Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରରେ “ସ୍ଵଚ୍ଛତା ହିଁ ସେବା- ୨୦୨୫” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ସମ୍ବଲପୁରରେ “ସ୍ଵଚ୍ଛତା ହିଁ ସେବା- ୨୦୨୫” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁର
ସମ୍ବଲପୁରରେ “ସ୍ଵଚ୍ଛତା ହିଁ ସେବା- ୨୦୨୫” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଏବଂ ଆଗାମୀ ପାର୍ବଣ ଋତୁରେ ସ୍ୱଚ୍ଛତାକୁ ଅଧିକ ଦୃଷ୍ଟି ଦେବା । ପର୍ବପର୍ବାଣୀ ଭଳି ଆନନ୍ଦ ଓ ଉତ୍ସାହର ସହ ସ୍ୱଚ୍ଛତା ପର୍ବ ପାଳିବା ସହ ଆମ ସହରକୁ ସ୍ୱଚ୍ଛ ସହରରେ ପରିଣତ କରିବାର ସଂକଳ୍ପ ନେବାକୁ ସମ୍ବଲପୁରବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ସମ୍ବଲପୁର କ୍ଷେତରାଜପୁରରେ ‘ସମ୍ବଲପୁର ମହାନଗର ନିଗମ’ ପକ୍ଷରୁ ଆୟୋଜିତ “ସ୍ଵଚ୍ଛତା ହିଁ ସେବା- ୨୦୨୫” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ଥାନୀୟ ସ୍ୱଚ୍ଛ ସାଥୀମାନଙ୍କୁ ସମ୍ମାନିତ କରିଥିଲେ ଶ୍ରୀ ପ୍ରଧାନ । ସ୍ୱଚ୍ଛ, ସୁନ୍ଦର ଓ ସବୁଜ ସମ୍ବଲପୁର ଗଢ଼ିବାର ଉଦ୍ୟମକୁ ପ୍ରଶଂସା କରିବା ସହ ସେ କହିଛନ୍ତି ଯେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ‘ସେବା ପକ୍ଷ’ ପାଳନର ପ୍ରସ୍ତୁତି ପୂର୍ବରୁ ଆଜି ସମ୍ବଲପୁରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ସ୍ୱଚ୍ଛ ସର୍ବେକ୍ଷଣରେ ସମ୍ବଲପୁର ପୂର୍ବବର୍ଷ ଅପେକ୍ଷା ଅପେକ୍ଷା କୃତ ଭଲ ପ୍ରଦର୍ଶନ କରିଛି । କେବଳ ଦାୟିତ୍ଵରେ ଥିବା ଲୋକମାନେ ସ୍ୱଚ୍ଛତା ରଖିଲେ ହେବ ନାହିଁ ବରଂ ସମ୍ବଲପୁର ଲୋକଙ୍କୁ ସ୍ୱଚ୍ଛତାରେ ସଂସ୍କାର ଆଣିବାକୁ ପଡ଼ିବ । ସବୁ ପର୍ବପର୍ବଣୀକୁ ଯେପରି ଭାବରେ ଆମେ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି ସେଇ ଭଳି ଭାବେ ଆମକୁ ସହରକୁ ସ୍ୱଚ୍ଛ କରିବାକୁ ପଡ଼ିବ। ସମାଜକୁ ସ୍ୱଚ୍ଛ ଓ ସୁନ୍ଦର ରଖିଲେ ହିଁ ସମାଜ ସୁସ୍ଥ ହେବ ।

ମ୍ବଲପୁରରେ ସ୍ୱଚ୍ଛତା ଦାୟିତ୍ୱରେ ଥିବା କର୍ମଚାରୀ ଭାଇ ଭଉଣୀମାନେ, ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟବସାୟିକ ସଂଗଠନକୁ ସାଧୁବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସ୍ଵଚ୍ଛ ରଖୁଥିବା ସାଥୀମାନଙ୍କୁ ଉତ୍ସାହିତ କରିବା ସହ ନିରୋଗ ଜୀବନ ପାଇଁ ସ୍ଵଚ୍ଛତାକୁ ଆପଣାଇବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହ୍ୱାନ କରିଛନ୍ତି। ଏହି ଅବସରରେ ସମ୍ବଲପୁରକୁ ଆବର୍ଜନା ମୁକ୍ତ କରିବା ସହ ସ୍ୱଚ୍ଛ ରଖିବା ପାଇଁ ସମବେତ ଜନସାଧାରଣ ଶପଥ ପାଠ କରିଥିଲେ । ସ୍ୱଚ୍ଛ ସମ୍ବଲପୁର ପାଇଁ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସ୍ଵଚ୍ଛତା ହିଁ ସେବା- ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.