟ ଦୃଢ଼ ମୂଳଦୁଆ ନିର୍ମାଣ କରିବାରେ ସହାୟକ ହୋଇପାରିବେ। ବସ୍ତୁ ଓ ସାମଗ୍ରୀର ବାଧାମୁକ୍ତ ଓ ବ୍ୟୟସାପେକ୍ଷ ପରିବହନ ସୁନିଶ୍ଚିତ କରିବା ଲାଗି ଏସବୁ ରାଜ୍ୟରେ ଏକ ବ୍ୟବସ୍ଥିତ ଲଜିଷ୍ଟିକସ ନୀତି ବିଶେଷ ସହାୟକ ହୋଇପାରିବ।

ଝାଡ଼ଖଣ୍ଡ ସରକାରଙ୍କ ଖଣି ସଚିବ ଅବୁବାକର ସିଦ୍ଦିକି ପି, ଏନଏଲସିଆଇଏଲର ଅଧ୍ୟକ୍ଷ ପ୍ରସନ୍ନ କୁମାର ମୋଟୁପଲ୍ଲୀ ମଧ୍ୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ‘ପୂର୍ବାଞ୍ଚଳରେ ଭିତ୍ତିଭୂମି ବିକାଶ’ ଉପରେ ୧୦ ଜଣ ସିଇଓଙ୍କୁ ନେଇ ଏକ ମତବିନିମୟ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।

ଦେଶରେ ସମନ୍ବିତ ଭିତ୍ତିଭୂମି ବିକାଶ ପାଇଁ ଲଜିଷ୍ଟିକ୍ସ ଦକ୍ଷତାରେ ସୁଧାର ଆଣିବା ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ କମେଇବା ଲାଗି ଏକ ପରିବର୍ତ୍ତନକାରୀ ଆଭିମୁଖ୍ୟ ନେଇ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ଭିତ୍ତିଭୂମି ଯୋଗାଯୋଗ ପ୍ରକଳ୍ପର ଏକୀକୃତ ଯୋଜନା ପ୍ରସ୍ତୁତି ଓ ସମନ୍ବିତ କାର୍ଯ୍ୟକାରିତା ନିମନ୍ତେ ବିଭିନ୍ନ ମନ୍ତ୍ରଣାଳୟ/ରାଜ୍ୟ/ବିଭାଗ/ଉଦ୍ୟୋଗକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହାର ଉଦ୍ଦେଶ୍ୟ।

ଜାତୀୟ ଲିଜିଷ୍ଟିକ୍ସ ନୀତିର ବିଭିନ୍ନ ଉପାଦାନକୁ ଗଭୀର ଭାବେ ବୁଝିବା ଲାଗି ସବୁ ଅଂଶୀଦାରମାନଙ୍କୁ ପୂର୍ବ ଜୋନ ସମ୍ମିଳନୀ ଏକ ସୁଯୋଗ ଆଣି ଦେଇଛି।

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଠାରେ ପିଏମ୍‌ ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ ନୀତି ଉପରେ ପୂର୍ବ କ୍ଷେତ୍ର ସମ୍ମିଳନୀ ଆୟୋଜିତ ହେଉଛି। ଆସନ୍ତା ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଆଦି ପୂର୍ବ କ୍ଷେତ୍ରୀୟ ରାଜ୍ୟରେ ମୌଳିକ ଭିତ୍ତିଭୂମି ବିକାଶ ନିମନ୍ତେ ଏକୀକୃତ ଯୋଜନା ପ୍ରସ୍ତୁତ କରିବା ଲାଗି ଆପୋସ ସମନ୍ବୟ ବଢ଼ାଇବା।

ଏହି ସମ୍ମିଳନୀରେ ପୂର୍ବ କ୍ଷେତ୍ରର ରାଜ୍ୟ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଯଥା କୋଇଲା, ଡିପିଆଇଆଇଟି, ରେଳବାଇ, ବିଦ୍ୟୁତ, ଇସ୍ପାତ, ସାର ଓ ରସାୟନ, ସଡ଼କ ପରିବହନ ମନ୍ତ୍ରଣାଳୟ, ଜାହାଜ ଚଳାଚଳ ଓ ଜଳମାର୍ଗ ସମେତ ପୂର୍ବ କ୍ଷେତ୍ରର ଉଦ୍ୟୋଗ ଜଗତର ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି।

ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଭୁବନେଶ୍ବରରେ ପୂର୍ବାଞ୍ଚଳ ‘ପିଏମ୍ ଗତିଶକ୍ତି’

ଭୁବନେଶ୍ୱର: ଲଜିଷ୍ଟିକ ଦକ୍ଷତା ବୃଦ୍ଧି ଓ ଏ ବାବଦ ଖର୍ଚ୍ଚ ହ୍ରାସ ନିମନ୍ତେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ (ଏନଏମପି) ହେଉଛି ଏକ ପରିବର୍ତ୍ତିତ ଚିନ୍ତାଧାରା ଓ ପଦକ୍ଷେପ।  ଦେଶର ସମନ୍ଵିତ ଭିତ୍ତିଭୂମି ବିକାଶ ପାଇଁ ଏହାକୁ ଆରମ୍ଭ କରାଯାଇଛି।

ବିଭିନ୍ନ ମନ୍ତ୍ରଣାଳୟ/ରାଜ୍ୟ/ବିଭାଗ ଶିଳ୍ପାନୁଷ୍ଠାନଗୁଡିକୁ ଏକାଠି କରି ସମନ୍ୱିତ ଯୋଜନା ଓ ସମନ୍ୱୟ ଭିତ୍ତିକ ଭିତ୍ତିଭୂମି ସଂଯୋଗୀକରଣ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବା ହେଲା ଏହାର ଲକ୍ଷ୍ୟ।

ପ୍ରଧାନମନ୍ତ୍ରୀ ଜାତୀୟ ଲଜିଷ୍ଟିକ୍ସ ନୀତି ଆରମ୍ଭ କରିଛନ୍ତି। ଏହା ଲଜିଷ୍ଟିକ ବାବଦ ବ୍ୟୟ ହ୍ରାସ କରିବା ସହ ଏହାର ଦକ୍ଷତା ମଧ୍ୟ ବୃଦ୍ଧି କରିଥାଏ। ଜାତୀୟ ଲଜିଷ୍ଟିକ୍ସ ନୀତିର ଆଭିମୁଖ୍ୟ ହେଉଛି ଲଜିଷ୍ଟିକ୍ସ ପ୍ରକ୍ରିୟାର ଡିଜିଟାଇଜେସନ। ବିଭିନ୍ନ ମନ୍ତ୍ରଣାଳୟର ୩୦ଟି ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମକୁ ସମନ୍ୱିତ କରି ଏକକ ଲଜିଷ୍ଟିକ୍ସ ଇଂଟରଫ୍ରେସ ପ୍ଲାଟଫର୍ମ ଆରମ୍ଭ କରାଯାଇଛି।

