Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଏଏସ୍‌ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସମ୍ବର୍ଦ୍ଧିିତ
ଆଜିର ଖବର

ଓଏଏସ୍‌ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସମ୍ବର୍ଦ୍ଧିିତ

August 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ତିନି ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଶନିବାର ସେମାନଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ସମ୍ବର୍ଦ୍ଧିତ କରିଛନ୍ତି।

ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ୩୦ତମ ର‌୍ୟାଙ୍କ୍ ଅଧିକାର କରିଥିବା ଶ୍ୱେତଲିନା ସାହୁ ସୋଆ କୃଷି ମହାବିଦ୍ୟାଳୟର ୨୦୧୪ -୨୦୧୭ ବ୍ୟାଚ୍ ବି.ଏସ.ସି (କୃଷି) ଛାତ୍ରୀ ଅଟନ୍ତି। ସେହିପରି ଏହି ପରୀକ୍ଷାରେ ୬୭ତମ ସ୍ଥାନ ହାସଲ କରିଥିବା ଡେସାଲିନ୍ ସେଠୀ ୨୦୧୫ – ୨୦୧୮ ବ୍ୟାଚ୍‌ର ଛାତ୍ରୀ ଏବଂ ୨୨୯ତମ ସ୍ଥାନ ଅଧିକାର କରିଥିବା ଏସ୍‌.ଡି. କିରଣ କୁମାର ୨୦୧୪ -୨୦୧୮ ବ୍ୟାଚ୍ ର ଛାତ୍ର ଅଟନ୍ତି। ଏହି ତିନି ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ନାୟକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ତିନିଜଣ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ହେବା ଅବସରରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ଉତମ ର‌୍ୟାଙ୍କ୍ ରଖିଥିବାରୁ ନିଜର ଖୁସି ବ୍ୟକ୍ତ କରିବା ସହ ଏହାର ସମସ୍ତ ଶ୍ରେୟ ସୋଆ ଏବଂ କୃଷି ମହାବିଦ୍ୟାଳୟର ଡିନ୍‌ଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦେଇଛନ୍ତି। ପରୀକ୍ଷାରେ ପ୍ରସ୍ତୁତି ନିମନ୍ତେ ସେମାନେ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଓ ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମଧ୍ୟ ସେମାନଙ୍କର ସହଯୋଗ ନିମନ୍ତେଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ତିନିଜଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କର ସଫଳତାରେ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କର ଏହି ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି।

ଓଏଏସ୍‌ କୃଷି ମହାବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ ସୋଆ ପ୍ରତିଷ୍ଠାତା ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

October 7, 2026

ପ୍ରଶାସନିକ ସ୍ତରରେ ଅଦଳବଦଳ: ୭ ଅଧିକାରୀଙ୍କ ବଦଳି, ନବରଙ୍ଗପୁର ଓ ନୂଆପଡ଼ାକୁ ମିଳିଲେ ନୂଆ ଜିଲ୍ଲାପାଳ

October 7, 2026

ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର: ଜାଣନ୍ତୁ ମାମଲା

October 7, 2026

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026
Latest News

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

October 7, 2026

ପ୍ରଶାସନିକ ସ୍ତରରେ ଅଦଳବଦଳ: ୭ ଅଧିକାରୀଙ୍କ ବଦଳି, ନବରଙ୍ଗପୁର ଓ ନୂଆପଡ଼ାକୁ ମିଳିଲେ ନୂଆ ଜିଲ୍ଲାପାଳ

October 7, 2026

୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ: ବିକଶିତ ଭାରତ ସଂକଳ୍ପ ସହ ଦେଶବାସୀ, ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଜଣାଇଲେ ଗଭୀର କୃତଜ୍ଞତା

October 7, 2026

ରାହୁଲ ଏବଂ ପ୍ରିୟଙ୍କାଙ୍କ ବିରୋଧରେ ଏଫଆଇଆର: ଜାଣନ୍ତୁ ମାମଲା

October 7, 2026

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.