ଭୁବନେଶ୍ଵର: ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଭାରତକୁ ଏକ ବ୍ୟବସ୍ଥିତ ଏବଂ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଏହା ପ୍ରମୁଖ ଭୂମିକା ନେବ ବୋଲି ସୋଆ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ଏକ ରାଷ୍ଟ୍ର ଏକ ନିର୍ବାଚନ ଆଲୋଚନାଚକ୍ରରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ କହିଛନ୍ତି।