ପୂର୍ବାଞ୍ଚଳ ସମ୍ମିଳନୀ ଜାତୀୟ ଲଜିଷ୍ଟିକ୍ସ ନୀତିକୁ ବିସ୍ତୃତ ଭାବେ ବୁଝିବା ପାଇଁ ବିଭିନ୍ନ ଅଂଶଗ୍ରହଣକାରୀଙ୍କୁ  ଏକ ସୁଯୋଗ ପ୍ରଦାନ କରିବ।

କୋଇଲା ମନ୍ତ୍ରଣାଳୟ ପିଏମ୍ ଗତିଶକ୍ତି ଜାତୀୟ ଲଜିଷ୍ଟିକ୍ ନୀତି ପୂର୍ବାଞ୍ଚଳ ସମ୍ମିଳନୀ ଭୁବନେଶ୍ୱର ଓଡିଶାଠାରେ ଆସନ୍ତା ୧୬, ୦୨.୨୦୨୩ ଦିନ ଆୟୋଜନ କରିବ। ପୂର୍ବାଞ୍ଚଳ ରାଜ୍ୟ ଯଥା ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରରେ ଭିତ୍ତିଭୂମି ବିକାଶର ସମନ୍ୱିତ ଯୋଜନା ଓ ସମନ୍ୱୟ ପାଇଁ ଏହି ସମ୍ମିଳନୀ ଆୟୋଜିତ ହେଉଛି।

ପୂର୍ବାଞ୍ଚଳ ରାଜ୍ୟଗୁଡିକର ବିଭିନ୍ନ ମନ୍ତ୍ରଣାଳୟ ଯେପରିକି କୋଇଲା, ଡିପିଆଇଆଇଟି, ରେଳବାଇ, ଶକ୍ତି, ଇସ୍ପାତ, ସାର ଓ ରସାୟନ, ସଡକ ପରିବହନ, ଜାହାଜ ଚଳାଚଳ ଓ ବନ୍ଦର, ଜଳପଥ ଅଧିକାରୀ ଓ ପୂର୍ବାଞ୍ଚଳ ଶିଳ୍ପ ପ୍ରତିନିଧିଗଣ ଏଥିରେ ଯୋଗଦେବେ।

ଅଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ସମ୍ମିଳନୀରେ ଆଲୋଚନା ହେବା ସହ ପ୍ରସ୍ତାବମାନ ଉପସ୍ଥାପିତ ହେବ।

ପୂର୍ବାଞ୍ଚଳ ରାଜ୍ୟଗୁଡିକରେ କୋଇଲା ଉତ୍ପାଦନ ଓ ଆବଣ୍ଟନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ କୋଇଲା ମନ୍ତ୍ରଣାଳୟ ଉଦ୍ୟମ କରୁଛି। ମନ୍ତ୍ରଣାଳୟ ବିଶେଷକରି କୋଇଲା ଲଜିଷ୍ଟିକ୍ସ ଓ ଏହାର ଡିଜିଟାଲ ପଦ୍ଧତି ଉପରେ ମୁଖ୍ୟତଃ ଆଲୋକପାତ କରିବ। ଜାତୀୟ ପରିପ୍ରେକ୍ଷୀରେ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସମ୍ମିଳନୀରେ ବିଶଦ୍‌ଭାବେ ମତ ବିନିମୟ ହେବ। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର

ମହାନଦୀ କୋଲଫିଲ୍ଡ ପକ୍ଷରୁ ବିହଙ୍ଗମ ଡ୍ରୋନ୍ ଟେକ୍ନୋଲୋଜି ଓ ସର୍ବାଧୁନିକ ଉପକରଣ ମୁତୟନ

ନୂଆଦିଲ୍ଳୀ: କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରମୁଖ ରାଷ୍ଟ୍ରାୟତ ଉଦ୍ୟୋଗ ମହାନଦୀ କୋଲଫିଲ୍ଡ (ଏମ୍ସିଏଲ୍) କୋଇଲା ଖଣିରେ ବିହଙ୍ଗମ ଡ୍ରୋନ ଟେକ୍ନୋଲୋଜି ଏବଂ ସର୍ବାଧୁନିକ ନିରାପତ୍ତା ଉପକରଣମାନ ମୁତୟନ କରିଛି। ବିହଙ୍ଗମ ଏକ ୱେବଭିତ୍ତିକ ପୋର୍ଟାଲ ଏବଂ ଏହା ସହିତ ଡ୍ରୋନ ତଥା ଗ୍ରାଉଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ସମ୍ପୃକ୍ତ । ଏହି ପୋର୍ଟାଲ ଅଧିକୃତ ବ୍ୟକ୍ତି ବିଶେଷଙ୍କୁ ଖଣି ଭିତରର ବାସ୍ତବ କାର୍ଯ୍ୟକଳାପର ଚିତ୍ର ଆକ୍ସେସ୍ କରିବାର ସୁଯୋଗ ଦିଏ। ଏକ ଉତ୍ସର୍ଗୀକୃତ ୪୦ଏମ୍ବିପିଏସ୍ ଇଣ୍ଟରନେଟ ଲିଜ୍ ଲାଇନ ମାଧ୍ୟମରେ ଖଣି ନିକଟରେ ଏହି ଆକ୍ସେସ୍ ସୁବିଧା ଉପଲବ୍ଧ ହୋଇପାରିବ।

ଡ୍ରୋନ ଉଡାଇବା ପାଇଁ ଏଥିରେ ଏକ ନିୟନ୍ତ୍ରଣ କେନ୍ଦ୍ର ରହିଛି। ଏହି ବ୍ୟବସ୍ଥାକୁ ପୋର୍ଟାଲ ମାଧ୍ୟମରେ ଯେ କୌଣସି ସ୍ଥାନରୁ ପରିଚାଳିତ କରି ହେବ। ଏହି କାର୍ଯ୍ୟ ଏବେ ଏକ ପାଇଲଟ ପ୍ରକଳ୍ପ ଭାବେ ତାଳଚେରର ଭୁବନେଶ୍ୱରୀ ଓ ଲିଙ୍ଗରାଜ ଓପନକାଷ୍ଟ କୋଇଲା ଖଣିରେ କାର୍ଯ୍ୟକାରୀ ହୋଇଛି। ପରିବେଶ ପର୍ଯ୍ୟବେକ୍ଷଣ, ଭଲ୍ୟୁମ ମେଜରମେଣ୍ଟ ଏବଂ ଖଣି ଖନନ ପ୍ରକ୍ରିୟାର ଡିଜିଟାଇଜେସନ ନିମନ୍ତେ ଆବଶ୍ୟକ ହେଉଥିବା ଖଣିର ଫଟୋଗ୍ରାମେଟ୍ରିକ୍ ମ୍ୟାପିଂ ପାଇଁ ଏମ୍ସିଏଲ୍ ଏବେ ଡ୍ରୋନ ଟେକ୍ନୋଲୋଜି ଉପଯୋଗ କରୁଛି।

