Categories
ଆଜିର ଖବର ରାଜ୍ୟ ଖବର

ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଦ ଇନ୍‌୍‌ଷ୍ଟିୁଚ୍ୟୁଟ୍ ଅଫ୍ ଚାର୍ଟାଡ ଆକାଉନ୍‌ଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ୍ କାଉନ୍‌ସିଲ୍ (ଇଆଇଆର୍‌ସି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ଏଠାରେ ସମ୍ବର୍ଦ୍ଧିତ କରାଯାଇଛି।

ଗତ ଅଗଷ୍ଟ ୧୭ ତାରିଖ ଦିନ ସୋଆ ପ୍ରେକ୍ଷାଳୟ ଠାରେ ଆଇସିଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଚାର୍ଟାଡ ଆକାଉନ୍‌ଟାଂଟସ୍ ମାନଙ୍କର ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ମୁଖ୍ୟ ଅତିଥି ଭାବେ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରଫେସର ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ତେଣୁ ଆଇସିଏଆଇ ପକ୍ଷରୁ କୃତଜ୍ଞତା ପୂର୍ବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ପ୍ରଫେସର (ଡ) ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଆଇସିଏଆଇ ଅନ୍ତର୍ଗତ ଇଆଇଆର୍‌ସିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଉପାଧ୍ୟକ୍ଷ ଗଗନ ବିହାରୀ ଦାସ, ସଂପାଦକ ମହେନ୍ଦ୍ର କୁମାର ସାହୁ, ବରିଷ୍ଠ ସଦସ୍ୟ ତଥା ସୋଆର ଚାର୍ଟାଡ ଆକାଉନ୍‌ଟାଂଟ ସରୋଜକାନ୍ତ ସାମଲ, ସଦସ୍ୟ ଶ୍ରୀମତି ଜାହ୍ନବୀ ଦେଓ ଓ ଜାତୀୟ ସିଏ ସମ୍ମିଳନୀର ଅର୍ଥନୈତିକ କମିଟିର ସହ-ଅଧ୍ୟକ୍ଷ ଦିଲ୍ଲୀପ ଜେନା ସୋଆ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସର୍ବୋଚ୍ଚ ଶିଖର ଆରୋହଣ କରିଥିବା ଇନ୍‌ଟର୍ଣ୍ଣଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

ଭୁବନେଶ୍ୱର: ୟୁରୋପର ସର୍ବୋଚ୍ଚ ଶିଖର ମାଉଂଟ ଏଲ୍‌ବ୍ରସ୍‌କୁ ସଫଳତାର ସହ ଆରୋହଣ କରିଥିବା ଡଃ ଆଦିତ୍ୟ ଖାଡଙ୍ଗାଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଇନ୍‌ଟର୍ଣ୍ଣ ଭାବେ ଡଃ ଖାଡଙ୍ଗା କାର୍ଯ୍ୟ କରୁଛନ୍ତି।

