Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦୮ ଆମ୍ବୁଲାନ୍ସ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ
ଆଜିର ଖବର

୧୦୮ ଆମ୍ବୁଲାନ୍ସ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ
୧୦୮ ଆମ୍ବୁଲାନ୍ସ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର: ୨୦୨୫ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ୧୦୮ ଆମ୍ବୁଲାନ୍ସ ଟିମ ଭୁବନେଶ୍ୱରର ‘ବାୟୁସେନା ଚୟନ କେନ୍ଦ୍ର’ରେ ଏକ ଜରୁରୀକାଳୀନ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଗ୍ରୁପ୍ କ୍ୟାପଟେନ୍ ସଞ୍ଜୟ ପଟ୍ଟନାୟକ ଓ ୧୦୮ ଆମ୍ବୁଲାନ୍ସ ସେବାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଉପସ୍ଥିତ ଥିଲେ। ୨୦୧୩ ମାର୍ଚ୍ଚ ୫ରୁ ରାଜ୍ୟରେ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ, ଜରୁରୀକାଳୀନ ଚିକିତ୍ସା ସେବା କ୍ଷେତ୍ରରେ ଓଡ଼ିଶାବାସୀଙ୍କ ପ୍ରତି ଦେଇଆସୁଥିବା ଅବିରତ ସେବା ଓ ଏହାର କାର୍ଯ୍ୟକାରିତା ବିଷୟରେ ଅଲୋଚନା କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ର ତାଲିମ ପ୍ରାପ୍ତ ପ୍ରଶିକ୍ଷକ ପ୍ରମିତ ପ୍ରିୟଦର୍ଶନ ପଣ୍ଡା ପରିଚାଳନା କରିଥିଲେ। ସେ ବାୟୁସେନା କର୍ମଚାରୀମାନଙ୍କୁ ହୃଦ୍‌ଘାତ, ମୂର୍ଚ୍ଛା ଯିବା, ନିଶ୍ୱାସ ନେବାରେ ଅସୁବିଧା, ରକ୍ତସ୍ରାବ ନିୟନ୍ତ୍ରଣ, ସ୍ପ୍ଲିଣ୍ଟିଂ, ବ୍ୟାଣ୍ଡେଜ୍, କୀଟପତଙ୍ଗ କାମୁଡ଼ା, ପଶୁ ଆକ୍ରମଣ ଓ ସାପ କାମୁଡ଼ା ପରି ଜରୁରୀକାଳୀନ ପରିସ୍ଥିତିରେ କିପରି ଜରୁରୀକାଳିନ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ, ତାହା ସମ୍ବନ୍ଧିତ ପ୍ରାୟୋଗିକ ପ୍ରଶିକ୍ଷଣ ସହିତ କାର୍ଯକ୍ରମକୁ ଆଗକୁ ନେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ହୃଦ୍‌ଘାତ ମାମଲା ପାଇଁ ଜୀବନରକ୍ଷାକାରୀ ପ୍ରଣାଳୀ ବା କାର୍ଡିଓପଲମୋନାରୀ ରିସାସିଟେସନ୍ (ସିପିଆର) ପ୍ରଶିକ୍ଷଣ।

ଗ୍ରୁପ୍ କ୍ୟାପଟେନ୍ ସଞ୍ଜୟ ପଟ୍ଟନାୟକ ଏହି ପ୍ରଶିକ୍ଷଣ ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ଭବିଷ୍ୟତରେ ଅଧିକ କର୍ମଚାରୀଙ୍କୁ ଏହିପରି ତାଲିମ ଦେବା ପାଇଁ ନିଜ ପରିସରରେ ଏହିପରି ଏକାଧିକ କାର୍ଯ୍ୟକ୍ରମ ନିୟମିତ ଭାବରେ ଆୟୋଜନ କରିବାକୁ ଅନୁରୋଧ କରିଥିଲେ।

୧୦୮ ଆମ୍ବୁଲାନ୍ସ ସେବାର ରାଜ୍ୟ ମୁଖ୍ୟ ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ଓଡ଼ିଶାରେ ଏମ୍ରି ଗ୍ରୀନ ହେଲଥ ସର୍ଭିସେସ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ସେବା, ଜରୁରୀକାଳୀନ ସମୟରେ ନାଗରିକଙ୍କ ସେବା କ୍ଷମତା ବୃଦ୍ଧି କରିବା ଓ ସଚେତନତା ପ୍ରସାର ପାଇଁ ସଦା ପ୍ରତିବଦ୍ଧ ରହିଛି ଏବଂ ଏହି ଭଳି କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଆୟୋଜନ କରାଯାଇ ଜନସାଧାରଣମାନଙ୍କୁ ଜରୁରୀକାଳୀନ ସମୟରେ କିପରି ପ୍ରାଥମିକ ଚିକିତ୍ସାର ପ୍ରଶିକ୍ଷଣ ଦିଆଯିବ।

ଆମ୍ବୁଲାନ୍ସ ଜରୁରୀକାଳୀନ ପରିସ୍ଥିତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ହେବ ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମୋକଦ୍ଦମାର ସମାଧାନ

September 14, 2025

ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ

September 14, 2025

ମତ୍ସ୍ୟଚାଷ ପ୍ରଶିକ୍ଷଣ ଏବଂ ସଚେତନତା ଶିବିରରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

September 14, 2025

ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତ୍ତୀ ଦୀକ୍ଷିତ

September 14, 2025
Latest News

ଭୁବନେଶ୍ବରରେ ହେବ ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମୋକଦ୍ଦମାର ସମାଧାନ

September 14, 2025

ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ

September 14, 2025

୧୦୮ ଆମ୍ବୁଲାନ୍ସ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 14, 2025

ମତ୍ସ୍ୟଚାଷ ପ୍ରଶିକ୍ଷଣ ଏବଂ ସଚେତନତା ଶିବିରରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

September 14, 2025

ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତ୍ତୀ ଦୀକ୍ଷିତ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.