କୋଇଲା ଉତ୍ପାଦନକୁ ଅଧିକ ବଢାଇବା ସହିତ ତାହାର ରେକର୍ଡ ରଖିବା ନିମନ୍ତେ ମଧ୍ୟ ଏମ୍ସିଏଲ୍ ସର୍ବାଧୁନିକ ଟେକ୍ନୋଲୋଜି ବ୍ୟବହାର କରୁଛି। ସେହିଭଳି ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ଅତ୍ୟାଧୁନିକ ଉପକରଣକୁ ଉପଯୋଗ କରାଯାଉଛି। କୋଇଲା ଷ୍ଟକିୟାର୍ଡରେ ପାଣି ଛିଞ୍ଚିବା ପାଇଁ ଏମ୍ସିଏଲ୍ ଏବେ ରୋବୋଟିକ୍ ନୋଜଲ ୱାଟର ସ୍ପ୍ରେୟାର ବ୍ୟବହାର କରୁଛି। କୋଇଲା କମ୍ପାନୀମାନେ ରୋବୋର୍ଟ ଦ୍ୱାରା ପରିଚାଳିତ ଅଗ୍ନି ନିର୍ବାପକ ଏବଂ ଧୂଳି ଦମନ ଅଗ୍ରଣୀ ଟେକ୍ନୋଲୋଜି ବ୍ୟବହାର କରିପାରୁଛନ୍ତି। ଏହି କାମ ବିପଜ୍ଜନକ ହୋଇଥିବାରୁ ଯନ୍ତ୍ର ମାଧ୍ୟମରେ ନିରାପଦରେ ଏହା କରାଯାଉଛି।

ନୂଆ ଯନ୍ତ୍ର ମାଧ୍ୟମରେ ୭୦ମିଟର ଦୂରକୁ ପାଣିକୁ ଜଳୀୟ ବାଷ୍ପ ଆକାରରେ ସ୍ପ୍ରେ କରିବା ସମ୍ଭବ ହେଉଛି। ଏହି ସ୍ପ୍ରେୟାରରେ ଲାଗିଥିବା ନୋଜଲ ସ୍ୱାଇଭେଲ ନୋଜେଲ ନାମରେ ପରିଚିତ। ଏହା ୨୮ କିଲୋଲିଟର ଦକ୍ଷତା ବିଶିଷ୍ଟ ଏକ ପାଣି ଟ୍ୟାଙ୍କର ସହିତ ସଂଯୁକ୍ତ।
ମହାନଦୀ କୋଲଫିଲ୍ଡ କମ୍ପାନୀ ସୁନ୍ଦରଗଡ, ଝାରସୁଗୁଡା ଓ ଅନୁଗୋଳ ଜିଲ୍ଲାରେ କୋଇଲା ଖନନ, ଉତ୍ତୋଳନ, ପରିବହନ ଓ ବିକ୍ରିବଟା ସହିତ ସମ୍ପୃକ୍ତ। ଭାରତରେ ମୋଟ କୋଇଲା ଉତ୍ପାଦନରେ ମହାନଦୀ କୋଲଫିଲ୍ଡର ଅବଦାନ ୨୦%।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବାଣିଜ୍ୟିକ ଖଣି ନିଲାମୀର ଦ୍ୱିତୀୟ ଦିନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି

ଭୁବନେଶ୍ଵର: ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର କୋଇଲା ଖଣି ନିଲାମ କରାଯାଇଛି। ଏହି ଦୁଇଟି ହେଲା ଘୋଗରପାଲି ଏବଂ ଏହାର ଗଭୀର ସମ୍ପ୍ରସାରଣ କୋଇଲା ଖଣି। କୋଇଲା ଖଣିର ବିବରଣୀ ନିମ୍ନରେ ଦିଆଗଲା:-

ଉଭୟ କୋଇଲା ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଉତ୍ତୋଳନ କରାଯିବ।

ଏଗୁଡ଼ିକର ମୋଟ ଗଚ୍ଛିତ ଖଣିଜ ଦ୍ରବ୍ୟ ପରିମାଣ ୧୨୮୮.୨୮ ନିୟୁତ ଟନ ରହିଛି।

ଏହି ଦୁଇଟି ଖଣିର ପିଆରସି ଦର ବାର୍ଷିକ ୨୦ ନିୟୁତ ଟନ୍‌ ରହିଛି।

Categories
ବିଶେଷ ଖବର ବ୍ୟବସାୟ

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ କ୍ୟାପଟିଭ୍ ଓ ବାଣିଜ୍ୟିକ କୋଇଲା ବ୍ଲକର ଉତ୍ପାଦନ 79 ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏବଂ ମନୋନୀତ କର୍ତ୍ତୃପକ୍ଷ 6 ଜୁଲାଇ 2022 ରେ ପ୍ରକଳ୍ପ  ପ୍ରସ୍ତାବକଙ୍କ ଉପସ୍ଥିତିରେ ଆର୍ଥିକ ବର୍ଷ 2022-23 ର ପ୍ରଥମ ତିନିମାସ ମଧ୍ୟରେ କୋଇଲା ବ୍ଲକ୍‌ ଗୁଡ଼ିକର ଉତ୍ପାଦନ ସମୀକ୍ଷା କରିଛନ୍ତି। ପ୍ରଥମ ତିନିମାସ ସମୟରେ ସମୁଦାୟ 27.7 ମିଲିୟନ ଟନ୍ କୋଇଲା ଉତ୍ପାଦନ ହୋଇଛି। ଏହା ଆର୍ଥିକ ବର୍ଷ 2021-22 ର ସମାନ ଅବଧିରେ ଉତ୍ପାଦିତ 15.5 ମିଲିୟନ ଟନ କୋଇଲାରୁ 79 ପ୍ରତିଶତ ଅଧିକ ଅଟେ।

ମନ୍ତ୍ରଣାଳୟ କୋଇଲା ଉତ୍ପାଦନରେ ଏତେ ଅଧିକ ବୃଦ୍ଧି କରିଥିବାରୁ କୋଇଲା ବ୍ଲକ୍ ଆବଣ୍ଟକମାନଙ୍କର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ଏହା ସହିତ, ଏହା ଆଶା କରିଛନ୍ତି ଯେ ଆର୍ଥିକ ବର୍ଷ 2022-23 ର ଦ୍ବିତୀୟ ତ୍ରୟମାସରେ କୋଇଲା ବ୍ଲକ୍ ରୁ 32 ମିଲିୟନ ଟନ୍ ଉତ୍ପାଦନର ଲକ୍ଷ ପ୍ରାପ୍ତ କରାଯିବ। ଏହା ବ୍ୟତୀତ ଏହାର ପ୍ରଶଂସା କରାଯିବା ସହିତ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ବାଣିଜ୍ୟିକ ନିଲାମୀ ସଂସ୍କାର ଅନ୍ତର୍ଗତ 2021 ରେ ନିଲାମ କରାଯାଇଥିବା ଦୁଇଟି ଖଣି କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଏଥିରୁ ପ୍ରଥମ ତ୍ରୟମାସରେ 1.57 ନିୟୁତ ଟନ୍ ର ଉତ୍ପାଦନ କରାଯାଇଛି।