ଗତ ଅଗଷ୍ଟ ୧୬ ତାରିଖ ଦିନ ପ୍ରତିକୂଳ ପାଗର ସାମ୍ନା କରି ୧୮,୫୧୦ ଫୁଟ ଉଚ୍ଚତାର ଏହି ଶୃଙ୍ଗକୁ ଡଃ ଖାଡଙ୍ଗା ଆରୋହଣ କରିଥିଲେ। ଦକ୍ଷିଣ ପଶ୍ଚିମ ଋଷର କାବାର୍ଡିନୋ-ବାଲ୍‌କାରିଆ ଅଂଚଳରେ ଅବସ୍ଥିତ ମାଉଂଟ ଏଲ୍‌ବ୍ରସ୍‌ରେ ଦୁଇଟି ସୁପ୍ତ ଆଗ୍ନେୟଗିରି ରହିଛି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଡଃ ଖାଡଙ୍ଗା ପୂର୍ବରୁ ଆଫ୍ରିକାର ୧୯,୩୪୧ ଫୁଟ ଉଚ୍ଚତା ବିଶିଷ୍ଟ ସର୍ବୋଚ୍ଚ ପର୍ବତ ମାଉଂଟ କିଲିମାଞ୍ଜାରୋ ଆରୋହଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ଶିଖରରୁ ୫୦ ଫୁଟ ଦୂରତାରେ ଏହି ଉଦ୍ୟମରୁ ଓହରି ଯାଇଥିଲେ। ଆସନ୍ତା ଜାନୁଆରୀ ମାସରେ ଆର୍ଜେଂଟିନାରେ ଅବସ୍ଥିତ ୨୨,୮୩୭ ଫୁଟ ଉଚ୍ଚତାର ମାଉଂଟ ଆକୋନ୍‌କାଗୁଆ ଆରୋହଣ କରିବା ନିମନ୍ତେ ପ୍ର୍ରୟାସ କରିବାର ସେ ଯୋଜନା ରଖିଥିବା କହିଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଯୁବ ପର୍ବତାରୋହୀଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ତାଙ୍କର ଅଧିକ ସଫଳତା କାମନା କରିଥିଲେ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ରାଜେଶ ଲେଙ୍କା ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ।

ବରଗଡ଼ ଅଂଚଳର ଡଃ ଖାଡଙ୍ଗା କହିଛନ୍ତି ଯେ ଖୁବ୍ କମ୍ ବୟସରୁ ପର୍ବତାରୋହଣ ପ୍ରତି ସେ ଆକର୍ଷିତ ହୋଇଥିଲେ ଏବଂ ଏଥିପାଇଁ ସେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ସେ ନିଜର ଅନୁଭୂତି ବଖାଣି କହିଥିଲେ ଯେ ଗତ ଅଗଷ୍ଟ ୧୫ ତାରିଖ ଦିନ ବିଳମ୍ବିତ ରାତ୍ରିରେ ଅସହ୍ୟ ଶୀତରେ ଓ ମାଇନସ୍ ୨୫ ଡିଗ୍ରୀ ସେଲ୍‌ସିୟସକୁ ଖସି ଆସିଥିବା ତାପମାତ୍ରାରେ ଏଲ୍‌ବ୍ରସ୍ ଶିଖରରେ ପହଂଚିବା ପାଇଁ ବେସ କ୍ୟାମ୍ପରୁ ସେମାନଙ୍କୁ ୯ ଘଂଟା ସମୟ ଲାଗିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଏଏସ୍‌ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସମ୍ବର୍ଦ୍ଧିିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ତିନି ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଶନିବାର ସେମାନଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି।

ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ୩୦ତମ ର‌୍ୟାଙ୍କ୍ ଅଧିକାର କରିଥିବା ଶ୍ୱେତଲିନା ସାହୁ ସୋଆ କୃଷି ମହାବିଦ୍ୟାଳୟର ୨୦୧୪ -୨୦୧୭ ବ୍ୟାଚ୍ ବି.ଏସ.ସି (କୃଷି) ଛାତ୍ରୀ ଅଟନ୍ତି। ସେହିପରି ଏହି ପରୀକ୍ଷାରେ ୬୭ତମ ସ୍ଥାନ ହାସଲ କରିଥିବା ଡେସାଲିନ୍ ସେଠୀ ୨୦୧୫ – ୨୦୧୮ ବ୍ୟାଚ୍‌ର ଛାତ୍ରୀ ଏବଂ ୨୨୯ତମ ସ୍ଥାନ ଅଧିକାର କରିଥିବା ଏସ୍‌.ଡି. କିରଣ କୁମାର ୨୦୧୪ -୨୦୧୮ ବ୍ୟାଚ୍ ର ଛାତ୍ର ଅଟନ୍ତି। ଏହି ତିନି ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ନାୟକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ତିନିଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ହେବା ଅବସରରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ଉତମ ର‌୍ୟାଙ୍କ୍ ରଖିଥିବାରୁ ନିଜର ଖୁସି ବ୍ୟକ୍ତ କରିବା ସହ ଏହାର ସମସ୍ତ ଶ୍ରେୟ ସୋଆ ଏବଂ କୃଷି ମହାବିଦ୍ୟାଳୟର ଡିନ୍‌ଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦେଇଛନ୍ତି। ପରୀକ୍ଷାରେ ପ୍ରସ୍ତୁତି ନିମନ୍ତେ ସେମାନେ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଓ ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମଧ୍ୟ ସେମାନଙ୍କର ସହଯୋଗ ନିମନ୍ତେଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ତିନିଜଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କର ସଫଳତାରେ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କର ଏହି ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭାବୀ ନେତୃତ୍ୱ ନିମନ୍ତେ ସମ୍ମାନିତ ହେଲେ ସୋଆ ପ୍ରତିଷ୍ଠାତା ସଭାପତି

