Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ -୨୦୨୫ ଅନୁଷ୍ଠିତ
ଆଜିର ଖବର

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ -୨୦୨୫ ଅନୁଷ୍ଠିତ

September 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ -୨୦୨୫
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ -୨୦୨୫ ଅନୁଷ୍ଠିତ

ଖୋର୍ଦ୍ଧା/ରଣପୁର: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ସଭାଗୃହରେ ରାଜ୍ ୟୁଥ୍ ଫାଉଣ୍ଡେସନ, ରାଜସୁନାଖଳା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ଓ ପ୍ରତିଭା ସମ୍ମାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା ପରିଷଦର ସଭାପତି ଦେବାଶିଷ ପଟ୍ଟନାୟକ, ଉଦଘାଟକ ଭାବେ ଫ୍ରେଣ୍ଡସ କ୍ଳବ ମୁଖ୍ୟ ତଥା ପ୍ରତିଷ୍ଠାତା ପୂର୍ଣ୍ଣ ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ ସିପିଆଇଏମ ନେତା ସୁରେଶ କୁମାର ସ୍ୱାଇଁ, ସମ୍ମାନୀତ ବକ୍ତା ଭାବେ ରାଜସୁନାଖଳା ଜୋନ୍ ଜିଲ୍ଲା ପରିଷଦ ଭୁବନେଶ୍ୱରୀ ସାହୁ, ସମ୍ମାନିତ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ବାସୁଦେବ ସାହୁ, ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ନାୟକ, ପୂର୍ବତନ ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ, ମହାବୀର ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ସଭାପତି ଶିଶିର କୁମାର ସାହୁ, ବରିଷ୍ଟ ଆଇନଜୀବି ଲୋତକବିନ୍ଦୁ ପଟ୍ଟନାୟକ ଓ ରାଜ୍ ୟୁଥ୍ ଫାଉଣ୍ଡେସନ ସାଂସ୍କୃତିକ ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ନାୟକ, ସହ ସମ୍ପାଦକ ଦିଲ୍ଲୀପ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

ଏହି ସଭାକାର୍ଯ୍ୟକୁ ରାଜ୍ ୟୁଥ୍ ଫାଉଣ୍ଡେସନର ସାଧାରଣ ସମ୍ପାଦକ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ରାଜ୍ ୟୁଥ୍ ଫାଉଣ୍ଡେସନର ସଭାପତି ବଲ୍ଲଭ ପ୍ରଧାନ ସଂଯୋଜନା କରିଥିଲେ। ଓଡିଶାରେ ବିକାଶରେ ବୁଦ୍ଧିଜୀବି ସମାଜର ଭୂମିକା ସମ୍ପର୍କରେ ବିଷୟରେ ଓ ରାଜସୁନାଖଳା ଅଂଚଳକୁ ନେଇ ଏନ୍.ଏ.ସି ଘୋଷଣା ଦାବୀ ନେଇ ଅହରହ ସଂଗ୍ରାମ ଜାରୀ ରଖିଛି ରାଜ୍ ୟୁଥ୍ ଫାଉଣ୍ଡେସନ ଓ ଏଥିନେଇ ରାଜସୁନାଖଳାକୁ ଏନ୍.ଏ.ସି ଘୋଷଣା ନେଇ ଫାଉଣ୍ଡେସନ ସର୍ବ ପ୍ରଥମେ ରାଜସୁନାଖଳା ଠାରେ “ସାମ୍ବାଦିକ ସମ୍ମିଳନୀ” କରିଥିବା ବେଳେ ଆଗାମୀ ଦିନରେ ରଣପୁର ବ୍ଲକକୁ ମଧ୍ୟ ଘେରାଉ କରାଯିବ ବୋଲି ରାଜ୍ ୟୁଥ୍ ଫାଉଣ୍ଡେସନର ସାଧାରଣ ସମ୍ପାଦକ ରାଜିବ ଲୋଚନ ପ୍ରଧାନ ବିସ୍ତୃତ ଭାବେ ଆଲୋଚନା କରିବା ସହ ଚେତାବନୀ ମଧ୍ୟ ଦେଇଥିଲେ। ଏହି ରାଜ୍ ୟୁଥ୍ ଫାଉଣ୍ଡେସନ ସର୍ବଦା ଅବହେଳିତଙ୍କ ସ୍ୱର ହୋଇ କାର୍ଯ୍ୟ କରୁଅଛି ଓ ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ୨୦୨୫ ମସିହାରୁ ଜନ୍ମିତ ରାଜ୍ ୟୁଥ୍ ଫାଉଣ୍ଡେସନ ପକୃତି, ସଂସ୍କୃତି, ମାନବିକ ଅଧିକାର ସୁରକ୍ଷା ଓ ଯୁବ ସମାଜର ବିକାଶ କ୍ଷେତ୍ରରେ ସମଗ୍ର ଓଡିଶାରେ କାର୍ଯ୍ୟ କରିଆସୁଅଛି।  ଏବେ ଏହି ସଂଗଠନ କେବଳ ରାଜସୁନାଖଳା ଅଂଚଳରେ ସୀମିତ ନରହି ସମଗ୍ର ଓଡିଶାରେ କାର୍ଯ୍ୟକରୁ ବୋଲି ମୁଖ୍ୟ ଅତିଥି ଶ୍ରୀ ଦେବାଶିଷ ପଟ୍ଟନାୟକ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଦୀପ ନାୟକ ଓ ପ୍ରଦୀପ୍ତ ମହାପାତ୍ର ନିଖୁଣ ସଂଗୀତ କାର୍ଯ୍ୟକ୍ରମ ତାଙ୍କ ଟିମ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ ସଂଗୀତ କଳା ପ୍ରଦର୍ଶନ କରିଥିଲେ। ଏଥିରେ ବିଭିନ୍ନ ବୁଦ୍ଧିଜୀବି , ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା ତତସହିତ ଚଳିତବର୍ଷ ଶ୍ରୀ ଗଣେଶ ପୂଜା ଉତ୍ସବ ଓ ସାମୁହିକ ଭାସାଣି ଶାନ୍ତିପୂର୍ଣ୍ଣ ନେଇ ରାଜସୁନାଖଳା ଏହାର ପାଖ ଅଞ୍ଚଳର ନେଇ ସମସ୍ତ ୧୫ ଯୁବକ ସଂଘଙ୍କୁ ସମ୍ମାନୀତ କରାଯିବା ସହ ସୁନ୍ଦର ପ୍ରଶସନ, ବାଜା ଓ ମୂର୍ତ୍ତିକୁ ନେଇ ନୃସିଂହପୁର ଟାଙ୍ଗୀସାହିର “ରଘୁନାଥ ଯୁବକ ସଂଘ”କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାର ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତିଙ୍କ ସହ ଫାଉଣ୍ଡେସନର ସଦସ୍ୟ ପ୍ରମୋଦ ରଗଡ, ସୁଶାନ୍ତ ନାୟକ, ଧନେଶ୍ୱର ମଲ୍ଲିକ, ନିରଞ୍ଜନ ସେଠୀ, ରାକେଶ ଚନ୍ଦ୍ର ପାଢ଼ୀ, ସ୍ଵପ୍ନେଶ୍ଵର ବରାଡ଼ ଯୋଗ ଦେଇଥିଲେ।