ବର୍ତ୍ତମାନ ସମୁଦାୟ 36 କ୍ୟାପଟିଭ୍ ଏବଂ ବାଣିଜ୍ୟିକ ଖଣିରୁ କୋଇଲା ଉତ୍ପାଦନ ହେଉଛି। ସେହିପରି ଆଶା କରାଯାଉଛି ଯେ ଚଳିତ ବର୍ଷ ଅତି କମରେ ଆଉ 12 ଟି ନୂଆ ଖଣିରେ ଉତ୍ପାଦନ ଆରମ୍ଭ ହୋଇଯିବ। ଏହା ଦେଶରେ କୋଇଲାର ଚାହିଦାକୁ ପୂରଣ କରିବାରେ ନିଜର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ।

ଏହା ବ୍ୟତୀତ ପ୍ରକଳ୍ପ ପ୍ରସ୍ତାବକ ନିଜର ପ୍ରଚେଷ୍ଟା ଏବଂ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ମଧ୍ୟ ସୂଚନା ପ୍ରଦାନ କଲେ। ସେହିପରି କୋଇଲା ମନ୍ତ୍ରଣାଳୟ ଏହି ବିଷୟର ସମାଧାନରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଆଶ୍ବାସନା ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁନ୍ ୨୦୨୨ରେ କୋଇଲା ଉତ୍ପାଦନରେ ୩୨.୫୭ ପ୍ରତିଶତ ବୃଦ୍ଧି

ଦିଲ୍ଲୀ: ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟି ହୋଇ ଯାଇଛି। କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ, ଏହି ବର୍ଷ ଜୁନ୍ ମାସରେ, କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍‌), ସିଙ୍ଗାରେନୀ କୋଲିଆରିଜ୍ କମ୍ପାନୀ ଲିମିଟେଡ୍ (ଏସ୍‌ସିସିଏଲ୍‌) ଏବଂ କାପଟିଭ କୋଇଲା ଖଣି ଗୁଡିକ ୫୧.୫୬ ଏମ୍‌ଟି, ୫.୫୬ ଏମ୍‌ଟି ଏବଂ ୧୦.୪୭ ଏମ୍‌ଟି ଉତ୍ପାଦନ କରି ଯଥାକ୍ରମେ ୨୮.୮୭ ପ୍ରତିଶତ, ୫.୫୦ ପ୍ରତିଶତ ଏବଂ ୮୩.୫୩ ପ୍ରତିଶତର ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି। ଶୀର୍ଷ ୩୭ଟି କୋଇଲା ଖଣି ଗୁଡିକ ମଧ୍ୟରୁ ୨୨ଟି ଖଣିରୁ ୧୦୦ ପ୍ରତିଶତରୁ ଅଧିକ ଉତ୍ପାଦନ କରାଯାଇଥିବା ବେଳେ ଅନ୍ୟ ନଅଟି ଖଣି ଗୁଡିକର ଉତ୍ପାଦନର ପରିମାଣ ୮୦ରୁ ୧୦୦ ପ୍ରତିଶତ ମଧ୍ୟରେ ରହିଛି।

ସମାନ ସମୟରେ , ଅର୍ଥାତ୍ ଜୁନ୍ ୨୦୨୨ରେ କୋଇଲା ଯୋଗାଣରେ ୨୦.୬୯ ପ୍ରତିଶତ ବୃଦ୍ଧି ଘଟି ୭୫.୪୬ ଏମ୍‌ଟି ହୋଇ ଯାଇଛି, ଅପରପକ୍ଷରେ ଜୁନ୍ ୨୦୨୧ରେ ଏହି ଯୋଗାଣର ପରିମାଣ ୬୨.୫୩ ଏମ୍‌ଟି ରହିଥିଲା। ଜୁନ୍ ୨୦୨୨ ସମୟରେ ସିଆଇଏଲ୍ ଏବଂ ଆବଦ୍ଧ କୋଇଲା ଖଣି / ଅନ୍ୟାନ୍ୟ କ୍ରମଶଃ ୫୮.୯୮ ଏବଂ ୧୧.୦୫ ଏମ୍‌ଟି କୋଇଲା ପଠାଇ ଏହି କ୍ଷେତ୍ରରେ ୧୫.୨୦ ପ୍ରତିଶତ ଏବଂ ୮୮.୨୩ ପ୍ରତିଶତ ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି। ଏସ୍‌ସିସିଏଲ୍ ଏହି ମାସରେ ୦.୪୬ ପ୍ରତିଶତର ନକାରାତ୍ମକ ବୃଦ୍ଧି କରିଛି।

ବିଦ୍ୟୁତ୍‌ର ଚାହିଦା କ୍ଷେତ୍ରରେ ଅଭିବୃଦ୍ଧି କାରଣରୁ ଜୁନ୍ ୨୦୨୧ରେ ୪୯.୬୨ ଏମ୍‌ଟି ତୁଳନାରେ ଏହି ବର୍ଷ ଜୁନ୍ ମାସରେ ବିଦ୍ୟୁତ୍ ଉପଯୋଗୀତା ଯୋଗାଣ କ୍ଷେତ୍ରରେ  ୩୦.୭୭ ବୃଦ୍ଧି ଘଟି ୬୪.୮୯ ଏମ୍‌ଟି ହୋଇ ଯାଇଛି।

ଜୁନ୍ ୨୦୨୧ ତୁଳନାରେ ଜୁନ୍ ୨୦୨୨ରେ କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ୨୬.୫୮ ପ୍ରତିଶତର ଅଭିବୃଦ୍ଧି ଘଟିଛି। ଜୁନ୍ ୨୦୨୨ରେ ମୋଟ୍ ବିଦ୍ୟୁତ୍ ଉତ୍ପାଦନ ୨୦୨୧ ତୁଳନାରେ ୧୭.୭୩ ପ୍ରତିଶତ ଅଧିକ ରହିଛି। ତଥାପି, କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ ମେ ୨୦୨୨ରେ ୯୮୬୦୯ ଏମ୍‌ୟୁ ତୁଳନାରେ ଜୁନ୍ ୨୦୨୨ରେ ୯୫୮୮୦ ଏମ୍‌ୟୁ ରହିଛି ଏବଂ ଏହି କ୍ଷେତ୍ରରେ ୨.୭୭ ପ୍ରତିଶତ ନକାରାତ୍ମକ ବୃଦ୍ଧି ହୋଇଛି। ମୋଟ୍ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ଜୁନ୍ ୨୦୨୨ରେ ହ୍ରାସ ପାଇ ୧୩୮୯୯୫ ଏମ୍‌ୟୁ ହୋଇ ଯାଇଛି, ଯାହା ମେ’ ୨୦୨୨ରେ ୧୪୦୦୫୯ ଏମ୍‌ୟୁ ଥିଲା ଏବଂ ଏଥିରେ ୦.୭୬ ପ୍ରତିଶତ ନକାରାତ୍ମକ ବୃଦ୍ଧି ଘଟିଛି।

