ଭୁବନେଶ୍ବର: ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ ସାମାଜିକ ଗଣମାଧ୍ୟମ ସମ୍ମିଳନୀ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇ ଆଜିର ଯୁଗରେ ସାମାଜିକ ଗଣମାଧ୍ୟମ ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ଏହା ସହିତ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ ସୋସିଆଲ ମିଡ଼ିଆ ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ,ଏକ୍ସ, ଫେସବୁକ ଏବଂ ହ୍ବାଟସଆପ ମାଧ୍ୟମରେ ଦକ୍ଷତାର ସହ କାମ କରିବାକୁ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟରେ ଅଳକା ପ୍ରିତମ ଦାସ ସହଯୋଗ କରିଥିଲେ। ଭାରତରେ ସାମାଜିକ ଗଣମାଧ୍ୟମର ବ୍ୟବହାରରେ ଆମ୍ ଆଦ୍ମୀ ପାର୍ଟି ସର୍ବଦା ଅଗ୍ରଣୀ ଥିବାବେଳେ ଓଡ଼ିଶାରେ ମଧ୍ୟ ରାଜ୍ୟ ସାମାଜିକ ଗଣମାଧ୍ୟମ ଟିମ୍ ବେଶ୍ ଆଗୁଆ ରହିଛି । ସାମ୍ପ୍ରତିକ ସମୟରେ ଜନସାଧାରଣଙ୍କ ନିକଟରେ ପହଁଞ୍ଚିବା ପାଇଁ ସାମାଜିକ ଗଣମାଧ୍ୟମର ଏକ ପ୍ରମୁଖ ଭୂମିକା ରହିଛି। ଦେଶର ମୁଖ୍ୟ ଗଣମାଧ୍ୟମଗୁଡିକ ଜନସାଧାରଣଙ୍କ ସମସ୍ୟା ଗୁଡ଼ିକୁ ବିଶେଷ ଗୁରୁତ୍ଵ ନ ଦେଇ ରାଜନୈତିକ ଦଳ ଗୁଡିକର ମିଛ ପ୍ରଚାରରେ ଅଧିକ ମାତ୍ରାରେ ଲିପ୍ତ ରହୁଛନ୍ତି ।
ଆମ ଦଳର କାର୍ଯ୍ୟକର୍ତ୍ତା ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ଉପରେ କାମ କରିବା ସହ ସାମାଜିକ ଗଣମାଧ୍ୟମରେ ଭାଷାର ସଂଯମତା ରକ୍ଷାକରି ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିଜେପି ସରକାରଙ୍କ କୁଶାସନକୁ ଯିଏ ପ୍ରତିବାଦ କରିବ ସେମାନେ ବିଜେପିର ଶରବ୍ୟର ଶିକାର ହେବେ, କିନ୍ତୁ ଦାୟିତ୍ଵବାନ ନାଗରିକ ହିସାବରେ ଲୋକଙ୍କ ପାଖରେ ସତ୍ୟ ଓ ତୁରନ୍ତ ଖବର ପହଁଞ୍ଚାଇବାରେ ସମସ୍ତଙ୍କ ଭୂମିକା ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ରାଜ୍ୟ ସଭାପତି ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ ।
ରାଜ୍ୟ ସଂଗଠନ ସମ୍ପାଦକ କଲ୍ୟାଣ ଆନନ୍ଦ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଇତ୍ୟବସରରେ ଆପ୍ ଓଡ଼ିଶା ତରଫରୁ ସାମାଜିକ ଗଣମାଧ୍ୟମରେ ଦକ୍ଷତାର ସହ କାର୍ଯ୍ୟ କରିଥିବା ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Read English News- Drone Certification: Minister Joshi to Award DGCA-Approved Types by NTH
Union Minister for Consumer Affairs, Food and Public Distribution and New & Renewable Energy, Shri Pralhad Joshi will formally award DGCA-approved drone type certifications recommended by National Test House (NTH), Ghaziabad during an event on 10th September, 2025 in New Delhi. (CLICK HERE TO READ MORE)