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭାବୀ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସମ୍ମାନିତ କରାଯାଇଛି। ଲିଙ୍କ୍‌ଡ ଇନ୍ ପକ୍ଷରୁ ଆୟୋଜିତ ତଥା ଅବ୍‌ଜରଭ୍ ନାଓ ମେଡିଆ ନେଟୱର୍କ ଓ ତେଲେଙ୍ଗାନା ସରକାରଙ୍କ ସହଭାଗିତାରେ ହାଇଦ୍ରାବାଦ ଠାରେ ଜୁଲାଇ ୨୦ରେ ଆୟୋଜିତ ଦ୍ୱିତୀୟ ଏଜୁକେସନ୍ ଲିଡର୍ସ କନ୍‌କ୍ଲେଭ୍ ଓ ଆୱାର୍ଡସ କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସେହିପରି ଆୟୋଜକଙ୍କ ପକ୍ଷରୁ ସୋଆକୁ ୨୦୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଘରୋଇ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ଏହି ଦୁଇଟି ସମ୍ମାନ ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ପ୍ରୀତମ ନାୟକ ଅବଜରଭ ନାଓର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ତାନିଆ ଟିକୁଙ୍କ ଠାରୁ ଗ୍ରହଣ କରିଥିଲେ।

ଏହି ଅବସରରେ ତେଲେଙ୍ଗାନା ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ନବୀନ ମିତଲ ଓ ଏ. କାର୍ତିକେୟ ଓ ଅବଜରଭ ନାଓର ସହ ପ୍ରତିଷ୍ଠାତା ତଥା ସିଇଓ ଜୀତ ଶର୍ମା ଉପସ୍ଥିତ ଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍ ଓ କର୍ପୋରେଟ ଜଗତରୁ ୧୦୦ ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡିଙ୍କୁ ଶିକ୍ଷାଭାରତୀ ସମ୍ମାନ

ଭୁବନେଶ୍ୱର: ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି। ଉତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସିଇଡିର ସଂସ୍ଥାପକ – ସଭାପତି ତଥା ସେଂଟ ଜାଭିଅର୍ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ପ୍ରିୟଦର୍ଶୀ ନାୟକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ଦୟାଶଙ୍କର, ମହିଳା କଲ୍ୟାଣ ଓ ଶିଶୁ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ପ୍ରତିଭା ଶୁକ୍ଳା ପ୍ରମୁଖ ଯୋଗ ଦେଇଥିଲେ।