ପ୍ରତିଭା ସମ୍ମାନ -୨୦୨୫ ବୁଦ୍ଧିଜୀବି ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ହ୍ରାସ: ଯାଞ୍ଚ କରନ୍ତୁ ଆଜିର ଦର

September 29, 2026

ଭଣଜା ଆଖି ଆଗରେ ମାମୁଙ୍କୁ ଗୁଳି, ସାମାନ୍ୟ ବଚସାରୁ କଣ୍ଟାମାଳରେ ଘଟିଲା ସାଂଘାତିକ ଘଟଣା

September 29, 2026

CEC ଜ୍ଞାନେଶ କୁମାର ଓ SIR କୁ ନେଇ ଦେଶରେ ଉତ୍ତାପ: ବିରୋଧୀଙ୍କ ଆକ୍ରମଣ ଭିତରେ ବିଜେପି-ଜେଡିୟୁର ପଲଟା ଜବାବ

September 29, 2026

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026
Latest News

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ହ୍ରାସ: ଯାଞ୍ଚ କରନ୍ତୁ ଆଜିର ଦର

September 29, 2026

ଭଣଜା ଆଖି ଆଗରେ ମାମୁଙ୍କୁ ଗୁଳି, ସାମାନ୍ୟ ବଚସାରୁ କଣ୍ଟାମାଳରେ ଘଟିଲା ସାଂଘାତିକ ଘଟଣା

September 29, 2026

ପ୍ରତ୍ୟେକ UPI ପେମେଣ୍ଟରୁ ସରକାର କେତେ ରୋଜଗାର କରନ୍ତି? ଜାଣନ୍ତୁ MDR ଓ ଏହାର ସମ୍ପୂର୍ଣ୍ଣ ଆର୍ଥିକ ହିସାବ

September 29, 2026

CEC ଜ୍ଞାନେଶ କୁମାର ଓ SIR କୁ ନେଇ ଦେଶରେ ଉତ୍ତାପ: ବିରୋଧୀଙ୍କ ଆକ୍ରମଣ ଭିତରେ ବିଜେପି-ଜେଡିୟୁର ପଲଟା ଜବାବ

September 29, 2026

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.