ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲରେ ଅନୁଷ୍ଠିତ ହୋଯାଇଅଛି। ଭି ଭି ଗିରି ସରକାରୀ ମହିଳା ମାଧ୍ୟମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ନାୟକ ଜିଲ୍ଲପାଳ ଭି କୀର୍ତ୍ତି ଭାସନ୍ ଓ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କମାର ପାତ୍ରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଛନ୍ତି। ସେ ଏହି ପୁରସ୍କାର ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।
ଏହି ପରିପ୍ରେକ୍ଷୀରେ ସେ ପ୍ରଶାସନକୁ କୃତଜ୍ଞତା ଜଣାଇବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡା ଓ ଅନ୍ୟାନ୍ୟ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।