Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ
ଆଜିର ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ

September 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ମୁଁ କିଏ? ମୁଁ କେଉଁଠାରୁ ଆସିଛି? ମୃତ୍ୟୁ ପରେ ମୋ ସହିତ କ’ଣ ହେବ? ଏହା ହୁଏତ ଅତ୍ୟଧିକ ଦାର୍ଶନିକ ପ୍ରଶ୍ନ ହୋଇପାରେ, କିନ୍ତୁ ଏଭଳି ପ୍ରଶ୍ନକୁ ନେଇ ଆତ୍ମଚିନ୍ତନ କଲେ ନିଜ ମନରେ ବେଶ ପରିବର୍ତନ ଆସିପାରିବ ବୋଲି କହିଛନ୍ତି ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉରକେଲାର ପୂର୍ବତନ ପ୍ରଫେସର ତଥା ଲେଖକ ପ୍ରଫେସର (ଡକ୍ଟର) କାହ୍ନୁଚରଣ ପାତ୍ର।

ଏହି ସବୁ ଦାର୍ଶନିକ ପ୍ରଶ୍ନର ଉତର ଖୋଜିବାକୁ ଯାଇ ପ୍ରଫେସର (ଡକ୍ଟର) ପାତ୍ର ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ନାମକ ଏକ ପୁସ୍ତକ ରଚନା କରିଥିବା ବେଳେ ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

ଯଦିଓ କର୍ମ ଏବଂ ମୋକ୍ଷ ଏହି ଦୁଇଟି ପ୍ରସଙ୍ଗକୁ ପୁସ୍ତକରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥି ସହିତ ଅନେକ ଗୁଡିଏ ବିସ୍ତୃତ ପ୍ରସଙ୍ଗକୁ ମଧ୍ୟ ଏହି ପୁସ୍ତକରେ ସାମିଲ କରିଛନ୍ତି ଲେଖକ। ପୁସ୍ତକଟିକୁ ଚାରି ଭାଗରେ ବିଭକ୍ତ କରାଯିବା ସହ ଜୀବନର ଅର୍ଥ ଏବଂ ମଣିଷ କିଭଳି ଭାବେ ଜୀବନ ଅତିବାହିତ କରିବା ଉଚିତ୍ ସେ ସମ୍ପର୍କରେ ଅଧିକ ବ୍ୟାଖ୍ୟା କରାଯାଇଛି ବୋଲି ପ୍ରଫେସର (ଡକ୍ଟର) ପାତ୍ର କହିଛନ୍ତି। ପୁସ୍ତକଟିକୁ ଜ୍ଞାନଯୁଗ ପ୍ରକାଶନ ପକ୍ଷରୁ ପ୍ରକାଶିତ କରାଯାଇଛି।

ପୁସ୍ତକ ଉନ୍ମୋଚନ ଅବସରରେ ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପି.କେ. ପାତ୍ର, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ପି.କେ ପାଢ଼ୀ, ପଠାଣି ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ, ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସର ପାଷ୍ଟ ପ୍ରେସିଡେଂଟ ଶ୍ରୀ ଅଶୋକ ବାସା ଏବଂ ପୁସ୍ତକର ସମ୍ପାଦକ ଶ୍ରୀ ପଂଚାନନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ ପୁସ୍ତକ ଉନ୍ମୋଚିତ ସୋଆ ପ୍ରତିଷ୍ଠାତା ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025

ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

December 4, 2025

Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

December 4, 2025

ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ

December 4, 2025
Latest News

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025

Reliance Industries Partnership: ରିଲାଏନ୍ସ ଓ ସରେ ମଧ୍ୟରେ ଦୁଝାମଣା, ଦି ହଣ୍ଡ୍ରେଡ୍’ରେ ମୁମ୍ବାଇ ଇଣ୍ଡିଆନ୍ସ

December 4, 2025

ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

December 4, 2025

Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

December 4, 2025

Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.