Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଘଚଂ ଅରଣ୍ୟର ଅଧିଷ୍ଠାତ୍ରୀ ଦେବୀ: ଗୁପ୍ତସିଂ ରୁପରେ ଦର୍ଶନ ଦେଲେ ମା’ ଖିଲାମୁଣ୍ଡା
ଆଜିର ଖବର

ନିଘଚଂ ଅରଣ୍ୟର ଅଧିଷ୍ଠାତ୍ରୀ ଦେବୀ: ଗୁପ୍ତସିଂ ରୁପରେ ଦର୍ଶନ ଦେଲେ ମା’ ଖିଲାମୁଣ୍ଡା

September 14, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରଣପୁର
ନିଘଚଂ ଅରଣ୍ୟର ଅଧିଷ୍ଠାତ୍ରୀ ଦେବୀ: ଗୁପ୍ତସିଂ ରୁପରେ ଦର୍ଶନ ଦେଲେ ମା' ଖିଲାମୁଣ୍ଡା

ରଣପୁର: ରଣପୁର ସଂରକ୍ଷିତ ଜଙ୍ଗଲ ବନ୍ଧମୁଣ୍ଡା ପଞ୍ଚାୟତରେ ରାଅଁଳା ଗ୍ରାମର ନିଘଚଂ ବଣ ପାହାଡ ଘେରା ଜଙ୍ଗଲ ମଧ୍ୟରେ ପୂଜା ପାଉଥିବା ମା ଖିଲାମୁଣ୍ଡା ଙ୍କ ୧୬ ଦିନର ଯାତ୍ରା ଆଜିଠୁ ଆରମ୍ବ ହୋଇଛି। ପ୍ରତିବର୍ଷ ମା ଆଶ୍ୱନମାସ ରେ ୧୬ ଦିନ ପାଇଁ ମା ଖିଲାମୁଣ୍ଡା ରଣପୁର ରାଜବାଟିକୁ ଆସି ଦଶହରା ଦିନ ଫୁଣି ଫେରିଯିବେ। ଚଳିତ ବର୍ଷ ମା ବୁଢାବୁଢି ରୁପରେ ଦର୍ଶନ ଦେଲେ ବୋଲି ଜଣାଇଛନ୍ତି। ପ୍ରତିବର୍ଷ ମାଙ୍କ ଆଗମନରେ ହଜାର ହଜାର ଲୋକ ଦୁର୍ଗମ ପଥ ଅତିକ୍ରମ କରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ମାଙ୍କ ପିଠରେ ରୁଣ୍ଡ ହୋଇଥିଲେ। ଗତକକାଲି ରାତି ୯ଟାରେ ରାଜପ୍ରସାଦରୁ ମା ଖିଲାମୁଣ୍ଡା ଙ୍କୁ ଆଣିବା ପାଇଁ ବାହାରିଥିଲେ। ଦୀର୍ଘ ୩୦୦ ବର୍ଷ ଧରି ମା ଖିଲାମୁଣ୍ଡା ରାଆଁଳା ରୁ ରଣପୁର ରାଜ ପ୍ରସାଦ କୁ ଆସୁଥିବା ଜଣାଯାଇଛି।

ଆଜି ବିଧିମୁତାବକ ପୂଜା ପାଠ ପରେ ମା ସବାର ହୋଇଥିଲେ। ପରେ ସେଠାରେ ପଡିଥିବା ଗୁହାରିଆ ମାନଙ୍କୁ ଉଠାଇବା ପରେ ଏକ ବିରାଟ ବାଉଁଶ ଦଣ୍ଡରେ ଝୁଲି ପଡିଥିଲେ। ଅପରାହ୍ନ ୧ ଟାରେ ରାଜ ପ୍ରସାଦ କର୍ମଚାରୀ ମାନେ ମା ଙ୍କୁ ସାଙ୍ଗରେ ଧରି ରଣପୁର ଅଭିମୁଖେ ଯାତ୍ରା ଆରମ୍ବ କରିଥିଲେ।