Categories
ଆଜିର ଖବର ଜାତୀୟ ଖବର

କୋଇଲା ଖଣିର ନିଲାମୀ ନିମନ୍ତେ କୋଇଲା ମନ୍ତ୍ରଣାଳୟକୁ ମିଳିଲା ୩୮ଟି ବିଡ୍

ନୂଆଦିଲ୍ଲୀ/ଭୁବନେଶ୍ବର: ବାଣିଜ୍ୟିକ କୋଇଲା ଖଣି ନିଲାମୀର ତିନୋଟି ପର୍ଯ୍ୟାୟରେ କୋଇଲା ମନ୍ତ୍ରଣାଳୟକୁ ମୋଟ୍‌ ୩୮ଟି ଅଫଲାଇନ୍‌ ବିଡ୍‌ ମିଳିଛି। ନିଲାମୀର ପଞ୍ଚମ ପର୍ଯ୍ୟାୟରେ, ୧୫ଟି କୋଇଲା ଖଣି ପାଇଁ ୨୮ଟି ଅଫଲାଇନ୍‌ ବିଡ୍‌ ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ୮ଟି କୋଇଲା ଖଣି ପାଇଁ ୨ କିମ୍ବା ତତୋଧିକ ବିଡ୍‌ ପ୍ରାପ୍ତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ତୃତୀୟ ପର୍ଯ୍ୟାୟ ନିଲାମୀର ଦ୍ୱିତୀୟ ପ୍ରୟାସ ଅଧୀନରେ ମୋଟ ୯ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା। ଏଥିରେ ୬ଟି କୋଇଲା ଖଣି ପାଇଁ ୬ଟି ବିଡ୍‌ ମିଳିଛି। ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ, ମୋଟ୍‌ ୪ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା। ୩ଟି କୋଇଲା ଖଣି ପାଇଁ ୪ଟି ବିଡ ହସ୍ତଗତ ହୋଇଛି।

ବାଣିଜ୍ୟିକ କୋଇଲା ନିଲାମୀର ପଞ୍ଚମ ପର୍ଯ୍ୟାୟ, ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଏବଂ ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ କ୍ଷମତାପ୍ରାପ୍ତ ପ୍ରାଧିକରଣ ଭାବେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩୦ ମାର୍ଚ୍ଚ, ୨୦୨୨ରେ କୋଇଲା ଖଣି ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ସବୁ କୋଇଲା ଖଣି ପାଇଁ ଅନଲାଇନ ବୈଷୟିକ ବିଡ୍‌ ଦାଖଲ କରିବାର ଶେଷ ତାରିଖ ୨୭ ଜୁନ୍‌ ୨୦୨୨, ଦିନ ୧୨ଟା ରଖାଯାଇଥିଲା। ସେହିପରି ଅଫଲାଇନ୍‌ ବିଡ୍‌ ଦାଖଲର ଶେଷ ତାରିଖ ଭାବେ ୨୭ ଜୁନ୍‌ ୨୦୨୨, ଅପରାହ୍ଣ ୪ଟା ନିର୍ଦ୍ଧାରଣ କରାଯାଇଥିଲା।

ନିଲାମୀ ପ୍ରକ୍ରିୟାର ଅଂଶବିଶେଷ ସ୍ୱରୂପ ମିଳିଥିବା ଅନଲାଇନ ବିଡଗୁଡ଼ିକୁ ୨୮ ଜୁନ, ୨୦୨୨ ପୂର୍ବାହ୍ନ ୧୦ଟା ଠାରୁ ଖୋଲାଯିବ। ଆଗ୍ରହୀ ସମ୍ଭାବ୍ୟ ବିଡର୍ସଙ୍କ ଉପସ୍ଥିତିରେ ଟାଗୋର ଚାମ୍ବର୍ସ, ସ୍କୋପ କମ୍ପ୍ଲେକ୍ସ, ନୂଆଦିଲ୍ଲୀ– ୧୧୦୦୦୩ ଠାରେ ଅନଲାଇନ୍‌ ବିଡ୍‌ ଖୋଲାଯିବ।

Categories
ବିଶେଷ ଖବର

ପିଏମ୍ ଗତିଶକ୍ତି ଯୋଜନାରେ ୧୩ଟି ରେଳ ପ୍ରକଳ୍ପ ହାତକୁ ନେଲା କୋଇଲା ମନ୍ତ୍ରଣାଳୟ 

ନୂଆଦିଲ୍ଲୀ: କୋଇଲା ପରିବହନ କ୍ଷେତ୍ରରେ ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ଖଣି ଅଞ୍ଚଳରୁ ବିଭିନ୍ନ ଲକ୍ଷ୍ୟ ସ୍ଥଳକୁ ତ୍ୱରିତ କୋଇଲା ପହଂଚାଇବା ଉପରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି। ଏହି ପ୍ରୟାସରେ ସଡକ ପଥରେ କୋଇଲା ପରିବହନକୁ ଯଥେଷ୍ଟ ହ୍ରାସ କରି ରେଳ ପରିବହନକୁ ବଢାଇବାକୁ ମନ୍ତ୍ରଣାଳୟ ଉଦ୍ୟମ କରୁଛି। ସେଥିପାଇଁ କୋଇଲା ମନ୍ତ୍ରଣାଳୟ ନୂଆ କୋଇଲାଖଣି ଇଲାକାରେ ନୂତନ ବ୍ରଡଗେଜ ରେଳପଥ ନିର୍ମାଣ କରିବାକୁ ଯୋଜନା କରୁଛି। ଏଥିରେ କୋଇଲା ବୋଝେଇ ସ୍ଥଳ ପର୍ଯ୍ୟନ୍ତ ରେଳପଥର ସଂପ୍ରସାରଣ କରଯିବ। ଆବଶ୍ୟକସ୍ଥଳେ କେତେକ ସ୍ଥାନରେ ରେଳଲାଇନକୁ ଦୋହରା ଓ ତିନିଟିକିଆ କରିବାକୁ ମନ୍ତ୍ରଣାଳୟ ଚିନ୍ତା କରୁଛି। ଯଥା ସମ୍ଭବ ଅଧିକରୁ ଅଧିକ କୋଇଲା ପରିବହନ ରେଳଯୋଗେ କରିବାକୁ ବିଚାର କରାଯାଉଛି।