ସିଇଡି ଅଧିନରେ ୯୬୦ଟି ସ୍କୁଲ୍ ଓ ୧୨୦୦ ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ସଦସ୍ୟ ସାମିଲ ଅଛନ୍ତି। ଏହି ଅବସରରେ ଡକ୍ଟର ପ୍ରିୟଦର୍ଶୀ ନାୟକ କହିଥିଲେ ଯେ ସିଇଡି ଜାତୀୟ ଶିକ୍ଷାନୀତିକୁ ୨୦୨୩ରେ ସଂପୂର୍ଣ୍ଣ ଲାଗୁ କରିବାକୁ ସମସ୍ତ ଉଦ୍ୟମ କରିବ। ଫଳରେ ଦେଶର ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ପାଇବା ସହ ଶିକ୍ଷାଦାତାଙ୍କୁ ଅଧିକ ସଶକ୍ତ କରାଯାଇପାରିବ। ଦେଶର ପ୍ରଗତି ପାଇଁ ଶିକ୍ଷାର ଗୁଣବତା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ। ଏହା ନ ହେଲେ ଦେଶର ଭବିଷ୍ୟତ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ।

ଡ. ପ୍ରିୟଦର୍ଶୀ ନାୟକ କହିଥିଲେ ଯେ, ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପ୍ରଗତି ନିମନ୍ତେ ବର୍ତମାନ ଯେଉଁ ସବୁ ଆହ୍ୱାନ ରହିଛି ସେ ସବୁର ଦୃଢ ମୁକାବିଲା କରିବା ଆବଶ୍ୟକ। ଏହା ଫଳରେ ଉଚ୍ଚଶିକ୍ଷାର ମାନରେ ଅଗ୍ରଗତି ଘଟିବ ଏବଂ ଦେଶ ବିଶ୍ୱ ସ୍ତରରେ ଶୀର୍ଷ ସ୍ଥାନରେ ପହଂଚିପାରିବ।

ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀଙ୍କ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି ଓ ଶିକ୍ଷାବିତ୍ ଭାଗ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଆଇଟି ଖଡ଼ଗପୁର ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍ ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ପ୍ରତିଷ୍ଠାତା ସଭାପତି ତଥା ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏଠାରେ ବୁଧବାର ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍ ସମ୍ମାନ ପ୍ରଦାନ କରାଯାଇଛି।

ଗତ ଡିସେମ୍ବର ୨୪ ତାରିଖ ଦିନ ଆଇଆଇଟି, ଖଡ଼ଗପୁରର ୬୮ ତମ ସମାବର୍ତନ ଉତ୍ସବରେ ତାଙ୍କ ଅନୁପସ୍ଥିତିରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନଜନକ ସମ୍ମାନ ପ୍ରଦାନ କରାଯାଇଥିଲା।

ବୁଧବାର ଭୁବନେଶ୍ୱର ଗସ୍ତରେ ଆସିଥିବା ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ଭି.କେ.ତିୱାରୀ ପ୍ରଫେସର (ଡକ୍ଟର) ନାୟକଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିର୍ତ କରିଛନ୍ତି।

ପ୍ରଫେସର ନାୟକ ରାଉରକେଲା ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ପୂର୍ବତନ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ)ରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି. ଟେକ୍ କରିଥିବା ବେଳେ ଆଇଆଇଟି ଖଡ଼ଗପୁରରେ କମ୍ପ୍ୟୁଟର ସାଇନ୍ସରେ ଏମ୍‌. ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅର୍ଥାତ୍ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ରୁ ପିଏଚ୍‌ଡି କରିଛନ୍ତି।

“ଆପଣ ଶିକ୍ଷା ଗ୍ରହଣ କରୁଥିବା ଅନୁଷ୍ଠାନ ଆପଣଙ୍କ ବୃତିଗତ ସଫଳତା, ଶିକ୍ଷା, ଗବେଷଣା, ଶିଳ୍ପ, ସାମାଜିକ ଏବଂ ଆନୁଷ୍ଠାନିକ ସ୍ତରରେ ଆପଣଙ୍କ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରି ନିଜକୁ ଗର୍ବିତ ଅନୁଭବ କରୁଛି” ବୋଲି ପ୍ରଫେସର ନାୟକଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

