ଭୁବନେଶ୍ଵର: ମହିଳାଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ନେଇ ଭୁବନେଶ୍ୱରରେ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପୁଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାଙ୍କ ସୁରକ୍ଷା ପାଇଁ ରଣନୀତି ପ୍ରସ୍ତୁତି, ପ୍ରଚଳିତ ଆଇନର ସଫଳ କାର୍ଯ୍ୟକାରିତା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥାକୁ ନେଇ ଆଲୋଚନା କରିଛନ୍ତି। ବିଶେଷକରି ନାରୀ ନିର୍ଯାତନା ସଂକ୍ରାନ୍ତ ଅଭିଯୋଗଗୁଡିକର ତ୍ୱରିତ ତଦନ୍ତ ଉପରେ ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି। ସାଇବର ଅପରାଧ ମୁକାବିଲା ଏବଂ ଥାନାଗୁଡିକରେ ଖାଲି ପଡିଥିବା ପଦବୀ ପୂରଣ ନେଇ ମଧ୍ୟ ଆଲୋଚନା ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଏସ୍ପି ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।