୨୦୨୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍ ଗତିଶକ୍ତି ଯୋଜନାର ଶୁଭାରମ୍ଭ ହୋଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା। ସଂଯୋଗ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ନିଜ  ନିଜ ମଧ୍ୟରେ ସମନ୍ୱୟ ଓ ସହଯୋଗ ରକ୍ଷା କରି ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ଏହି ପ୍ରକ୍ରିୟାରେ ରାଜ୍ୟ ସରକାରମାନଙ୍କୁ ମଧ୍ୟ ସମ୍ପୃକ୍ତ କରାଯାଇଛି ଓ ଏଥିପାଇଁ ବୈଷୟିକ ତଥା ଅନ୍ୟାନ୍ୟ ସହାୟତା ବିଭିନ୍ନ ପ୍ରକଳ୍ପ ନିମନ୍ତେ ଯୋଗାଇ ଦିଆଯାଉଛି।

ପିଏମ୍ ଗତିଶଣକ୍ତି ଯୋଜନାର ଲକ୍ଷ୍ୟ ଭିତ୍ତିରେ କୋଇଲା ମନ୍ତ୍ରଣାଳୟ ୧୩ଟି ବହୁମୁଖୀ (ମଲ୍ଟି ମୋଡାଲ) ରେଳ ସଂଯୋଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ପ୍ରତ୍ୟେକ ପ୍ରକଳ୍ପରେ ଥିବା ଭିତ୍ତିଭୂମିର ଅଭାବକୁ ପ୍ରଥମେ ଚିହ୍ନଟ କରାଯାଇ ତା’ ପରେ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଉଛି। ହାଇ ଇମ୍ପ୍ୟାକ୍ଟ ପ୍ରୋଜେକ୍ଟ (ଅତି ପ୍ରଭାବଶାଳୀ ପ୍ରକଳ୍ପ) ଭାବେ ୪ଟି ଚିହ୍ନଟ କରାଯାଇ ଇତିମଧ୍ୟରେ ତାହାର ମାନଚିତ୍ରକୁ ଏନ୍‌ଏମ୍‌ପି ପୋର୍ଟାଲରେ ସ୍ଥାନିତ କରାଯାଇଛି।  ଏହି ଚାରିଟି ପ୍ରକଳ୍ପ ଓଡିଶା ଓ ଝାଡଖଣ୍ଡରେ କାର୍ଯ୍ୟକାରୀ ହେବ।

ସମ୍ପୃକ୍ତ ରେଳପ୍ରକଳ୍ପ ନିର୍ମିତ ହେଲେ କୋଇଲା ଖଣି ଅଞ୍ଚଳରୁ ଦେଶର ବିଭିନ୍ନ ସ୍ଥାନକୁ କୋଇଲ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଏହା ଦ୍ୱାରା ବ୍ୟାବସାୟିକ ତ୍ତଭିତ୍ତିରେ  କୋଇଲ ଉତ୍ତୋଳନ କରୁଥିବା କମ୍ପାନୀ ଓ କୋଇଲା ପରିବହନ ପାଇଁ ଉତ୍ତମ ସୁବିଧା ପାଇବେ। ରେଳଯୋଗେ କୋଇଲା ପରିବହନ ଅଧିକ ହେଲେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇବ ଏବଂ ପରିବେଶ ସୁରକ୍ଷିତ ହେବ। (ପିଆଇବି)

 

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ: ଅତିରିକ୍ତ ସଚିବ

ନୂଆଦିଲ୍ଲୀ: ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହ ମିଶି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ଠାରେ ଜାତୀୟ ଖଣିଜ କଂଗ୍ରେସ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଖଣି ମନ୍ତ୍ରଣାଳୟର ସଚିବ ଅନୀଲ କୁମାର ଜୈନ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ସେ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହିତ ସବୁ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଜାତୀୟ ଖଣିଜ କଂଗ୍ରେସରୁ ଫଳପ୍ରଦ ପରିଣାମ ପ୍ରାପ୍ତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।

ଜାତୀୟ ଖଣିଜ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭିକେ ତିୱାରୀ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତିୱାରୀ କହିଥିଲେ ଯେ, ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି। ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। କୋଇଲା ଜଳାଇବା ତୁଳନାରେ ଏହାକୁ ଏକ ସ୍ବଚ୍ଛ ଇନ୍ଧନ ବିକଳ୍ପ ଭାବେ ବିବେଚନା କରାଯାଉଛି। କୋଇଲାରେ ଥିବା ରାସାୟନିକ ଉପାଦାନକୁ ବାଷ୍ପୀକରଣ ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ ବୋଲି ଅତିରିକ୍ତ ସଚିବ ଶ୍ରୀ ତିୱାରୀ କହିଥିଲେ।

ସେ ଆହୁରି କହିଥିଲେ ଯେ, ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ଫଳରେ ଅଧିକ କୋଇଲା ପୁନରୁଦ୍ଧାର ବା ରିକଭରୀ ହୋଇପାରୁଛି। ଖଣି ଖନନ କାର୍ଯ୍ୟରେ ନମନୀୟତା ଆସିଛି ଓ ଉତ୍ପାଦକତା ବୃଦ୍ଧି ପାଇଛି। ଅଧିକ ନିରାପତ୍ତା ସୁନିଶ୍ଚିତ ହେବା ସହିତ ଖର୍ଚ୍ଚ କମିଛି। ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପାଇଁ କମ୍ପାନୀମାନେ ନୂତନ ଜ୍ଞାନକୌଶଳକୁ ଆପଣାଇବା ସହିତ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ସଚିବ କହିଥିଲେ।

ଆଲୁମିନିୟମ କ୍ଷେତ୍ରରେ ରହିଥିବା ସମସ୍ୟା ସମ୍ପର୍କରେ ଶ୍ରୀ ତିୱାରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଭବିଷ୍ୟତର ଆବଶ୍ୟକତା ପାଇଁ ଭାରତ ନିକଟରେ ୩୮୯୬ ନିୟୁତ ଟନ୍‌ ବକ୍ସାଇଟ୍‌ ଉତ୍ସ ଖଚ୍ଛିତ ହୋଇ ରହିଛି। ତେବେ ଭାରତୀୟ ଖଣିଜ ଭଣ୍ଡାରରେ ଏହାର ମାତ୍ର ୧୭ ପ୍ରତିଶତ, ଅର୍ଥାତ୍‌ ୬୫୬ ନିୟୁତ ଟନ୍‌ ବକ୍ସାଇଟ୍‌ ମହଜୁଦ ରହିଛି। ତେଣୁ ବକ୍ସାଇଟ୍‌ ଉତ୍ପାଦନକୁ ବଢ଼ାଇବା ଲାଗି ଏସବୁ ଉତ୍ସକୁ ପ୍ରାମାଣିକ ବକ୍ସାଇଟ୍‌ ଭଣ୍ଡାରରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଉଚ୍ଚ ମାନର ଉତ୍ପାଦ ତିଆରି କରିବା ଲାଗି ସ୍କାର୍ପ ବ୍ୟବହାର କରିବା ନିମନ୍ତେ ଆମେ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।