ଏହି ଅବସରରେ ପ୍ରଫେସର ନାୟକ କହିଛନ୍ତି ଯେ, ଏଭଳି ସମ୍ମାନ ଗ୍ରହଣ କରି ଆଇଆଇଟି ଖଡଗପୁର ନିକଟରେ ସେ କୃତଜ୍ଞ।

ଶ୍ରୀ ତିୱାରୀ କହିଛନ୍ତି, ଆଇଆଇଟି ଖଡଗପୁରର ଅଦ୍ୟାବଧି ପ୍ରାୟ ୭୦ ହଜାର ଆଲୁମ୍‌ନି ଦେଶ ବିଦେଶରେ ନିଜର ଉଲ୍ଲେଖନୀୟ ଯୋଗଦାନ ରଖିଛନ୍ତି। ପ୍ରଫେସର ନାୟକ ବହୁ ସଂଘର୍ଷ ସହ ଗୋଟିଏ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଆରମ୍ଭ କରି ଦେଶର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି। ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ଭାବେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଓ ଉଲ୍ଲେଖନୀୟ ଯୋଗଦାନ ଲାଗି ତାଙ୍କୁ ସମ୍ମାନିତ କରି ଅତ୍ୟନ୍ତ ଖୁସି । ତାଙ୍କର ସଂଘର୍ଷ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ। ଶିକ୍ଷା ଓ ଅନୁସନ୍ଧାନ ର ସଫଳତା ଧାରା ପ୍ରଶଂସା ଯୋଗ୍ୟ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଆଇଆଇଟି ଖଡଗ୍‌ପୁର ପକ୍ଷରୁ ସମ୍ମାନଜନକ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ୨୦୨୨ ନିମନ୍ତେ ଆଇଆଇଟି ଖଡଗପୁର ପକ୍ଷରୁ ଶନିବାର ସମ୍ମାନ ଜନକ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନରେ ସମ୍ମାନିତ କରାଯାଇଛି।

ଡିସେମ୍ବର ୨୪ ତାରିଖ ଦିନ ଆୟୋଜିତ ହୋଇଥିବା ଆଇଆଇଟି ଖଡଗପୁରର ୬୮ ତମ ସମାବର୍ତନ ଉତ୍ସବରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ଅନୁପସ୍ଥିତିରେ ସୋଆ ର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ନାୟକଙ୍କ ନିମନ୍ତେ ଏହି ସମ୍ମାନ ଗ୍ରହଣ କରିଥିଲେ।

“ଆପଣ ଶିକ୍ଷାଗ୍ରହଣ କରିଥିବା ଅନୁଷ୍ଠାନ ଆପଣଙ୍କ ବୃତିଗତ ସଫଳତା, ଶିକ୍ଷା, ଗବେଷଣା, ଶିଳ୍ପ, ସାମାଜିକ ଏବଂ ଆନୁଷ୍ଠାନିକ ସ୍ତରରେ ଆପଣଙ୍କର ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରି ନିଜକୁ ଗର୍ବିତ ଅନୁଭବ କରୁଛି” ବୋଲି ପ୍ରଫେସର ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

ଶିକ୍ଷକରୁ ଶିକ୍ଷା ଉଦ୍ୟୋଗୀ ହୋଇଥିବା ପ୍ରଫେସର ନାୟକ ରାଉରକେଲା ସ୍ଥିତ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ (ବର୍ତମାନ ର ଏନ୍‌ଆଇଟି)ରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ରେ ସ୍ନାତକ କରିଥିବାବେଳେ ଆଇଆଇଟି ଖଡଗପୁରରୁ କମ୍ପ୍ୟୁଟର ସାଇନ୍‌ସରେ ଏମ୍‌.ଟେକ୍ ଡିଗ୍ରୀ ହାସଲ କରିଥିଲେ। ପରେ ସେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ( ଓୟୁଏଟି)ରୁ ଡକ୍ଟରେଟ୍ ଡିଗ୍ରୀ ଲାଭ କରିଥିଲେ।

