ପାଟନା: ବିହାରର ରାଜଧାନୀ ପାଟନାରେ ବୁଧବାର ସନ୍ଧ୍ୟାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଚିତ୍ରଗୁପ୍ତ ନଗର ଥାନା ଅଞ୍ଚଳର ମୁନ୍ନାଚକ୍ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଅପରାଧୀମାନେ ଆରଜେଡି ନେତା ରାଜକୁମାର ରାୟ ଓରଫ ଅଲ୍ଲା ରାୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୂର୍ବାଞ୍ଚଳ ଏସପି ପରିଚୟ କୁମାର କହିଛନ୍ତି ଯେ, ମୃତକ ରାଜନୀତି ସହିତ ଜଡିତ ଥିଲେ ଏବଂ ଜମି ସମ୍ବନ୍ଧୀୟ ବ୍ୟବସାୟରେ ମଧ୍ୟ ଜଡିତ ଥିଲେ। ଘଟଣାରେ ସମ୍ପୃକ୍ତ ଦୁଇ ଅପରାଧୀଙ୍କୁ ସିସିଟିଭି ଫୁଟେଜରେ ଦେଖାଯାଇଛି। ପୋଲିସ ଘଟଣାସ୍ଥଳରୁ ୬ଟି ଖୋକା ଜବତ କରିଛି। ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।