ଅତିରିକ୍ତ ସଚିବ କୋଇଲାରୁ ହାଇଡ୍ରୋଜେନ ଉତ୍ପାଦନ ପାଇଁ ରୋଡମ୍ୟାପ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଭାରତର ହାଇଡ୍ରୋଜେନ ଆବଶ୍ୟକତା ବାର୍ଷିକ ୬.୭ ନିୟୁତ ଟନ୍‌ ଥିବା ବେଳେ ୨୦୩୦ ବେଳକୁ ଏହା ୧୧.୭ ନିୟୁତ ଟନକୁ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି। ବିଶୋଧନାଗାର ଏବଂ ସାର କାରଖାନାଗୁଡ଼ିକ ଏବେ ହାଇଡ୍ରୋଜେନର ସବୁଠୁ ବଡ଼ ଉପଭୋକ୍ତା ହୋଇ ରହିଛନ୍ତି, ଯାହାକି ଏବେ ପ୍ରାକୃତିକ ବାଷ୍ପରୁ ଉତ୍ପାଦନ ହେଉଛି । କୋଇଲା ବାଷ୍ଠୀକରଣ ପ୍ରକ୍ରିୟାରେ କୋଇଲା ମାଧ୍ୟମରେ ଏହା ଉତ୍ପାଦନ କରାଯାଇପାରିବ ବୋଲି ସେ କହିଥିଲେ।

ଶ୍ରୀ ତିୱାରୀ କହିଥିଲେ ଯେ, ଏହି କ୍ଷେତ୍ରରେ ବିଚାରବିମର୍ଶ କରିବା ଏବଂ ଆବଶ୍ୟକ ସୁଧାର ଆଣିବା ଲାଗି ଏଭଳି ସମ୍ମିଳନୀ ଏକ ସୁଯୋଗ ଆଣି ଦେବ। ସେ କହିଥିଲେ ଯେ ଆମେ ଏହି କ୍ଷେତ୍ରର ବ୍ୟବସାୟୀକରଣ ଆରମ୍ଭ କରିଛୁ, ଯାହାକି ଉନ୍ନତ ଫଳାଫଳ ପ୍ରଦାନ କରୁଛି। ଦୋହରା ମଞ୍ଜୁରି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି; ଖଣି ଆବଣ୍ଟନ ପ୍ରକ୍ରିୟାକୁ ଅନଲାଇନ କରାଯାଇଛି ଏବଂ ବାଷ୍ପୀକରଣ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ସବୁ ଆଡ଼ୁ ଏହି କ୍ଷେତ୍ରକୁ ସମର୍ଥନ ଯୋଗାଇ ଦେବା ଲାଗି ଆମେ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ।

ବିଶ୍ବ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି ପକ୍ଷରୁ ଆୟୋଜନ କରାଯାଉଥିବା ଜାତୀୟ ଖଣିଜ କଂଗ୍ରେସରେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଛନ୍ତି। ଖଣିଜ ଉତ୍ତୋଳନ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ, ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ କୋଇଲା ବାଷ୍ପୀକରଣ ଓ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ ନେଇ ଏଥିରେ ଆଲୋଚନା ହୋଇଛି। ଶନିବାର ଦିନ, ପ୍ରତିନିଧିମାନେ ଅନୁଗୁଳରେ ଥିବା ଜେଏସପିଏଲର କୋଇଲା ବାଷ୍ପୀକରଣ କାରଖାନା ପରିଦର୍ଶନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଚତୁର୍ଥ ପର୍ଯ୍ୟାୟ ବାଣିଜ୍ୟିକ ନିଲାମୀ ଅଧୀନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି 

ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚାରିଟି ରାଜ୍ୟର ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ କରାଯାଇଛି। ଏଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି- ଉତ୍କଳ ବି-୧ ଏବଂ ବି-୨ ରହିଛି। ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍‌ ନିଲାମ ସୂତ୍ରରେ ନେଇଛି। ଦୁଇଟି ଖଣିର ପିଆରସି କ୍ଷମତା ବା ସର୍ବାଧିକ କୋଇଲା ଉତ୍ପାଦନ କ୍ଷମତା ବାର୍ଷିକ ୮.୦୦୦ ନିୟୁତ ଟନ୍‌ ହୋଇଥିବା ବେଳେ ଏଥିରେ ମୋଟ୍‌ ୩୪୭.୦୮ ନିୟୁତ ଟନ୍‌ ଭୂଗର୍ଭ କୋଇଲା ଗଚ୍ଛିତ ହୋଇ ରହିଛି। ଖଣିର ପିଆରସି କ୍ଷମତାକୁ ଆଧାର କରି ଏହି ଦୁଇଟି ଖଣିରୁ ବାର୍ଷିକ ୧୧୦୭.୦୫ କୋଟି ଟଙ୍କାର ରାଜସ୍ୱ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି। ଦୁଇଟି ଖଣିରେ ୧୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୦ ହଜାର ୮୧୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାର ଦୁଇଟି ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କୋଇଲା ଖଣିର ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି।

କୋଇଲା ମନ୍ତ୍ରଣାଳୟ ଦ୍ଵାରା ଇ-ନିଲାମୀ ପ୍ରକ୍ରିୟାରେ ଏସବୁ କୋଇଲା ଖଣିର ବାଣିଜ୍ୟିକ ନିଲାମୀ ସମ୍ପାଦନ କରାଯାଇଛି। କୋଇଲା ଖଣି ଗୁଡ଼ିକର ବାଣିଜ୍ୟିକ ନିଲାମୀ ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଟେଣ୍ଡର ଆହ୍ଵାନକାରୀ ନୋଟିସ (ଏନଆଇଟି) ଜାରି କରାଯାଇଥିଲା। କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) –ସିଏମ (ଏସପି) ଆଇନ, ୨୦୧୫ ଅଧୀନରେ ନିଲାମୀର ୧୪ତମ ପର୍ଯ୍ୟାୟ ଏବଂ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) –ଏମଏମଡିଆର ଆଇନ, ୧୯୫୭ ଅଧୀନରେ ଏସବୁ କୋଇଲା ଖଣିର ନିଲାମୀ ନିମନ୍ତେ ଡିସେମ୍ବର ୧୬, ୨୦୨୧ରେ ଏନଆଇଟି ଜାରି କରାଯାଇଥିଲା। ଏମଏସଟିସି ପ୍ଲାଟଫର୍ମ ଜରିଆରେ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧, ୨୦୨୨ରେ ଅନୁଷ୍ଠିତ ଇ-ନିଲାମୀ ପ୍ରକ୍ରିୟାରେ ମୋଟ ପାଞ୍ଚଟି ସିଏମଏସପି କୋଇଲା ଖଣିକୁ ନିଲାମୀ ନିମନ୍ତେ ରଖାଯାଇଥିଲା।