ରଣପୁର ଠାରୁ ୨୫ କିମି ଦୂର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବଣ ପାହାଡ ଘେରା ଦୂର୍ଗମ ଅଚଂଳରେ ଅପୂର୍ବ ପ୍ରାକୃତିକ ପରିବେଶରେ ମା ଖିଲାମୁଣ୍ଡା ପୂଜା ପାଆନ୍ତି। ପ୍ରତି ବର୍ଷ ୧୬ ଦିନ ପାଇଁ ରଣପୁର ରାଜ ପ୍ରସାଦ କୁ ମା ଆସନ୍ତି ଓ ପୂଜା ପାଆନ୍ତି । ଦ୍ୱିତୀୟା ଓଷା ପୂର୍ବ ଦିନ ସ୍ଥାନୀୟ ରାଜ ପ୍ରସାଦ କର୍ମ ଚାରି ମାନେ ରାଜବାଟି ପରିସରରେ ଥିବା ଏକ ବିରାଟ ବାଉଁଶ ଖଣ୍ଡ କୁ ରାଅଁଳ ଅଭି ମୁଖେ ନେଇଥାନ୍ତି। ଖିଲାମୁଣ୍ଡା ପୀଠକୁ ବାଉଁଶ ଖଣ୍ଡ ନେଇ ସେଠାରେ ପୂଜା ପାଠ କଲାପରେ କାଳେସୀ ସବାର ହୋଇଥାଏ। ପ୍ରଥମେ ଦେଶ ଓ ରାଜ୍ୟର ସାଂଫ୍ରତିକ ସ୍ଥିତି କିଭଳି ରହିବ ବୋଲି ମତନେଇଥାନ୍ତି। ଖିଲାମୁଣ୍ଡା ସେଠାରେ ବୁଢା ବୁଢୀ , ପୁଅ ପାତିଆକାର , ବୋହୁ ଗୁପତସିଂ ନାମରେ ରହିଥାନ୍ତି। ଯଦି ସେହି ବର୍ଷ ଠାକୁର ବୁଢା ବୁଢୀ ରୁପରେ ଦର୍ଶନ ଦେବେ ସେହି ବର୍ଷ ଭଲ ଫସଲ ହେବବୋଲି ବିଶ୍ୱାସ ରହିଛି।

ଚଳିତ ବର୍ଷ ମା ଗୁପ୍ତସିଂ ରୂପରେ ଦର୍ଶନ ଦେଲେ ବୋଲି ଜଣାଯାଇଛି। ଚଳିତ ବର୍ଷ ଫସଲ ଅଧା ହେବ ବୋଲି କାଳସି କାହିଛନ୍ତି। ଆଜି ରଣପୁର ଅଚଂଳରେ ୍ୱ ଭକ୍ତ ମାନେ ନିଘଚଂ ମାଳ ଭିତରକୁ ଯାଇ ମା ଙ୍କ ମନ୍ଦିର ପାଖେ ରୁଣ୍ଡ ହୋଇଥିଲେ। ହରିବୋଲ, ହୁଳହୁଳିରେ ମା ଙ୍କ ମନ୍ଦିର ପରିସର ଏକ ଭକ୍ତମୟ ପରିବେଶ ସୃଷ୍ଟି ହୋଇଥିଲା। ମା ଜଙ୍ଗଲ ମଧ୍ୟରୁ ଆସୁଥିବାରୁ ସେହି ରାସ୍ଥାରେ ପଡୁଥିବା ଗ୍ରାମ ବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ପ୍ରତି ଛକ ସ୍ଥାନରେ ଗ୍ରାମ ବାସୀମାନେ ଧୁଆଲିପା କରିବା ସହ ମାଙ୍କ ପାଇଁ ଭୋଗ ଲଗାଇଥିବା ଦେଖିବାକୁ ମିଳିଛି।

ଆଜି ସନ୍ଧ୍ୟାରେ ମା ବ୍ଲକ ନିକଟସ୍ଥ ବାଳମୁକୁଳି ଠାକୁରାଣୀ ଙ୍କ ପାଖରେ ପହଚିଂବା ପରେ ରାଜପ୍ରସାଦରୁ ରାଜା ଦିଲ୍ଲିପ ଚନ୍ଦ୍ର ସିଂହଦେଓ , ରାଜପୁତ କୌଶିକ ସିଂହଦେଓ ଓ ଅନ୍ୟାନ କର୍ମଚାରି ମାନେ ଯାଇ ସେଠାରେ ପୂଜାପାଠ କଲାପରେ ମାଙ୍କୁ ନିମନ୍ତ୍ର୍ରଣ କରି ପାଛୋଟି ଆଣିଥିଲେ। ସେହିପରି ରଣପୁର ଅଚଂଳରେ ହଜାର ହଜାର ମା ଙ୍କ ଭକ୍ତ ଉପବାସ ରେ ରହି ମା ଙ୍କ ଦର୍ଶନ କଲେ ଜଳ ଗ୍ରହଣ କରିବେ ବୋଲି ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ବିଧି ଅନୁଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ମହାପ୍ରସାଦ ମା ଖିଲାମୁଣ୍ଡା ଙ୍କୁ ଅର୍ପଣ କରାଯାଇଛି। କିମ୍ବଦନ୍ତିରୁ ଜଣାଯାଏ ରଣପୁର ତତ୍‌କାଳୀନ ରାଜା ନାରାୟଣସିଂହ ନରେନ୍ଦ୍ର ଙ୍କ ରାଜତ୍ୱ କଲାବେଳେ (୧୬୭୫-୧୬୯୧) ମଧ୍ୟରେ ପୁରୀର ତତ୍କାଲିନ ଗଜପତି ରଣପୁର ଆକ୍ରମଣକରି ରାଜ୍ୟ ଅଧିକାର କଲେ। ଭୟରେ ଯୁବରାଜ ନାରାୟଣ ଶଙ୍ଖ ଯୋଡି ମାଳ ମଧ୍ୟରେ ଆତ୍ମ ଗୋପନ କରିଥିଲେ।