ପୂର୍ବରୁ ପ୍ରଫେସର ନାୟକଙ୍କୁ ଏନ୍‌ଆଇଟି, ରାଉରକେଲା ମଧ୍ୟ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନ ପ୍ରଦାନ କରିଥିଲା।

ଓୟୁଏଟି ରୁ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇବା ପରେ ସେ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠା କରି ଧିରେ ଧିରେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବୃତିଗତ ଶିକ୍ଷାନୁଷ୍ଠାନ ସ୍ଥାପନ କରିଥିଲେ। ସୋଆ ବିଶ୍ୱବିଦ୍ୟାଳୟ ଅଧିନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ଡେନ୍‌ଟାଲ ସାଇନ୍‌ସେସ୍‌, ମ୍ୟାନେଜମେଂଟ ସାଇନ୍‌ସେସ୍‌, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ନର୍ସିଂ, ଲିଗାଲ୍ ଷ୍ଟଡିଜ୍‌, ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଓ ଭେଟେରୀନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବେନ୍‌ଡାରୀ ଭଳି ଅନୁଷ୍ଠାନ ସ୍ଥାପିତ ହୋଇ ଶିକ୍ଷା ପ୍ରଦାନ କରୁଛି।

ସୋଆରେ ବିଦେଶୀ ଛାତ୍ରଙ୍କ ସମେତ ପ୍ରାୟ ୧୫,୦୦୦ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଚଳିତ ବର୍ଷ ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍ଗି ଫ୍ରେମ୍ ୱାର୍କ (ଏନ୍‌ଆଇଆରଏଫ୍‌) ୨୦୨୨ ରେ ସାରା ଦେଶରେ ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଡିଜିଟାଲ୍ ହଟ୍ ସେବା, ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ ସେବାକୁ ଅଧିକ ଡିଜିଟାଲ୍ କରିବା ସହିତ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ହଟ୍ ସେବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌ରେ ଶୁଭାରମ୍ଭ ହୋଇଛି। ଏହି ଅତ୍ୟାଧୁନିକ ଡିଜିଟାଲ୍ ହଟ୍ କେନ୍ଦ୍ରକୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ଆଜି ଉଦ୍‌ଘାଟନ କରିଛନ୍ତି।

ଏହି ଡିଜିଟାଲ୍ ହଟ୍ କେନ୍ଦ୍ର ଏକ ସ୍ୱୟଂଚାଳିତ ପ୍ରକ୍ରିୟା ଏବଂ ଏଠାରେ ଏକ ସଂଗେ ଟଙ୍କା ଉଠାଇବା, ଡିପୋଜିଟ୍ କରିବା, ପାସ୍‌ବୁକ୍‌ ଅପ୍‌ଡେଟ୍ କରିବା, ଚେକ୍ ଡିପୋଜିଟ୍ କରିବା ଏବଂ ଅନ୍‌ଲାଇନ୍ ଆକାଉଂଟ ଖୋଲିବା ନିମନ୍ତେ ୫ଟି ମେସିନ୍ ରହିଛି। ଏଥି ସହିତ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ବିଷୟରେ ସମସ୍ତ ସୂଚନା ପ୍ରଦାନ ନିମନ୍ତେ ଏକ ଟିଭି ଡିସ୍‌ପ୍ଲେର ସୁବିଧା ରହିଛି। ଏଭଳି ସେବା ଦ୍ୱାରା ଛାତ୍ରଛାତ୍ରୀମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ। ସେମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବାର ସମସ୍ତ ସୁବିଧା ସୋଆ କ୍ୟାମ୍ପସ୍‌ ପରିସରରେ ୨୪ ଘଂଟା ଉପଲବ୍ଧ ହେବ। ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଏଭଳି ସେବା ପ୍ରଦାନ ସ୍ୱାଗତ ଯୋଗ୍ୟ ବୋଲି ଏହି ଡିଜିଟାଲ ହଟ୍‌କୁ ଉଦ୍‌ଘାଟନ ସମୟରେ କହିଛନ୍ତି ପ୍ରଫେସର ନାୟକ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିବା ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ଜୋନାଲ୍ ମ୍ୟାନେଜର ଶ୍ରୀ ସଞ୍ଜୀବ ଭରଦ୍ୱାଜ ଏହି ସେବା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହା ଏକ ଅନ୍‌ଲାଇନ୍ ସେବା। ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଖୁବ୍ ଉପକୃତ ହୋଇପାରିବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଏହି ଡିଜିଟାଲ ହଟ୍ ଉଦ୍‌ଘାଟିତ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ବଲପୁର ଏବଂ ଅନ୍ୟାନ୍ୟ ଜୋନ୍‌ରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀ ଭରଦ୍ୱାଜ।

