Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆର୍ଦ୍ରଭୂମି ସହର ମାନ୍ୟତା
ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସହରଗୁଡ଼ିକୁ ପୁରସ୍କୃତ କରିଛନ୍ତି। ୩ ଲକ୍ଷରୁ କମ୍‌ ଜନସଂଖ୍ୟା ବର୍ଗରେ ଓଡ଼ିଶାର ଅନୁଗୁଳ ମଧ୍ୟ ପୁରସ୍କୃତ ହୋଇଛି। ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ୧୩୦ଟି ସହରରେ ଏହି ସର୍ବେକ୍ଷଣ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୨୦ରେ ଦେଶର ୧୦୦ଟି ସହରକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ଆହ୍ୱାନ ଦେଇଥିଲେ । ଏହାପରେ ମନ୍ତ୍ରଣାଳୟ ପକ୍ଷରୁ  ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୫ରେ ୧୩ଟି ସହର ଭାଗ ନେଇଥିଲେ। ଅତ୍ୟନ୍ତ କଠୋର ଏବଂ ବହୁସ୍ତରୀୟ ମୂଲ୍ୟାଙ୍କନ ବ୍ୟବସ୍ଥା ପରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରଗୁଡ଼ିକୁ ଚୟନ କରାଯାଇଛି । ମୋଟ୍‌ ତିନୋଟି ବର୍ଗରେ ସହରଗୁଡ଼ିକୁ ଚୟନ କରାଯାଇଛି । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ଇନ୍ଦୋର ୨୦୦ରୁ ସମ୍ପୂର୍ଣ୍ଣ ୨୦୦ ଅଙ୍କ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଏହି ବର୍ଗରେ ଜବଲପୁର ଦ୍ୱିତୀୟ ଏବଂ ଆଗ୍ରା ଓ ସୁରତ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ସବୁ ସହରକୁ ଯଥାକ୍ରମେ ଦେଢ଼ କୋଟି, ୧କୋଟି ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

୩ରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ଅମରାବତୀ ପ୍ରଥମ, ଝାନସୀ ଓ ମୋରାଦାବାଦ ମିଳିତ ଭାବେ ଦ୍ୱିତୀୟ ଏବଂ ଅଲୱର ତୃତୀୟ ସ୍ଥାନ ହାସଲ କରିଛି । ପ୍ରଥମ ସ୍ଥାନରେ ଥିବା ସହରକୁ ୭୫ ଲକ୍ଷ ଏବଂ ଅନ୍ୟ ସହରଗୁଡ଼ିକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିଛି । ତୃତୀୟ ଅର୍ଥାତ୍‌ ୩ ଲକ୍ଷରୁ କମ ଜନସଂଖ୍ୟା ବର୍ଗରେ ଦେବସ, ପରୱାନୁକୁ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ମିଳିଥିବା ବେଳେ ଓଡ଼ିଶାର ଅନୁଗୁଳ ତୃତୀୟ ସ୍ଥାନ ହାସଲ କରିଛି । ଅନୁଗୁଳ ମୋଟ୍‌ ୨୦୦ ଅଙ୍କରୁ ୧୯୧ ଅଙ୍କ ଅର୍ଜନ କରିଛି । ଏହି ସହରକୁ ୧୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ଯୋଗାଇ ଦିଆଯାଇଛି । ସଡ଼କ ଭିତ୍ତିଭୂମି ଏବଂ ଜନ ସଚେତନତା କ୍ଷେତ୍ରରେ ଅନୁଗୁଳ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ସହରଗୁଡ଼ିକର ମେୟର, ଜିଲ୍ଲାପାଳ ଏବଂ ମହାନଗର କମିଶନରମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ପାଇଥିବା ସହରଗୁଡ଼ିକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ଶୁଭକାମନା ଜଣାଇଛନ୍ତି ।

ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ, ସରକାର ୧୩୦ଟି ସହରକୁ ୨୦,୧୩୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ବାୟୁ ପ୍ରଦୂଷଣ ହ୍ରାସ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ୧୩୦ଟି ସହରକୁ ବାୟୁ ଗୁଣବତ୍ତା ପ୍ରଦର୍ଶନ ସମ୍ପର୍କିତ ୧୩,୨୩୭ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ବିଭିନ୍ନ କେନ୍ଦ୍ର ସରକାରୀ ଯୋଜନାର ସମନ୍ୱୟ ଜରିଆରେ ବାୟୁ ପ୍ରଦୂଷଣ ହ୍ରାସ ଦିଗରେ ପଦକ୍ଷେପ ନିଆଯାଉଛି ।

ବାୟୁ ଗୁଣବତ୍ତା ଉନ୍ନତ କରିବା ପାଇଁ ଦୀର୍ଘସ୍ଥାୟୀ ଓ ସବୁଜ ଭିତ୍ତିଭୂମି ବିକାଶ କରିବା ଲାଗି ସରକାର ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟକ୍ରମ ମାଧ୍ୟମରେ ୭୩,୩୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନଗୁଡ଼ିକ ମଧ୍ୟ ୮୨ ହଜାର କୋଟି ଟଙ୍କାର ଯୋଗଦାନ ଦେଇଛନ୍ତି। ଫଳରେ ଏହି ୧୩୦ଟି ସହରରେ ମୋଟ ୧.୫୫ ଲକ୍ଷ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ହୋଇପାରିଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୧୩୦ଟି ମଧ୍ୟରୁ ୧୦୩ଟି ସହର ବାୟୁ ଗୁଣବତ୍ତାରେ ସୁଧାର ଆଣିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେ ୨୦୧୭-୧୮ ତୁଳନାରେ ୨୦୨୪-୨୫ରେ ପିଏମ୧୦ ସ୍ତରରେ ୨୦% ପ୍ରଦୂଷଣ ହ୍ରାସ କରିଥିବା ୬୪ଟି ସହରକୁ ଅଭିନନ୍ଦନ ଜଣାଇଥିଲେ ଏବଂ ୨୦୨୪-୨୫ ସୁଦ୍ଧା ୪୦% ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ହାସଲ କରିଥିବା ୨୫ଟି ସହରକୁ ମଧ୍ୟ ପ୍ରଶଂସା କରିଥିଲେ।

କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ଯେ ସରକାର ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସେବା ପର୍ବରେ ୭୫ କୋଟି ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ମନ୍ତ୍ରଣାଳୟ ମଧ୍ୟ ନଗର ବନ ଯୋଜନା ଅଧୀନରେ ୭୫ଟି ନଗର ବନ ବିକଶିତ କରିବାକୁ ଲକ୍ଷ୍ୟ ରଖିଛି।

ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କର ନିଷ୍ଠାପର ଉଦ୍ୟମ ଯୋଗୁ ଦେଶରେ ରାମସାର ମାନ୍ୟତାପ୍ରାପ୍ତ ଆର୍ଦ୍ରଭୂମି ସଂଖ୍ୟା ୯୧କୁ ବୃଦ୍ଧି ପାଇଛି। ୨୦୧୪ରେ ଏଗୁଡ଼ିକର ସଂଖ୍ୟା ୨୫ ଥିଲା।

ଆର୍ଦ୍ରଭୂମି ସହର ମାନ୍ୟତା ଭୂପେନ୍ଦ୍ର ଯାଦବ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.