Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ପୁସ୍ତକ ଆମନ୍ତ୍ରଣ
ଆଜିର ଖବର

ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ପୁସ୍ତକ ଆମନ୍ତ୍ରଣ

September 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
soa university
ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ପୁସ୍ତକ ଆମନ୍ତ୍ରଣ

ଭୁବନେଶ୍ଵର: ଓଡ଼ିଆ ସାହିତ୍ୟର ପ୍ରତିଶ୍ରୁତି ସମ୍ପନ୍ନ ଯୁବ ସାହିତ୍ୟିକଙ୍କୁ ସମ୍ମାନ ଓ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଚଳିତବର୍ଷରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ‘ସୋଆ ଯୁବ ସାହିତ୍ୟ ପୁରସ୍କାର’ ପ୍ରଦାନ ନିମନ୍ତେ ସିଦ୍ଧାନ୍ତ ନେଇଛି।

୪୦ ବର୍ଷ ବୟସ ସୀମା ମଧ୍ୟରେ ସାହିତ୍ୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଥିବା ଲେଖକ ଲେଖିକାଙ୍କର କବିତା, କଥା ସାହିତ୍ୟ, ନାଟକ ଓ ସାହିତ୍ୟ ସମାଲୋଚନା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ରଚିତ ସ୍ୱତନ୍ତ୍ର ସୃଜନଶୀଳ କାର୍ଯ୍ୟକୁ ସମ୍ମାନିତ କରାଯିବ। ଏହି ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି, ଉତରୀୟ ଏବଂ ମାନପତ୍ର ପ୍ରଦାନ କରାଯିବ।

ଏଥି ନିମନ୍ତେ ଗତ ୫ ବର୍ଷ (୨୦୨୦ଠାରୁ ୨୦୨୪) ମଧ୍ୟରେ ପ୍ରକାଶିତ ମୌଳିକ ଏବଂ ଶ୍ରେଷ୍ଠ ପୁସ୍ତକକୁ ବିଚାରକୁ ନିଆଯିବ। ଜାନୁଆରୀ ୧, ୨୦୨୫ ସୁଦ୍ଧା ଯେଉଁମାନଙ୍କ ବୟସ ୪୦ ବର୍ଷ ବା ତା’ ଠାରୁ କମ୍ ସେମାନେ ଆବେଦନ କରିପାରିବେ। ସ୍ୱୟଂ ଲେଖକ ବା ପ୍ରକାଶକ ପୁସ୍ତକ ଦାଖଲ କରିପାରିବେ। ପୁସ୍ତକର ଦୁଇଟି ପ୍ରତିଲିପି ସହିତ ଲେଖକଙ୍କ ସଂକ୍ଷିପ୍ତ ପରିଚୟ, ଜନ୍ମ ତାରିଖର ସ୍ୱ-ସ୍ୱାକ୍ଷରିତ ପ୍ରମାଣପତ୍ର (ଆଧାରକାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ବା ଭୋଟର ଆଇଡି) ପଠାଇବା ଆବଶ୍ୟକ। ପ୍ରକାଶକଙ୍କ ପକ୍ଷରୁ ପଠାଗଲେ ଲେଖକଙ୍କ ବୟସ ସ୍ଥିର କରିଥିବା ଶପଥପତ୍ର ଦେବା ଆବଶ୍ୟକ।

ଅକ୍ଟୋବର ୭, ୨୦୨୫ ସୁଦ୍ଧା ପୁସ୍ତକ ‘ପ୍ରଫେସର ଓ ମୁଖ୍ୟ, ପ୍ରାଚୀନ, ଜେ-୧୫, ଶିକ୍ଷା ଓ ଅନୁସନ୍ଧାନ, ଖଣ୍ଡଗିରି, ଭୁବନେଶ୍ୱର-୩୦, ଓଡ଼ିଶା ଠିକଣାରେ ପଠାଇବାକୁ ଆହ୍ୱାନ କରାଯାଉଛି।

ଓଡିଆ ସାହିତ୍ୟ ସୋଆ ଯୁବ ସାହିତ୍ୟ ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025

୬୯ କେଜି ଗଞ୍ଜେଇ ଜବତ, ୩ ଗିରଫ

September 10, 2025

ବାଙ୍ଗାଲୋର ୟୁନିଭର୍ସିଟିରେ ପ୍ରଶିକ୍ଷଣ ନେଲେ ନୟାଗଡ଼ ଜିଲ୍ଲାର ୫ ପ୍ରଧାନ ଶିକ୍ଷକ

September 10, 2025

ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କହିଲେ….

September 10, 2025
Latest News

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025

୬୯ କେଜି ଗଞ୍ଜେଇ ଜବତ, ୩ ଗିରଫ

September 10, 2025

ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରବାସୀ ଭାରତୀୟଙ୍କୁ କଲେ ସାକ୍ଷାତ, କହିଲେ….

September 10, 2025

ବାଙ୍ଗାଲୋର ୟୁନିଭର୍ସିଟିରେ ପ୍ରଶିକ୍ଷଣ ନେଲେ ନୟାଗଡ଼ ଜିଲ୍ଲାର ୫ ପ୍ରଧାନ ଶିକ୍ଷକ

September 10, 2025

ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କହିଲେ….

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.