ନିଲାମୀରେ ସାମିଲ ଥିବା ସମସ୍ତ ୫ଟି କୋଇଲା ଖଣି ସମ୍ପୂର୍ଣ୍ଣ ଭାବେ ଅନ୍ୱେଷଣ କରାଯାଇଥିବା କୋଇଲା ଖଣି ହୋଇଥିବା ବେଳେ ଏସବୁ ଖଣିର ଭୂଗର୍ଭ ଭଣ୍ଡାରରେ ମୋଟ୍‌ ୬୬୫.୦୮ ନିୟୁତ ଟନ୍‌ କୋଇଲା ଗଚ୍ଛିତ ରହିଛି। ଏଗୁଡ଼ିକର ପିଆରସି କ୍ଷମତା ବାର୍ଷିକ ୧୪.୭୫୬ ନିୟୁତ ଟନ୍‌ ରହିଛି।

ବାଣିଜ୍ୟିକ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଅଧୀନରେ ଏବେ ସୁଦ୍ଧା ମୋଟ୍‌ ୪୭ଟି କୋଇଲା ଖଣି ନିଲାମ ହୋଇସାରିଛି। ଏଥିରେ ଚତୁର୍ଥ ପର୍ଯ୍ୟାୟରେ ନିଲାମୀ ହୋଇଥିବା ଏହି ୫ଟି କୋଇଲା ଖଣି ମଧ୍ୟ ସାମିଲ ରହିଛି। ବର୍ତ୍ତମାନ ସୁଦ୍ଧା ନିଲାମ ହୋଇସାରିଥିବା କୋଇଲା ଖଣିଗୁଡ଼ିକର ସର୍ବମୋଟ୍‌ ପିଆରସି କ୍ଷମତା ବାର୍ଷିକ ୧୦୧.୪୦୪ ନିୟୁତ ଟନ୍‌ ରହିଛି।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କୋଲ ଇଣ୍ଡିଆ ଲିମିଟେଡର ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ବ୍ୟବସ୍ଥା ଉଦଘାଟିତ

ନୂଆଦିଲ୍ଲୀ, ପ୍ରଥମ ଥର ପାଇଁ କୋଇଲା ମନ୍ତ୍ରଣାଳୟ ଅଧୀନ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ)ରେ ଇନୋଭେଟିଭ୍ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ (ଆରପିଏଏସ) ବ୍ୟବସ୍ଥା କାଯ୍ୟକାରୀ ହୋଇଛି। ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ରେ ଏହି ବ୍ୟବସ୍ଥାକୁ ଗତକାଲି ଉଦଘାଟନ କରାଯାଇଛି।

ଏହାକୁ ଏମସିଏଲର ଇନୋଭେସନ ସେଲ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ଡିଜାଇନ କରାଯାଇଛି। ରିମୋଟ ମନିଟରିଂ ପାଇଁ “ବିହଙ୍ଗମ” ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ମୁମ୍ବାଇସ୍ଥିତ ଡ୍ରୋନ ନିର୍ମାଣ, ରୋବୋଟିକ୍ସ ଏବଂ ଅଟୋମେସନ ଷ୍ଟାର୍ଟଅପ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି।

ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଏହି ପ୍ରୟାସ ଦ୍ବାରା କମ୍ପାନୀ ଇଣ୍ଟରନେଟ ମାଧ୍ୟମରେ ରିୟଲ-ଟାଇମ ଭିଡିଓ ପର‌୍ୟ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇପାରିବ। ସେହିପରି ଖଣିରେ ଡ୍ରୋନ ଏବଂ ଅନ୍ୟ ଆନୁସଙ୍ଗିକ ଉପକରଣର ସମ୍ଭାବ୍ୟ ଉପଯୋଗ ପାଇଁ ଏହା ମାର୍ଗ ପ୍ରଶସ୍ତ କରିବ।
କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ଅଗ୍ରଓ୍ବାଲ ୨୮୫.୦୫ କୋଟି ଟଙ୍କାର ପ୍ରଥମ ମାଇଲ ସଂଯୋଗ (ଏଫଏମସି) ପ୍ରକଳ୍ପ-ଲକଜୁରା ସାଇଲୋର ଶିଳାନ୍ୟାସ କରିଛନ୍ତି।

ଏହାଦ୍ବାରା ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ର ବାର୍ଷିକ କୋଇଲା ପ୍ରେରଣ କ୍ଷମତା ୧୫ ମିଲିୟନ ଟନ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ। କୋଲ ଇଣ୍ଡିଆ ଅଧ୍ୟକ୍ଷ ମଧ୍ୟ ସମଲେଶ୍ବରୀ ଓଏସପିରେ ଚାରିଟି ଶହେ ଟନ ଡମ୍ପର ଏବଂ ଗୋଟିଏ ମୋବାଇଲ ଜଳ ସିଞ୍ଚନ ସେବାର ଶୁଭାରମ୍ଭ କରିଥିଲେ।

ଦୀର୍ଘସ୍ଥାୟୀ ଖନନ ଲକ୍ଷ୍ୟକୁ ଆଗକୁ ବଢ଼ାଇ, ଏମସିଏଲ ମୋଟ ୩,୬୦୦ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ଜରିଆରେ ପ୍ରଦୂଷଣମୁକ୍ତ ଅତ୍ୟାଧୁନିକ ରେକ ଲୋଡିଂ ସିଷ୍ଟମ ପ୍ରଦାନ କରିବା ଲାଗି ନଅଟି ଏମଏମସି ପ୍ରକଳ୍ପ କାର‌୍ୟ୍ୟକାରୀ କରିଛି। ଏହାଦ୍ବାରା ବାର୍ଷିକ ୧୨୬ ମିଲିୟନ ଟନ ପ୍ରେରଣ କ୍ଷମତା ବୃଦ୍ଧି ପାଇବ, ଏହା ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

ଏମସିଏଲ ୧୯୯୯ରେ ପରିବେଶ ଅନୁକୂଳ ଭୂତଳ ଖଣିଜ ପ୍ରଯୁକ୍ତି ପ୍ରଚଳନ କରିବାରେ ପ୍ରଥମ କୋଇଲା କମ୍ପାନୀ ଥିଲା। ୬୬ ସରଫେସ ମାଇନର୍ସମାନଙ୍କୁ ନେଇ ସବୁଠୁ ବଡ଼ କୋଇଲା କମ୍ପାନୀ ଭାବେ ଏମସିଏଲ ମୋଟ କୋଇଲା ଉତ୍ପାଦନରେ ୯୫ ପ୍ରତିଶତ ଯୋଗଦାନ ଦେଇଥାଏ।