ପୁରୀ ଗଜପତି ଙ୍କ ଲୋକମାନେ ରଣପୁର ନିକଟସ୍ଥ ରାଜନଗଡରେ କ୍ୟମ୍ପ ପକାଇ ୭ ବର୍ଷ କାଳ ରଣପୁର ଶାସନ କରିଥିଲେ। ସାତ ବର୍ଷ ଧରି ରଣପୁର ରେ ଚାଲିଲା ଅତ୍ୟାଚାର ଲୁଣ୍ଠନ। ଏତିକିରେବି ଅତ୍ୟାଚାର ଓ ଲୁଣ୍ଠନ ସରିନଥିଲା। ରଣପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ପ୍ରସିଦ୍ଧ ସିହଂ ୨ଟିକୁ ପୁରୀ ସ୍ଥାନାନ୍ତର କରିବାକୁ ଯୋଜନା କରି ବିଫଳ ହୋଇଥିଲେ ଗଜପତି ଙ୍କ ଲୋକମାନେ। ପୁରୀ ଗଜପତିଙ୍କ ଲୋକମାନ ଙ୍କ ଭୟରେ ଯୁବରାଜ ନାରାୟଣ ଶଙ୍ଖ ଯୋଡିରେ ଲୁଚି ରହିଲେ ଓ ସେଠାରେ ଅଧିବାସୀଙ୍କ ଠାରୁ ଖିଲାମୁଣ୍ଡା ଙ୍କ ମହିମା ବିଷୟରେ ଜାଣି ମା ଙ୍କ ଆଶ୍ରିତ ହେଲେ ପରେ ମା ଙ୍କ ପୂଜା ପାଠ କରି ସରଣାପ୍ନ ହେଲାପରେ ପୁରୀ ଗଜପତୀଙ୍କୁ ପରାସ୍ତ କରି ରଣପୁର ରାଜ୍ୟ ପୁଣି ଫେରିପାଇଥିଲେ। ସେହିଦିନଠାରୁ ଦୀର୍ଘ ୩୦୦ ବର୍ଷ ରୁ ଉଦ୍ଧ ଧରି ପ୍ରତିବର୍ଷ ମା ୧୬ ଦିନ ପଇଁ ରାଜପ୍ରସାଦରେ ଦର୍ଷନ ଦେଉଥିବା ଜଣାଯାଇଛି।

ଗୁପ୍ତସିଂ ରୁପ ମା' ଖିଲାମୁଣ୍ଡା ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ: ଥରିଲା ବଙ୍ଗଳା ଏବଂ ଭୁଟାନ

September 14, 2025

ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ସମସ୍ତ ଭାଷାକୁ ସମୃଦ୍ଧ କରିବାକୁ ଆହ୍ୱାନ

September 14, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ଅବଦଳବଦଳ ନେଇ ଆସିଲା ବଡ ଖବର, ପ୍ରଭାରୀଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

September 14, 2025

“ଗର୍ଭ ଧାରଣ ସମୟରେ ଅଧିକ ବିପଦ” ପ୍ରସଙ୍ଗକୁ ସିଏମ୍‌ଇ ଆୟୋଜିତ

September 14, 2025
Latest News

ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ: ଥରିଲା ବଙ୍ଗଳା ଏବଂ ଭୁଟାନ

September 14, 2025

ଅଷ୍ଟମ ରାଜ୍ୟ ମହସଭା ପାଇଁ ପ୍ରସ୍ତୁତି ବୈଠକ

September 14, 2025

ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ସମସ୍ତ ଭାଷାକୁ ସମୃଦ୍ଧ କରିବାକୁ ଆହ୍ୱାନ

September 14, 2025

ନିଘଚଂ ଅରଣ୍ୟର ଅଧିଷ୍ଠାତ୍ରୀ ଦେବୀ: ଗୁପ୍ତସିଂ ରୁପରେ ଦର୍ଶନ ଦେଲେ ମା’ ଖିଲାମୁଣ୍ଡା

September 14, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ଅବଦଳବଦଳ ନେଇ ଆସିଲା ବଡ ଖବର, ପ୍ରଭାରୀଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.