ଏହି ଅବସରରେ ପିଏନ୍‌ବିର ଭୁବନେଶ୍ୱର ସର୍କଲ୍ ହେଡ୍ ପରେଶ ଦାସ ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା କେନ୍ଦ୍ରର ସୂଚନା ଦେବା ସହ ଏଠାରେ ଦୁଇ ଜଣ କର୍ମଚାରୀ କାର୍ଯ୍ୟରତ ରହିବେ ବୋଲି କହିଛନ୍ତି। ଜଣେ ମାର୍କେଟିଂ ବିଭାଗର କର୍ମଚାରୀ କ୍ରେଡିଟ୍‌
ଏବଂ ଡେବିଟ୍ କାର୍ଡ ସେବା ପ୍ରଦାନ ନିମନ୍ତେ ଏବଂ ଅନ୍ୟ ଜଣେ କର୍ମଚାରୀ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ ନିମନ୍ତେ ନିୟୋଜିତ ରହିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ଏହି ଡିଜି ହଟ୍‌ରେ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଡିପୋଜିଟ୍ କରିବାର କ୍ଷମତା ରହିଛି। ଟଙ୍କା ଡିପୋଜିଟ୍ ହେବା ସଂଗେ ସଂଗେ ଆକାଉଂଟରେ ଏହା ପ୍ରତିଫଳିତ ହେବ ଏବଂ ମୋବାଇଲ୍‌ରେ ମେସେଜ୍ ଆସିଯିବ ବୋଲି ସୂଚନା ଦେଇଛନ୍ତି ପଞ୍ଜାବ ନ୍ୟାସ୍‌ନାଲ୍‌
ବ୍ୟାଙ୍କ ପୋଖରୀପୁଟ ଶାଖାର ସିନିୟର ମ୍ୟାନେଜର ସୌମିତ୍ରୀ ପତି।

ଏହି ଉଦ୍‌ଘାଟନୀ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଚାଟାର୍ଡ ଆକାଉଟାଂଟ ସରୋଜକାନ୍ତ ସାମଲ୍‌, ଆଇବିସିଏ୍ ଡିନ୍‌ ପ୍ରଫେସର ଅନୁପ ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପିଏନ୍‌ବିର ଏଟିଏମ୍ ଉଦ୍‌ଘାଟିତ

ଭୁବନେଶ୍ୱର: ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ (ପୋଖରୀପୁଟ ଶାଖା)ର ନବୀକରଣ କରାଯାଇଥିବା ଏଟିଏମ୍ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସୋଆ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଥିବା ଏହି ଏଟିଏମ୍‌ର ନବୀକରଣ କରାଯାଇ ଗ୍ରାହକଙ୍କ ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି।

