ନୂଆଦିଲ୍ଲୀ: ସିପି ରାଧାକୃଷ୍ଣନ୍ ଦେଶର ୧୫ତମ ଉପରାଷ୍ଟ୍ରପତି ହୋଇଛନ୍ତି। ସେ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ରାଜନାଥ ସିଂହ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ଭେଙ୍କେୟା ନାଇଡୁ ଏବଂ ହମିଦ ଅନସାରୀ ଉପସ୍ଥିତ ଥିଲେ।