ନୂଆଦିଲ୍ଲୀ: ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି, ଯେଉଁଥିରେ ୧୦ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏହି ଏନକାଉଣ୍ଟରରେ ୧ କୋଟି ଟଙ୍କା ପୁରସ୍କାର ରାଶି ଥିବା ନକ୍ସଲ ସିସି ସଦସ୍ୟ ବାଲକୃଷ୍ଣ ମଧ୍ୟ ନିହତ ହୋଇଛନ୍ତି। ଏସପି ନିଖିଲ ରାଖେଚା ଏହା ନିଶ୍ଚିତ କରିଛନ୍ତି।