The Samikhsya Desk: ଏକ ନ୍ୟୁଡ ପାର୍ଟି ବା ଲଙ୍ଗଳା ପାର୍ଟି ଆୟୋଜିତ ହେବ। ଏକ ଗୁପ୍ତ ଫାର୍ମ ହାଉସରେ ଏହା କରାଯିବ। ଯେଉଁମାନେ ଯୋଗଦେବେ ସେମାନେ ଚାଳିଶ ହଜାର ଟଙ୍କା ଦେବାକୁ ପଡିବ। ଏହିପରି ଏକ କ୍ୟାମ୍ପନ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ ରେ ଚାଲିଥିଲା। ପୋଲିସକୁ ଖବର ମିଳିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଏଥିରେ ପୋଲିସ ସାତ ଜଣ ଅଭିଯୁକ୍ତଙ୍କୁ ବାନ୍ଧିବାରେ ସକ୍ଷମ ହୋଇଛି।
ଏହି ଘଟଣାଟି ଘଟିଛି ଛତିଶଗଡ ରାଜଧାନୀ ରାୟପୁରରେ। ସେଠାରେ କେତେକ ଯୁବ ଗୋଷ୍ଠୀ ଇନଷ୍ଟାଗ୍ରାମରେ ଏକ ମେସେଜ ଛାଡିଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ, ରାୟପୁରର ଏକ ଗୁପ୍ତ ଫାର୍ମ ହାଉସରେ ନ୍ୟୁଡ ପାର୍ଟି ଆୟୋଜିତ ହେବ। ଏଥିରେ ଯିଏ ଯୋଗଦେବେ ସେମାନଙ୍କୁ ଜଣଙ୍କ ପିଛା 40 ହଜାର ଟଙ୍କା ଏବଂ କପୁଲ ଆସିଲେ ଲକ୍ଷେ ଟଙ୍କା ଦେବାକୁ ପଡିବ ବୋଲି ଉଲ୍ଲେଖ କରାଯାଇଥିଲା।
ସେତିକି ନୁହେଁ ଏଥିରେ କୁହାଯାଇଥିଲା ଯେ, ଯେଉଁମାନେ ଭାଗ ନେବେ ସେମାନେ କୌଣସି ବସ୍ତ୍ର ପିନ୍ଧି ପାରିବେ ନାହିଁ। ଅର୍ଥାତ ସଂପୂର୍ଣ୍ଣ ଉଲଗ୍ନ ହୋଇ ଭାଗ ନେବାକୁ ପଡିବ। ଏଥିସହିତ ଏହି ପାର୍ଟିରେ ବଲିଉଡର ନାମୀଦାମୀ କଳାକାର ଯୋଗଦେବେ ବୋଲି ମଧ୍ୟ ଉଲ୍ଲେଖ କରାଯାଇଥିଲା।
ଏପରି ଖବର ପ୍ରଚାରିତ ହେବା ପରେ ରାୟପୁର ପୋଲିସର ମୁଣ୍ଡ ବଥା ଆରମ୍ଭ ହୋଇଯାଇଥିଲା। ସେ ବିଭିନ୍ନ ମୋବାଇଲ ନମ୍ବର ଟ୍ରାକ କରି ଦୁଇ ଜଣଙ୍କ ପାଖରେ ପହଞ୍ଚିପାରିଥିଲେ। ସେମାନଙ୍କୁ ଧରିବା ପରେ ଏଥିରେ ଆଉ ଅନ୍ୟମାନେ ଧରାପଡିଥିଲେ। ଫଳରେ ପୋଲିସ ବର୍ତ୍ତମାନ ସାତ ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି।
( ବିଦ୍ର-ଏଥିରେ ଥିବା ଫଟୋଟି ରାୟପୁର ପୋଲିସ ଦ୍ବାରା ଜାରୀ କରାଯାଇଛି)
Read More- Bharat Gaurav Train to Four Jyotirlingas & Statue of Unity; Know Here Details