Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୧୧ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଲୋଚନାଚକ୍ର
ଆଜିର ଖବର

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୧୧ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଲୋଚନାଚକ୍ର

September 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୧୧ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଲୋଚନାଚକ୍ର
କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୧୧ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଲୋଚନାଚକ୍ର

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି-୧ ପଞ୍ଚାୟତ ପରିସରରେ ‘‘ବିକଶିତ ଭାରତ ଅମୃତକାଳ-୧୧ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ’’ ଏବଂ ‘‘ମା’ଙ୍କ ନାମରେ ଗଛଟିଏ ୨.୦’’ ଅଭିଯାନ ସମ୍ପର୍କରେ ସଚେତନତା ଆଲେଚନାଚକ୍ର ଅନୁଷ୍ଠିତ ହୋଇଛି। ଏହି ଅବସରରେ ପଞ୍ଚାୟତ ସରପଞ୍ଚ ଗୀତା ରାଣୀ ଜେନାଙ୍କ ଦ୍ୱାରା ମା’ଙ୍କ ନାମରେ ଗଛଟିଏ ସମ୍ପର୍କରେ ସଚେତନତା ଶୋଭାଯାତ୍ରା ଉଦଘାଟନ କରାଯାଇଥିଲା। ଶହ ଶହ ମହିଳା ପ୍ଲାକାର୍ଡ ଧରି ଗଛ ଲଗାଇବା ଏବଂ ପରିବେଶ ବଞ୍ଚାଇବା ସମ୍ପର୍କରେ ସ୍ଲୋଗାନ ଦେଇ ବିଭିନ୍ନ ଗାଁ ପରିକ୍ରମା କରିଥିଲେ। ପଞ୍ଚାୟତ ପରିସରରେ ୧୦ଟି ବଉଳ ଚାରାରୋପଣ କରାଯାଇଥିଲା।

ଆଲୋଚନାଚକ୍ରକୁ ବାଲେଶ୍ଵର କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ପରିଚାଳନା କରିଥିବା ବେଳେ ଦହମୁଣ୍ଡା ସ୍ଥାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଲଲାଟେନ୍ଦୁ ଦାସ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ସରପଞ୍ଚ ଗୀତା ରାଣୀ ଜେନା, ମୁଖ୍ୟବକ୍ତା ପୂର୍ବତନ ବନ ରେଂଜ ଅଧିକାରୀ ସୁକୁମାର ଦାସ, ସମ୍ମାନିତ ଅତିଥି ସାରସ୍ଵତ ସାଧକ ଡ. ବଜେନ୍ଦ୍ରନାଥ ଗିରି, ପଞ୍ଚାୟତ ସଦସ୍ୟା ଅଞ୍ଜଳୀ ଜେନା, ସାମ୍ବାଦିକ ଅଂଶୁମାନ ରାଉତ, ସମାଜସେବୀ ସୁବ୍ରତ କୁମାର ସାହୁ ପ୍ରମୁଖ କେନ୍ଦ୍ର ସରକାରଙ୍କ ୧୧ ବର୍ଷର ସେବା ସୁଶାସନ ,ଗରିବ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ୧୧ ବର୍ଷର କାର୍ଯ୍ୟକାଳ ପ୍ରଗତିଶୀଳ ଓ ଦୀର୍ଘସ୍ଥାୟୀ ବିକାଶ ଆଣିବା ପାଇଁ ଉତ୍ସର୍ଗୀକୃତ ବୋଲି ସେମାନେ କହିଥିଲେ। ଅତିଥିଗଣଙ୍କ ସହିତ ଉପସ୍ଥିତ ଜନସାଧାରଣ ସ୍ୱଚ୍ଛତା ପାଇଁ ଶପଥ ପାଠ କରିଥିଲେ।

ଆଲୋଚନାଚକ୍ରରେ ମା’ଙ୍କ ପାଇଁ ଗଛଟିଏ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ୫ଜଣ ମହିଳା ପ୍ରତିଯୋଗୀଙ୍କୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ପୁରସ୍କାର ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ‘‘ସୁସ୍ଥ ନାରୀ ସଶକ୍ତ ପରିବାର’’ ଅଭିଯାନ ଅଧୀନରେ ଦହମୁଣ୍ଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ୧୦୦ଜଣ ମହିଳା ଓ କିଶୋରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶେଷରେ ମୟୂରଭଞ୍ଜ ବିନରୀ କଲ୍ୟାଣ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ପଞ୍ଚାୟତର ବହୁ ସଂଖ୍ୟକ ଲୋକ ସାମିଲ ହୋଇଥିଲେ।

BJP Ads
କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବାଲେଶ୍ଵର ଭାରତ ସରକାର ସୁଶାସନ ଓ ଗରିବ କଲ୍ୟାଣ ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ପାଞ୍ଚ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

November 2, 2025

ଛତିଶଗଡ ବିଧାନସଭାର ନୂତନ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 2, 2025

ରାଜ୍ୟରେ ଚାଲିଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ପୂର୍ତ୍ତ‌ ମନ୍ତ୍ରୀ

November 2, 2025

ଆଜି ନଭେମ୍ବର ୨ ତାରିଖ ରବିବାରରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2025
BJP Ads
Latest News

ପାଞ୍ଚ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

November 2, 2025

ଛତିଶଗଡ ବିଧାନସଭାର ନୂତନ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 2, 2025

ରାଜ୍ୟରେ ଚାଲିଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ପୂର୍ତ୍ତ‌ ମନ୍ତ୍ରୀ

November 2, 2025

ଆଜି ନଭେମ୍ବର ୨ ତାରିଖ ରବିବାରରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2025

Subhadra Shakti Mela: ଭୁବନେଶ୍ବରରେ ଉଦଘାଟିତ ହେଲା ୧୨ ଦିନିଆ ‘ସୁଭଦ୍ରା ଶକ୍ତିମେଳା’

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.