ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଚିକିଟି ନୁଆ ଗାଁ ଥାନା ଅର୍ନ୍ତଗତ ଲିଆଖାଇ ଗ୍ରାମର ଅମିତ୍ କୁମାର ପ୍ରଧାନ ନାମକ ଜଣେ ଯୁବକ ଗତ ଦୁଇ ଦିନ ଧରି ନିଖୋଜ ଥିବା ପିତା ରଞ୍ଜନ କୁମାର ପ୍ରଧାନ ଠାରୁ ଅଭିଯୋଗ ହୋଇଥିଲା। କିନ୍ତୁ କିଛି ମତ୍ସଜୀବୀ ଗୋଳନ୍ଥରା ଥାନା ଅର୍ନ୍ତଗତ ମାର୍କଣ୍ଡି ସମୁଦ୍ର କୁଳରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ରଞ୍ଜନ ର ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।