Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତିସଂଘ ମାନବାଧିକାର ପରିଷଦରେ ସ୍ୱିଜରଲ୍ୟାଣ୍ଡକୁ ଦୃଢ଼ ଜବାବ ଦେଲା ଭାରତ
ଆଜିର ଖବର

ଜାତିସଂଘ ମାନବାଧିକାର ପରିଷଦରେ ସ୍ୱିଜରଲ୍ୟାଣ୍ଡକୁ ଦୃଢ଼ ଜବାବ ଦେଲା ଭାରତ

September 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାତିସଂଘ ମାନବାଧିକାର ପରିଷଦ
UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାର ସମ୍ପର୍କରେ ସ୍ୱିଜରଲ୍ୟାଣ୍ଡର ପ୍ରତିନିଧି ମନ୍ତବ୍ୟ ଦେବା ପରେ ଭାରତ କଡ଼ା ଜବାବ ଦେଇଛି। ‘‘ସଂଖ୍ୟାଲଘୁଙ୍କ ସୁରକ୍ଷା’’ ପାଇଁ ସ୍ୱିଜରଲ୍ୟାଣ୍ଡ ଭାରତକୁ ପରାମର୍ଶ ଦେବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦିଆଯାଇଛି। ଭାରତ ଏହି ୟୁରୋପୀୟ ଦେଶକୁ ନିଜ ମାଟିରେ ଥିବା ବ୍ୟାପକ ଭେଦଭାବ ସମସ୍ୟା ସମ୍ପର୍କରେ ସ୍ମରଣ କରାଇ ଦେଇଛି।

ଜେନେଭାସ୍ଥିତ ଜାତିସଂଘ ମାନବାଧିକାର ପରିଷଦଠାରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ଏକ ଘନିଷ୍ଠ ବନ୍ଧୁ ଏବଂ ସହଯୋଗୀ ରାଷ୍ଟ୍ର ସ୍ୱିଜରଲ୍ୟାଣ୍ଡ ଦ୍ୱାରା ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ, ତୁଚ୍ଛ ଏବଂ ଭୁଲ ସୂଚନାପୂର୍ଣ୍ଣ ମନ୍ତବ୍ୟର ମଧ୍ୟ ଜବାବ ଦେବାକୁ ଚାହୁଁଛୁ। ଯେହେତୁ ସ୍ୱିଜରଲ୍ୟାଣ୍ଡ ଜାତିସଂଘ ମାନବାଧିକାର ପରିଷଦର ଅଧ୍ୟକ୍ଷତା କରୁଛି, ସେଥିପାଇଁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭାରତର ବାସ୍ତବତା ସହ ନ୍ୟାୟ କରୁନଥିବା ଏଭଳି ମନଗଢ଼ା କାହାଣୀ କହି ପରିଷଦର ସମୟ ନଷ୍ଟ କରିବା ଉଚିତ୍‌ ନୁହେଁ। ଏହା ଅଧ୍ୟକ୍ଷତା କରୁଥିବା ଦେଶ ପାଇଁ ଅତ୍ୟନ୍ତ ଜରୁରୀ। ଏଭଳି କରିବା ପରିବର୍ତ୍ତେ ସ୍ୱିଜରଲ୍ୟାଣ୍ଡ ବର୍ଣ୍ଣବୈଷମ୍ୟ, ବ୍ୟବସ୍ଥିତ ଭେଦଭାବ ଏବଂ ବିଦେଶୀ ଦ୍ୱେଷ ଭଳି ନିଜ ଦେଶର ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ବିଶ୍ୱର ସବୁଠୁ ବଡ଼, ସର୍ବାଧିକ ବିବିଧ ଏବଂ ସକ୍ରିୟ ଗଣତନ୍ତ୍ର ରୂପରେ ଭାରତରେ ସଭ୍ୟତାଗତ ଭାବେ ବହୁଳତାବାଦ ସମାବିଷ୍ଟ ହୋଇ ରହିଛି। ତେଣୁ ସ୍ୱିଜରଲ୍ୟାଣ୍ଡର ନିଜସ୍ୱ ସମସ୍ୟା ସମାଧାନ କରିବାରେ ସହଯୋଗ କରିବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ଭାରତର ପ୍ରତିନିଧି କହିଛନ୍ତି।

ସୂଚନାଯୋଗ୍ୟ, ଜାତିସଂଘରେ ସ୍ୱିଜରଲ୍ୟାଣ୍ଡ ପ୍ରତିନିଧି ଭାରତକୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଗଣମାଧ୍ୟମର ସ୍ୱାଧୀନତାକୁ ବଜାୟ ରଖିବା ଭଳି ଅହେତୁକ ପରାମର୍ଶ ଦେବା ପରେ ଭାରତ ଏହାର ଦୃଢ଼ ପ୍ରତିକ୍ରିୟା ରଖିଛି।

ଜାତିସଂଘ ମାନବାଧିକାର ପରିଷଦ ବର୍ଣ୍ଣବୈଷମ୍ୟ ସମସ୍ୟା ଭାରତ ସ୍ୱିଜରଲ୍ୟାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.