ଏହି ନୂତନ ଏଟିଏମ୍‌ର ଉଦ୍‌ଘାଟନ ସମୟରେ ସୋଆର ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ, ପିଏନ୍‌ବି ଭୁବନେଶ୍ୱର ସର୍କଲ୍‌ର ମୁଖ୍ୟ ପରେଶ କୁମାର ଦାସ, ପୋଖରୀପୁଟ ଶାଖାର ମୁଖ୍ୟ ସୌମିତ୍ରୀ ପତି, ପୂର୍ବତନ ବ୍ରାଂଚ ମୁଖ୍ୟ ହିମାଂଶୁ ଶେଖର ମହାପାତ୍ର ଓ ସୋଆର ଚିଫ୍ ଫାଇନାନ୍ସ ଅଫିସର ସରୋଜ କାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପିଏନ୍‌ବି ଶାଖା ଓ ଏଟିଏମ୍ ପୋଖରୀପୁଟ ସମେତ ଜାଗମରା, ଖଣ୍ଡଗିରି ଧର୍ମବିହାର ଅଂଚଳର ଅନେକ ଗ୍ରାହକଙ୍କର ସେବାରେ ଉପଲବ୍ଧ ଅଟେ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ: ସୋଆ ପ୍ରତିଷ୍ଠାତା ସଭାପତି ସମ୍ମାନିତ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋରଞ୍ଜନ ନାୟକଙ୍କୁ ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ‘ଜାତି ନନ୍ଦିଘୋଷ କନକ୍ଳେଭ’ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।  ପ୍ରଫେସର ନାୟକଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ସୋଆର ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ।

ନନ୍ଦିଘୋଷ ଟିଭିର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ନନ୍ଦିଘୋଷ ଟଭି ଏକ ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମଭାବେ ସଫଳତାର ସହ କାମ କରିଚାଲିଛି। ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜବୁତ୍ କରିପାରିଛି। ଗଣତନ୍ତ୍ରରେ ମିଡିଆର ସବୁଠାରୁ ବଡ଼ ଦାୟିତ୍ୱ ହେଲା ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା କରିବା। ଲୋକଙ୍କ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ଏହି ଚ୍ୟାନେଲ ର ୧ ବର୍ଷ ପୂର୍ତ୍ତି ହୋଇ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଚ୍ୟାନେଲ ଅତିରଞ୍ଜିତ ଖବରଠାରୁ ଦୂରରେ ରହିବ, ଅପପ୍ରଚାର ବିରୋଧରେ ଲଢ଼େଇ କରିବ ଏଵଂ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ୱାର୍ଥ ବିଷୟରେ ସଚେତନତା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ଏହି କନକ୍ଳେଭରେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ‘ଜାତି ନନ୍ଦିଘୋଷ ସମ୍ମାନ’ ପ୍ରଦାନ କରାଯାଇଥିଲା।

ଏଥିସହିତ ଅଭିନେତା ସବ୍ୟସାଚୀ ମିଶ୍ର, ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ସିରାଜୁଦ୍ଦିନ କମ୍ପାନୀ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ମହମ୍ମଦ ୟୁଶା ସିରାଜୁଦ୍ଦିନ, ଏସ୍‌ଏନ୍‌ ମହାନ୍ତି ଗ୍ରୁପ୍‌ର ଏମ୍‌ଡି ପ୍ରବୋଧ ମହାନ୍ତି, ଫାଲକନ ମେରାଇନ ଏକ୍ସପର୍ଟ ଲିମିଟେଡର ଏମ୍‌ଡି ତାରା ପ୍ରସାଦ ପଟ୍ଟନାୟକ, ଅଭିନେତ୍ରୀ ବିଜୟଲକ୍ଷ୍ମୀ ପ୍ରହରାଜ, ବାର୍କର ଯୁବ ବୈଜ୍ଞାନିକ ଓମ୍ ବିବର୍ତ୍ତ, ଐତିହାସିକ ଅନୀଲ ଧୀର, ଟ୍ୱିଟର ଗାର୍ଲ ଚାରୁବାଳା ବାରିକ, ଐତିହ୍ୟ କର୍ମୀ ପ୍ରତୀକ ପଟ୍ଟନାୟକ ଓ ଉତ୍କଳିକା କତାରଙ୍କୁ ମଧ୍ୟ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି।